ETV Bharat / state

ସୁନ୍ଦରଗଡ ପୋଲିସକୁ ସଫଳତା, ୧୫ ଦିନରେ ୮ ନିଶା ବ୍ୟବସାୟୀ ଗିରଫ

ନିଶା ବ୍ୟବସାୟୀଙ୍କ ବିରୋଧରେ ସୁନ୍ଦରଗଡ ପୋଲିସକୁ ମିଳିଛି ଏକ ବଡ ସଫଳତା । ପୋଲିସ ଆଜି ୬ କେଜିରୁ ଅଧିକ ନିଶାଦ୍ରବ୍ୟ ଜବତ କରିବା ସହିତ ୧୫ ଦିନ ମଧ୍ୟରେ ୮ ନିଶା ବ୍ୟବସାୟୀଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ....

author img

By

Published : Jul 27, 2021, 9:52 PM IST

ସୁନ୍ଦରଗଡ ପୋଲିସକୁ ସଫଳତା, ୧୫ ଦିନ ମଧ୍ୟରେ ୮ ନିଶା ବ୍ୟବସାୟୀ ଗିରଫ

ସୁନ୍ଦରଗଡ଼: ଜିଲ୍ଲା ପୋଲିସକୁ ମିଳିଛି ଏକ ବଡ ସଫଳତା । ପୋଲିସ ୬ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଥିବା ବେଳେ ୧.୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ଜଣେ ପୁରୁଷଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଆଜିକୁ ମିଶାଇ 15 ଦିନ ମଧ୍ୟରେ 8 ନିଶା ବେପାରୀଙ୍କୁ ଗିରଫ କରିଛି ଜିଲ୍ଲା ପୋଲିସ । ପ୍ରାୟ 19 ଗ୍ରାମ ବ୍ରାଉନ ସୁଗାର, 6.5 kg ଓଜନର ଗଞ୍ଜେଇ ଜବତ କରିଛି । ଏହାସହିତ 8 ଜଣ ନିଶା ବେପାରୀଙ୍କ ମଧ୍ୟରେ ଆଜି ଘଟଣାରେ ଦୁଇ ଜଣ ଅଭିଯୁକ୍ତ ସାମିଲ ଅଛନ୍ତି । ୨ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ସାମିଲ ଅଛନ୍ତି । ଆଜି 6.5 କେଜି ଗଞ୍ଜେଇ ଓ 1.5 ଗ୍ରାମ ଓଜନର ବ୍ରାଉନ ସୁଗାର ସହ ଏମାନେ ପୋଲିସ ହାତରେ ଧରାପଡିଛନ୍ତି । ଟାଉନ ପୋଲିସ ଏମାନଙ୍କୁ ଟାଉନ ଥାନା ଅନ୍ତର୍ଗତ ରାଣୀ ବଗିଚା ବାଇପାଶ ନିକଟରୁ ଗିରଫ କରିଛି । ଗଞ୍ଜେଇ ଓ ବ୍ରାଉନ ସୁଗାରକୁ ଜବତ କରିବା ସହ ଏମାନଙ୍କ ନିକଟରୁ OD-14S-4926 ନମ୍ବର ବିଶିଷ୍ଟ ଗୋଟିଏ ରୟାଲ ଏନଫିଲ୍ଡ ବୁଲେଟ ଜବତ କରିଛି ।

ଏମାନେ ରାଜଗାଙ୍ଗପୁର ଅଞ୍ଚଳରୁ ଏହି ନିଶାଦ୍ରବ୍ୟକୁ ଆଣି ଝାରସୁଗୁଡା ଅଭିମୁଖେ ଯାଉଥିବା ବେଳେ ପୋଲିସକୁ ସୂଚନା ମିଳିଥିଲା । ଆଜି ଟାଉନ ପୋଲିସ ଏମାନଙ୍କୁ ଦଫା- 20(b)(ii)(b)/21(a) NDPS ଆକ୍ଟରେ କୋର୍ଟ ଚାଲାଣ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ ଅସମିନ ତାରା ଓରଫ ରାନୀ ଓ ସୋନୁ ମାହାତୋ । ଏହି ଅଭିଯୁକ୍ତଙ୍କ ଘର ସୁନ୍ଦରଗଡ ବୋଲି ଏସପି କହିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏସପି ଏହି ସୂଚନା ଦେବା ସହ ଗଣମାଧ୍ୟମ ଜରିଆରେ ଏସିପି ଯୁବପିଢୀଙ୍କୁ ଏହି ନିଶାଠାରୁ ଦୂରେଇ ରହିବା ପାଇଁ କହିଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.