ETV Bharat / state

ଅପରାଧିକୁ ପିଟି ପିଟି ମାରିଦେଲେ ରାଉରକେଲାବାସୀ

ରାଉରକେଲାର ରାଇବଗା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଅପରାଧୀକୁ ପିଟି ପିଟି ହତ୍ଯା କରିଛନ୍ତି ସ୍ଥାନୀୟ ଲୋକେ ।

author img

By

Published : May 6, 2019, 5:33 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୁନ୍ଦରଗଡ: ରାଉରକେଲାର ରାଇବଗା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଅପରୀଧିକୁ ପିଟି ପିଟି ହତ୍ଯା କରିଛନ୍ତି ସ୍ଥାନୀୟ ଲୋକେ ।

ଭିଡିଓସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ମୃତ ଅପରାଧୀ ଜଣଙ୍କ ପିଏଲ୍ଏଫ୍ର ସଦସ୍ୟ । ଏବଂ ତାଙ୍କ ନାମ ଅଜିତ୍ କୋଇରୀ ବୋଲି ଜଣା ପଡିଛି । ସେ ସ୍ଥାନୀୟ ଅଞ୍ଚଳରେ ଦାଦାବଟି ଆଦାୟ କରୁଥିବା ବେଳେ ଲୋକେ ତାଙ୍କୁ ଧରି ନିସ୍ତୁକ ମାଡ ମାରିଥିଲେ । ପରେ ତାକୁ ଏକ ନିଛାଟିଆ ସ୍ଥାନରେ ଫୋଫାଡି ଦେଇଥିଲେ ।

କିଛି ଦିନ ତଳେ ଅଜିତ ପିଏଲ୍ଏଫ୍ ସଦସ୍ୟଙ୍କ ସହିତ ମିଶି ନିଜ ସମ୍ପର୍କୀୟକୁ ହତ୍ଯା କରିବା ମାମଲାରେ ଜେଲ ଯାଇଥିଲା । ଜାମିନରେ ଆସିବା ପରେ ପୁନର୍ବାର ଦାଦାବଟି ଆଦାୟ କରୁଥିଲା । ଏହି ସମୟରେ ଲୋକେ ତାକୁ ଧରି ନିସ୍ତୁକ ମାଡ ମାରିଥିଲେ । ଚିକିତ୍ସା ପାଇଁ ତାକୁ ପ୍ରଥମେ ସଲାଙ୍ଗାବାହାଲ ପରେ ବିରମିତ୍ରପୁର ନିଆଯାଇଥିଲା । ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ରାଉରକେଲା ସରକାରୀ ମେଡିକାଲକୁ ନିଆଯାଇଥିଲା ଏବଂ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

HNM H

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.