ETV Bharat / state

ଜନ୍ମାଷ୍ଟମୀ ଉତ୍ସବରେ ଚ଼ଳଚ଼ଞ୍ଚଳ ରାଉରକେଲା ସହର

author img

By ETV Bharat Odisha Team

Published : Sep 6, 2023, 5:39 PM IST

ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ଧୁମଧାମରେ ପାଳନ କରାଯାଉଛି । ଅଧିକ ପଢ଼ନ୍ତୁ

ଜନ୍ମାଷ୍ଟମୀ ଉତ୍ସବ
ଜନ୍ମାଷ୍ଟମୀ ଉତ୍ସବ
ଜନ୍ମାଷ୍ଟମୀ ଉତ୍ସବ

ରାଉରକେଲା: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ଏହି ଦିନ ପ୍ରଭୁ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଅବତରଣ କରିଥିଲେ । ଆଜି ରାତିରେ ସମସ୍ତଙ୍କ ପ୍ରିୟ ଗୋବିନ୍ଦ ଜନ୍ମ ଗ୍ରହଣ କରିବେ । ତେବେ ଏହାକୁ ନେଇ ସମ୍ପୂର୍ଣ୍ଣ ବିଶ୍ୱ ଉତ୍ସାହିତ ଅଛନ୍ତି । ଏହି ଅବସରରେ ରାଉଲକାଲାରେ ମଧ୍ୟ ବଡ଼ ଧୁମଧାମରେ ପାଳନ ହେଉଛି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ । ଏଥିପାଇଁ ସହରର ହନୁମାନ ବାଟିକାରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଛି ।

ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ଧୁମଧାମରେ ପାଳନ କରାଯାଇଛି। ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ ପାଇଁ ବିଭିନ୍ନ ରୀତିନୀତିକୁ ଶ୍ରଦ୍ଧାର ସହ ପାଳନ କରିଛନ୍ତି ଭକ୍ତ । ସମସ୍ତ ରାଧାକୃଷ୍ଣ ମନ୍ଦିରରେ ଆଜି ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଜନ୍ମାଷ୍ଟମୀର ବାର୍ଷିକ ଉତ୍ସବ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଏହି ଉତ୍ସବକୁ ଆହୁରି ମଧୁର କରିଦେଇଛି । ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ରୀତିନୀତିରେ ଭାଗ ନେଇ ପ୍ରିୟ ଦେବତାଙ୍କ ଜନ୍ମ ଉତ୍ସବ ପାଳନ କରୁଛନ୍ତି କୃଷ୍ଣଭକ୍ତ ।

ଏହା ମଧ୍ୟ ପଢ଼ନ୍ତୁ....ଜନ୍ମାଷ୍ଟମୀରେ ଉତ୍ସବମୁଖର ଇସ୍କନ ମନ୍ଦିର, ଚାଲିଛି ରାଧାକୃଷ୍ଣଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଏହି ଉତ୍ସବର ଅନ୍ୟତମ କେନ୍ଦ୍ରବିନ୍ଦୁ ଥିଲା ରାଉରକେଲା ହନୁମାନ ବାଟିକାରେ ଥିବା ଶ୍ରୀକୃଷ୍ଣଙ୍କ ମନ୍ଦିରରେ । ଏହି ଭବ୍ୟ ଉତ୍ସବରେ ପ୍ରଭୁଙ୍କର ଦର୍ଶନ କରିବା ପାଇଁ ମନ୍ଦିର ଆଗରେ କୃଷ୍ଣ ଭକ୍ତମାନଙ୍କ ଧାଡ଼ି ଲମ୍ବିଥିଲା । ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଶ୍ରୀକୃଷ୍ଣଙ୍କ ନିକଟରେ ପ୍ରସାଦ, ଫଳ, ଫୁଲ ଆଦି ନେଇ ଦର୍ଶନ କରିଥିଲେ । ଭକ୍ତି ସଙ୍ଗୀତ ଓ ଭଜନର ଧ୍ବନିରେ କୃଷ୍ଣ ନାମରେ ପ୍ରକମ୍ପିତ ହୋଇ ଉଠିଥିଲା ସାରା ପରିବେଶ । ତେବେ ରାଉରକେଲା ସହରର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଏଠାକୁ ଆସି ଦର୍ଶନ କରିଥିଲେ । ଭକ୍ତଗଣ କହିଛନ୍ତି ଯେ, ଯେଉଁଭଳି ନିଜ ଜନ୍ମଦିନକୁ ପାଳନ କରାଯାଏ ତାହାଠାରୁ ଅଧିକ ଉତ୍ସାହ ଏବଂ ଗୌରବର ସହ ଆଜି ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ମଧ୍ୟ ପାଳନ କରିବା ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଆଜି ପବିତ୍ର ଜନ୍ମାଷ୍ଟମୀ, ଧରାପୃଷ୍ଠରେ ଜନ୍ମ ନେବେ ଶ୍ରୀହରି

ତେବେ ଆଜି ଭଳି ପବିତ୍ର ଦିନରେ ମନ୍ଦିର ଯାଇ ନିଜର ସମସ୍ତ ଦୁଃଖକୁ ଭୁଲି ଯାଉଛନ୍ତି ଭକ୍ତ। ଭକ୍ତଙ୍କ ଗହଳି ମଧ୍ୟରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀକୃଷ୍ଣ । ମନ୍ଦିର ଓ ଅସ୍ଥାୟୀ ମନ୍ଦିର ଗୁଡିକ ସୁନ୍ଦର ଭାବେ ଫୁଲମାଳରେ ସଜ୍ଜିତ ହୋଇଥିବା ବେଳେ ଧୂପର ମହକରେ ସମ୍ପୂର୍ଣ୍ଣ ଅଞ୍ଚଳ ଭକ୍ତିମୟ ପରିବେଶରେ ଭରି ଯାଇଥିଲା। ତେବେ ଜନ୍ମାଷ୍ଟମୀରେ ଭଗବାନ କୃଷ୍ଣଙ୍କ ଦର୍ଶନ କରି ନିଜକୁ ଧନ୍ୟମନେ କରୁଛନ୍ତି ଭକ୍ତ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.