ରାଉରକେଲା: ସ୍ତ୍ରୀକୁ ଫାର୍ସାରେ ହାଣି ହତ୍ୟାକଲା ସ୍ବାମୀ । ଏପରି ଏକ ଘଟଣା ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲ୍ଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଧିନସ୍ଥ ଫାର୍ସା ଟୋଲାରେ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଫାର୍ସାରେ ହାଣି ହତ୍ୟା କରିଛନ୍ତି । ଅଭିଯୁକ୍ତ ସ୍ବାମୀ ସ୍ଥାନୀୟ ଅଞ୍ଚଳର ରାମଧେନୁ ସାହୁ ତାଙ୍କ ସ୍ତ୍ରୀ ସାବିତ୍ରୀ ସାହୁଙ୍କୁ ହତ୍ୟା କରିଛନ୍ତି । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ରାମଧେନୁଙ୍କୁ ଥାନାରେ ଅଟକ ରଖିଛି । ତେବେ ପାରିବାରିକ କଳହ କାରଣରୁ ଏପରି ଏକ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ