ETV Bharat / state

Hockey World Cup: ରାଉରକେଲାରେ ପହଞ୍ଚିଲା ୱେଲସ ଦଳ - ରାଉରକେଲାରେ ପହଞ୍ଚିଲା ୱେଲସ ଦଳ

ଏଫଆଇଏଚ ପୁରୁଷ ହକି ବିଶ୍ବକପ ନେଇ ରାଉରକେଲାରେ ପହଞ୍ଚିଛି ୱେଲସ । ନୂଆ ଛାପ ଛାଡିବ ଆମ ୱେଲସ ଦଳ ବୋଲି କହିଛନ୍ତି ଦଳର ଅଧିନାୟକ । ଅଧିକ ପଢନ୍ତୁ

ରାଉରକେଲାରେ ପହଞ୍ଚିଲା ୱେଲସ ଦଳ
Hockey World Cup
author img

By

Published : Jan 8, 2023, 6:12 PM IST

Hockey World Cup

ରାଉରକେଲା: ହକି ବିଶ୍ବକପ ପାଇଁ ପାଖଉଛି ଦିନ । ଏହାରି ଭିତରେ ରାଉରକେଲାରେ ପହଞ୍ଚିଛି ୱେଲସ ଦଳ । ନୂତନ ଷ୍ଟାଡିୟମରେ ଟିକିଏ ଚ୍ୟାଲେଞ୍ଜ ରହିବ । ଓଡ଼ିଶାରେ ଖେଳିବାକୁ ବହୁତ ଭଲ ଲାଗେ । ଏଥର ଏକ ନୂଆ ଛାପ ଛାଡ଼ିବ ଆମ ୱେଲସ ଦଳ ବୋଲି କହିଛନ୍ତି ଦଳର ଅଧିନାୟକ ।

ହକି ବିଶ୍ବକପ ପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ଗାଁଠାରୁ ଆରମ୍ଭ କରି ସହର ସୁବୁଠି ହକି ଫିଭର । ଏହାରି ମଧ୍ୟରେ ଓଡ଼ିଶାର ଦୁଇଟି ହକି ବିଶ୍ୱକପ ଭେନ୍ୟୁ ଭୁବନେଶ୍ୱର ଏବଂ ରାଉରକେଲାକୁ ଆସିବାରେ ଲାଗିଛନ୍ତି ହକି ଟିମ୍‌ । ରାଉରକେଲାରେ ପହଞ୍ଚିଛି ୱେଲ୍‌ସ୍‌ ହକି ଦଳ । ଗତକାଲି ମାଲେସିଆ ଏବଂ ନ୍ୟୁଜିଲାଣ୍ଡ ଟିମ୍‌ ରାଉରକେଲାରେ ପହଞ୍ଚିଥିଲା । ହକି ବିଶ୍ୱକପ ପାଇଁ ଚଳଚଞ୍ଚଳ ରାଉରକେଲା ସହର । ହକି ବିଶ୍ୱକପ ପାଇଁ ଆଉ ମାତ୍ର କେଇଟା ଦିନ ବାକି ରହିଲା । ଗୋଟାଏ ପରେ ଗୋଟାଏ ବିଦେଶୀ ଦଳ ରାଉରକେଲା ସହରକୁ ଆସିବାରେ ଲାଗିଛନ୍ତି । ବିଶ୍ୱକପ ଆୟୋଜନ ନେଇ ପ୍ରସ୍ତୁତ ରାଉରକେଲା ସହର । ଆଜି ରାଉରକେଲାଠାରେ ପହଁଚିଲା ୱେଲସ ହକି ଦଳ। ବିଶ୍ୱକପ ଖେଳିବ ପାଇଁ ଆଜି ଠିକ ୧୨ଟା ସମୟରେ ୱେଲସ ଦଳ ପହଞ୍ଚିଥିଲା । ତୃତୀୟ ବିଦେଶୀ ଦଳ ଭାବରେ ରାଉରକେଲା ସହରରେ ହକି ବିଶ୍ୱକପ ଖେଳିବ ପାଇଁ ପହଞ୍ଚିଛି ୱେଲ୍‌ସ୍‌ ହକି ଦଳ । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ ରାଉରକେଲାରେ ପହଞ୍ଚିଛି ଟିମ୍‌ ।

ୱେଲ୍‌ସ୍‌ ଟିମ୍‌ ରାଉରକେଲାରେ ଖେଳାଯିବାକୁ ଥିବା ବିଶ୍ୱକପରେ ଦୁଇଟି ମ୍ୟାଚ ଖେଳିବ । ୱେଲସ ନିଜର ପ୍ରଥମ ମ୍ୟାଚ ଜାନୁଆରୀ ୧୩ ତାରିଖରେ ଇଂଲଣ୍ଡ ହକି ଦଳ ସହ ଖେଳିବ।ଏବଂ ୧୫ ତାରିଖରେ ୱେଲସ ରାଉରକେଲାରେ ନିଜର ଦ୍ୱିତୀୟ ମ୍ୟାଚ ସ୍ପେନ ସହ ଖେଳିବ । ଏବଂ ଭାରତୀୟ ହକି ଦଳ ସହ ୱେଲସ ଦଳ ଭୁବନେଶ୍ୱରରେ ୧୯ ତାରିଖରେ ଖେଳିବ । ତେଣୁ ଆଜିଠାରୁ ନିଜର ଅଭ୍ୟାସ କରିବାକୁ ଆସି ରାଉରକେଲାରେ ପହଞ୍ଚିଛି ୱେଲ୍‌ସ୍‌ ଦଳ । ୱେଲ୍‌ସ୍‌ ହକି ଦଳର ମୁଖ୍ୟ କୋଚ୍‌ ଡାନି ନ୍ୟୁକୋମ୍ବ ରାଉରକେଲାରେ ପହଞ୍ଚି କହିଛନ୍ତି ଯେ ୱେଲ୍‌ସ୍‌ ଦଳ ହକି ବିଶ୍ୱକପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଉତ୍ସାହିତ ମଧ୍ୟ ବିଶ୍ୱକପ ମ୍ୟାଚରେ ଭଲ ପ୍ରଦର୍ଶନ ହି ଆମର ମୂଳ ଲକ୍ଷ୍ୟ । ୱେଲ୍‌ସ୍‌ ଟିମ୍ ମାଲେସିଆରେ ପୂର୍ବରୁ ବହୁ ମ୍ୟାଚ୍‌ ଖେଳିଛି ତେଣୁ ମାଲେସିଆ ଏବଂ ଓଡିଶାରେ ଟିକେ ପାଣିପାଗ ସମାନ ତେଣୁକରି ଏତେ କଷ୍ଟ ହେବ ନାହିଁ କିନ୍ତୁ ହେଲେ ମଧ୍ୟ ନୂଆ ଷ୍ଟାଡିୟମ କିଭଳି ରହିବ ତାହା ଟିକିଏ ଦଳ ପାଇଁ ଚ୍ୟାଲେଞ୍ଜ ରହିବ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.