ETV Bharat / state

ଉତ୍ତରକାଶୀରେ ଟନେଲ ଟ୍ରାଜେଡି, ପ୍ରତିକ୍ରିୟା ରଖିଲେ ଶ୍ରମ ମନ୍ତ୍ରୀ ସାରଦା ନାୟକ

author img

By ETV Bharat Odisha Team

Published : Nov 13, 2023, 10:22 PM IST

Tunnel Tragedy: ଟନେଲ ଭିତରେ ଫସି ରହିଛନ୍ତି 40 ଶ୍ରମିକଙ୍କ ଓଡିଶାର ୫ ରହିଛନ୍ତି । ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ପାଇପ ଯୋଗେ ଖାଦ୍ୟ ଓ ଅମ୍ଳଜାନ ପଠାଯାଇଛି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଥିବା କହିଲେ ଶ୍ରମମନ୍ତ୍ରୀ । ଅଧିକ ପଢନ୍ତୁ

ଉତ୍ତରକାଶୀରେ ଟନେଲ ଧସିବା ଘଟଣା: ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ଲାଗି ସରକାରଙ୍କ ପ୍ରଚେଷ୍ଟା, ଶ୍ରମ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ରାଉରକେଲା: ଗତକାଲି(ରବିବାର) ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଭୁଶୁଡି ଯିବାରୁ ଟନେଲ ଭିତରେ ଫସି ରହିଛନ୍ତି 40 ଶ୍ରମିକ । ଏହା ଭିତରେ ଓଡ଼ିଶାର ମଧ୍ୟ ୫ ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବା ସୂଚନା ରହିଛି । ତେବେ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ନାୟକ । ସମସ୍ତ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାର ପକ୍ଷରୁ ପ୍ରଚେଷ୍ଟା ଚାଲିଥିବା ନେଇ କହିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ । ଖୁବ ଶୀଘ୍ର ସୁରକ୍ଷିତ ଭାବରେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି ଶ୍ରମ ମନ୍ତ୍ରୀ ସାରଦା ନାୟକ କହିଛନ୍ତି ।

ଗତକାଲି ଟନେଲ କାର୍ଯ୍ୟ ଚାଲୁଥିବା ବେଳେ ଭୁଶୁଡି ପଡିଥିଲା ନିର୍ମାଣଧିନ ଟନେଲ । ଦୀର୍ଘ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ଉଦ୍ଧାର କରାଯାଇ ପାରିନାହିଁ । ମାଟି ଓ ପଥର ଅତଡା ଦେଇ ସେମାନଙ୍କୁ ଟନେଲ ଭିତରେ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । କିନ୍ତୁ ବର୍ତ୍ତମାନ ସୁଧା ଫସି ରହିଥିବା ଶ୍ରମିକଙ୍କ ପାଖରେ ଉଦ୍ଧାରକାରୀ ଟିମ ପହଞ୍ଚି ପାରିନାହାନ୍ତି । ଏହି ଘଟଣା ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର ।

ଏହି ଖବର ପରିବାର ଲୋକେ ପାଇବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଯଦିଓ ଟନେଲ ଭିତରେ ଫଶୀ ରହିଥିବା ଲୋକମାନେ ସୁରକ୍ଷିତ ଅଛନ୍ତି । ତାଙ୍କ ପାଖକୁ ଅକ୍ସିଜେନ ଓ ଖାଦ୍ୟ ପହଞ୍ଚାଯାଉଛି ତଥାପି ସମୟ ଗଡୁଥିବାରୁ ଅନେକ ଆଶା ଆଶଙ୍କା ସୃଷ୍ଟି ହୋଇଛି । ତେବେ ରାଜ୍ୟ ସରକାର ମଧ୍ୟ ରାଜ୍ୟରୁ ଓଡ଼ିଆ ଶ୍ରମିକ ସହ ଅନ୍ୟ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ସାହାଯ୍ୟ ପଠାଇବା ସହ ପ୍ରଚେଷ୍ଟା ଜାରି ରହିଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ଶ୍ରମ ମନ୍ତ୍ରୀ ।

ଫସି ରହିଥିବା ୫ ଜଣ ଓଡ଼ିଆ ଶ୍ରମିକମାନେ ହେଉଛନ୍ତି

1- ଧୀରେନ ନାୟକ, ବେଢ଼ାକୁଦର, ମୟୂରଭଞ୍ଜ, 2- ବିଶେଶ୍ୱର ନାୟକ, ଯୋଗୀବନ୍ଧ, ମୟୂରଭଞ୍ଜ, 3- ରାଜୁ ନାୟକ, କୁଳଡ଼ିହା, ମୟୂରଭଞ୍ଜ, ୪- ଭଗବାନଭତ୍ରା, ନବରଙ୍ଗପୁର, ୫- ତପନ ମଣ୍ଡଳ, ଶଙ୍କର୍ଷଣପୁର । ଉତ୍ତରକାଶୀରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର ଉପରେ ନଜର ରଖିଛନ୍ତି ଓଡ଼ିଶା ସରକାର ଓ ପ୍ରଶାସନ ।

ଏହା ମଧ୍ୟ ପଢନ୍ତୁ .....Tunnel Tragedy: ଉଦ୍ଧାରକାର୍ଯ୍ୟ ଜାରି, ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଗଲା ଖାଦ୍ୟ ଅମ୍ଳଜାନ

ତେବେ କେମିତି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ, ତା ଉପରେ ଧ୍ୟାନ ଦିଆଯାଉଥିବା କହିଛନ୍ତି ଶ୍ରମ ମନ୍ତ୍ରୀ । ସେମାନଙ୍କ ପାଖକୁ ଖାଦ୍ୟ ଓ ଅକ୍ସିଜେନ୍ ପଠାଯାଉଛି । ସେହିପରି ବନ୍ଦ ଥିବା ରାସ୍ତା ସଫା କରି ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ କାର୍ଯ୍ୟ ଜାରି ରହିଥିବା କହିଛନ୍ତି ମନ୍ତ୍ରୀ ସାରଦା ନାୟକ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.