ETV Bharat / state

ଆକ୍ରାନ୍ତ ସଂସ୍ପର୍ଶରେ ଆସି କ୍ବାରେନଣ୍ଟାଇନରେ ଆଇଜିଏଚ ମେଡିକାଲ କର୍ମଚାରୀ - ସେକ୍ଟର-16 ଏ ବ୍ଲକ

4ବର୍ଷୀୟ ଆକ୍ରାନ୍ତ ଜଣକ ସେକ୍ଟର-16 ଅଞ୍ଚଳର ହୋଇଥିବାରୁ ସେକ୍ଟର-16ର 'ଏ' ବ୍ଲକର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏଥିସହ ଆଇଜିଏଚକୁ ସାନିଟାଇଜ କରାଯାଉଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର, ନର୍ସ ଏବଂ ୱାର୍ଡବୟ କ୍ବାରେନଣ୍ଟାଇନରେ ରହିଛନ୍ତି ।

ଆକ୍ରାନ୍ତ ସଂସ୍ପର୍ଶରେ ଆସି କ୍ବାରେନଣ୍ଟାଇନରେ ଆଇଜିଏଚ ମେଡିକାଲ କର୍ମଚାରୀ

author img

By

Published : Jul 3, 2020, 2:02 PM IST

ରାଉରକେଲା: ଶୁକ୍ରବାର ଆସିଥିବା ରାଜ୍ୟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ 3ଜଣ ସୁନ୍ଦରଗଡ ଜିଲ୍ଲାର ବୋଲି ସୂଚନା ଓ ଲୋକ ସମ୍ପୂର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ସେମାନଙ୍କ ମଧ୍ୟରୁ ଆଇଜିଏଚରେ ଜଣେ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି ।

igh-medical-staff-sent-to-quarantine
ଫଟୋ ସୌଜନ୍ୟ: ଟ୍ବିଟର@DMSundargarh

ସେହି 64ବର୍ଷୀୟ ଆକ୍ରାନ୍ତ ଜଣକ ସେକ୍ଟର-16 ଅଞ୍ଚଳର ହୋଇଥିବାରୁ, ସେକ୍ଟର-16ର 'ଏ' ବ୍ଲକର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ତେବେ ସେକ୍ଟର-16 'ଏ'ବ୍ଲକର କ୍ବାଟର ନଂ 1ରୁ 36 ନଂ ଯାଏଁ ଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ଆକ୍ରାନ୍ତ ସଂସ୍ପର୍ଶରେ ଆସି କ୍ବାରେନଣ୍ଟାଇନରେ ଆଇଜିଏଚ ମେଡିକାଲ କର୍ମଚାରୀ

ଖବରମୁତାବକ, ବୁଧବାର ସନ୍ଧ୍ୟାରେ ବ୍ୟକ୍ତି ଜଣଙ୍କୁ ନିଶ୍ବାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଆଇଜିଏଚରେ ଭର୍ତ୍ତି ହୋଇଥିଲେ । ଉକ୍ତ ବ୍ୟକ୍ତି ଜଣକଙ୍କ କୋରୋନା ଟେଷ୍ଟ ହୋଇଥିଲା । ତେବେ ତାଙ୍କର ରିପୋର୍ଟ ଗୁରୁବାର ପଜିଟିଭ ଆସିବା ପରେ ଆଇଜିଏଚକୁ ସାନିଟାଇଜ କରାଯାଉଛି । ଏଥିସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର, ନର୍ସ ଏବଂ ୱାର୍ଡବୟ କ୍ବାରେନଣ୍ଟାଇନରେ ରହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.