ETV Bharat / state

Hockey World Cup: ପ୍ରାକ୍ଚିସ ପାଇଁ ରାଉରକେଲାରେ ଭାରତ-କୋରିଆ ଟିମ

author img

By

Published : Dec 22, 2022, 11:44 AM IST

ଆସନ୍ତା ଜାନୁଆରୀ 13ରୁ ହକି ମହାକୁମ୍ଭ ଆରମ୍ଭ ହେବ । ହକି ବିଶ୍ବକପ ପୂର୍ବରୁ ପ୍ରାକ୍ଚିସ ମ୍ୟାଚ ପାଇଁ ଭାରତୀୟ ହକି ଦଳ ଓ କୋରିଆ ଦଳ ରାଉରକେଲାରେ ପହଞ୍ଚିଛନ୍ତି ( Hockey player arrived at rourkela ) । ଅଧିକ ପଢନ୍ତୁ

Hockey player arrived at rourkela
ପ୍ରାକ୍ଚିସ ପାଇଁ ରାଉରକେଲାରେ ଭାରତ - କୋରିଆ ଟିମ

ରାଉରକେଲା: ହକି ବିଶ୍ବକପ ପାଇଁ ଚଳଚଞ୍ଚଳ ରାଉରକେଲା ସହର । ଆସନ୍ତାବର୍ଷ ଜାନୁଆରୀ 13ରୁ ରାଉରକେଲାର ନବନିର୍ମାଣ ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଠାରେ ଏଫଆଇଏଚ ପୁରୁଷ ହକି ବିଶ୍ବକପ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଆସନ୍ତା ଶନିବାରଠୁ 3 ଦିନ ଧରି ବିର୍ସାମୁଣ୍ଡା ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ ଆୟୋଜିତ ହେବ । ଏନେଇ ଭାରତ ଓ କୋରିଆ ଜୁନିଅର ଦଳ ରାଉରକେଲାରେ ପହଞ୍ଚିଛନ୍ତି । ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡାରେ ପହଞ୍ଚିବା ପରେ ଦୁଇଟି ବସରେ ରାଉରକେଲା ଆଣାଯାଇଥିଲା ।

ଏହି ନୂତନ ଷ୍ଟାଡିୟମର ଟର୍ଫ କିଭଳି ରହିଛି ଏବଂ ଷ୍ଟାଡିୟମର ଅନ୍ୟାନ୍ୟ ବ୍ୟବସ୍ଥା ସହ ଗ୍ରାଉଣ୍ଡ ପ୍ଲେୟରଙ୍କୁ କିଭଳି ସପୋର୍ଟ କରୁଛି ଏବଂ ରାଉରକେଲା ସହରର ପାଣିପାଗ ଖେଳ ଉପରେ ଏବଂ ଟର୍ଫ ଉପରେ କିଭଳି ପ୍ରଭାବ ପକାଉଛି ତାହା ପରଖିବା ପାଇଁ ପ୍ରାକ୍ଟିସ ମ୍ୟାଚ ରଖାଯାଇଛି । ସୂଚନାଯୋଗ୍ୟ ଯେ ଡିସେମ୍ବର 24ରୁ ଡିସେମ୍ବର 26 ଯାଏ ଏଠାରେ 3ଟି ପ୍ରାକ୍ଟିସ ମ୍ୟାଚ ଖେଳାଯିବ । ତେବେ ଏହାକୁ ନେଇ ରାଉରକେଲା ସହରରେ ଜୁନିୟର ସାଉଥ କୋରିଆ ଏବଂ ଜୁନିୟର ଭାରତୀୟ ଦଳ ପହଞ୍ଚିଛନ୍ତି । କଡା ସୁରକ୍ଷା ବଳୟରେ ଦୁଇ ଦଳଙ୍କୁ ରାଉରକେଲା ସହରକୁ ଅଣାଯାଇଛି ।

ସହରର ଦୀପ୍ତି ହୋଟେଲ ଅଞ୍ଚଳକୁ ସମ୍ପୂର୍ଣ୍ଣ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଆସନ୍ତା ମାସରେ ସମସ୍ତ ଟିମ ଆସି ରାଉରକେଲାରେ ପହଞ୍ଚିବେ ତେଣୁ ଫିଲଡ଼କୁ ଟେଷ୍ଟ କରିବା ପାଇଁ ଏହି ପ୍ରାକ୍ଟିସ ମ୍ୟାଚ କରାଯାଉଛି । ଏହାପରେ ଓଡିଶା ପୁରୁଷ ଏବଂ ମହିଳା ଦଳ ମଧ୍ୟ ବିଦେଶୀ ଟିମ ସହ ପ୍ରାକ୍ଟିସ ମ୍ୟାଚ ଖେଳିବାର ସୂଚନା ରହିଛି ।

ଏହା ବି ପଢନ୍ତୁ....ହକି ବିଶ୍ବକପ ଉଦଘାଟନୀ ଉତ୍ସବ, ସିଲିଭର ସିଟିକୁ ଭାରିଯାନ ମନା

ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ହେବ ମ୍ୟାଚ୍ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଚେମ୍ବର 8 ତାରିଖରେ ଭାରତୀୟ ହକି ଟିମର ପୁଲ୍‌ ନାମ ଘୋଷଣା କରିଥିଲେ । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି । ବିଶ୍ବକପ ନେଇ ଡିସେମ୍ବର 19 ତାରିଖରୁ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମର କାଉଣ୍ଟରରେ ଟିକେଟ ବିକ୍ରି ହୋଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.