ETV Bharat / state

Hockey World Cup: ଭାରତୀୟ ହକି ଦଳକୁ ସମର୍ଥନରେ ପଞ୍ଜାବରୁ ରାଉରକେଲା

ଭୁବନେଶ୍ବର ଓ ରାଉରକେଲାରେ ଏଫଆଇଏଚ ପୁରୁଷ ହକି ବିଶ୍ବକପ ଜାରି ରହିଛି । ଭାରତୀୟ ହକି ଦଳ ସମର୍ଥନରେ ପଞ୍ଜାବରୁ ରାଉରକେଲା ଆସିଛନ୍ତି ଜଣେ ଫ୍ୟାନ୍ସ । ଅଧିକ ପଢନ୍ତୁ

Hockey World Cup
Hockey World Cup
author img

By

Published : Jan 16, 2023, 4:42 PM IST

Hockey World Cup

ରାଉରକେଲା: ଭାରତୀୟ ହକି ଦଳକୁ ସମର୍ଥନ କରିବା ପାଇଁ ପଞ୍ଜାବରୁ ରାଉରକେଲାକୁ ସାଇକେଲରେ ଯାତ୍ରା । ଯୁବକ ଜଣକ ହେଉଛନ୍ତି ପଞ୍ଜାବ ରୁପାରର କରନ ବୀର ସିଂ । ସେ ନିଜେ ଜଣେ ହକି ଖେଳାଳି । ପଞ୍ଜାବ ପାଇଁ ରାଜ୍ୟସ୍ତରୀୟ ମ୍ୟାଚ୍‌ ଖେଳିଛନ୍ତି କରନ ବୀର ସିଂ । ତେବେ କରନ ବୀର ଭାରତୀୟ ହକି ଦଳର ଖେଳାଳିଙ୍କୁ ସମର୍ଥନ କରିବା ପାଇଁ ପଞ୍ଜାବରୁ ରାଉରକେଲା ସହରକୁ ଆସିଛନ୍ତି । ଆଗକୁ ସେ ଭୁବନେଶ୍ବର ଯିବା ଲକ୍ଷ୍ୟରେ ରହିଛନ୍ତି ।

ଭାରତୀୟ ହକି ଦଳକୁ ସମର୍ଥନ କରିବା ପାଇଁ ଦୃଢ଼ ବିଶ୍ବାସ ରଖି ଭାରତୀୟ ହକି ଦଳ ଏଥର ବିଶ୍ବକପ ଘରକୁ ଫେରାଇ ଆଣିବ ଏହି ବିଶ୍ବାସ ରଖି ଭାରତୀୟ ହକି ଦଳକୁ ସମର୍ଥନ ଲାଗି ରାଉରକେଲାକୁ ଯୁବକ ଜଣକ ସାଇକେଲ୍‌ରେ ଆସିଛନ୍ତି । ଏହି 2023 ହକି ବିଶ୍ବକପ ଭୁବନେଶ୍ବର-ରାଉରକେଲାରେ ହେଉଥିବା ବେଳେ ଭାରତ ହକି ଦଳକୁ ସମର୍ଥକଙ୍କ ସୁଅ ଛୁଟିଛି। ଚମତ୍କାର ପ୍ରଦର୍ଶନ କରିଛି ଭାରତୀୟ ହକି ଦଳ। ତେବେ ଏହାକୁ ନେଇ ପଞ୍ଜାବରୁ ରାଉରକେଲାକୁ ନିଜର ଖେଳ ଜୀବନର ସାଙ୍ଗମାନଙ୍କୁ ସମର୍ଥନ କରିବା ପାଇଁ ସାଇକେଲରେ ଯାତ୍ରା କରିଛନ୍ତି କରନ ବୀର।

ଏହା ବି ପଢନ୍ତୁ...Hockey World Cup: ଚତୁର୍ଥ ଦିନରେ 4ଟି ମୁକାବିଲା, ବିଜୟଧାରା ବଜାୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ-ଆର୍ଜେଣ୍ଟିନା

କରନ ବୀର ସାଇକେଲରେ ପୂର୍ବରୁ ଭାରତ ଭ୍ରମଣ କରିଛନ୍ତି । ତେବେ ବର୍ତ୍ତମାନ ସେ ଭାରତ ହକି ଦଳକୁ ବିଶ୍ବକପ ସମର୍ଥନ କରିବା ପାଇଁ ରାଉରକେଲା ଆସିଛନ୍ତି ଏବଂ ରାଉରକେଲାରୁ ପୁଣି ଭୁବନେଶ୍ବର ଯାଇ ମଧ୍ୟ ହକି ଦଳକୁ ସମର୍ଥନ କରିବେ । ତେବେ ସେ ଏହି ବିଶ୍ବକପ ପରେ ଭାରତରୁ ଲଣ୍ଡନକୁ ସାଇକେଲରେ ଯାତ୍ରା କରିବେ ବୋଲି କହିଛନ୍ତି । ଏହି ସାଇକେଲ ଯାତ୍ରାର ମୂଳ ଲକ୍ଷ୍ୟ ହେଉଛି ଯେ କିଭଳି ଲୋକେ ନିଜକୁ ଫିଟ୍‌ ରଖି ପାରିବେ । ବ୍ୟସ୍ତ ବହୁଳ ଜୀବନରେ ଲୋକେ ନିଜ ଶରୀର ଏବଂ ମାନସିକ ସୁସ୍ଥତାକୁ ଭୁଲି ଯାଉଛନ୍ତି ତେଣୁକରି ଲୋକଙ୍କ ମନରେ ଫିଟ ରହିବା ପାଇଁ ଏକ ସଚେତନତା ଭାବରେ ପଞ୍ଜାବରୁ ଲଣ୍ଡନ ସାଇକେଲ ଯାତ୍ରା କରିବେ ବୋଲି କହିଛନ୍ତି କରନ ବୀର ସିଂ । ଆଗାମୀ ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି କରନ ବୀର ସିଂ ।

ପ୍ରକାଶ ଥାଉ କି, ଜାନୁଆରୀ 13 ତାରିଖରୁ ଭୁବନେଶ୍ବର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ ଆରମ୍ଭ ହୋଇଛି । କଳିଙ୍ଗ ଓ ବିର୍ସା ମୁଣ୍ଡା ଷ୍ଟାଡିୟମରେ ସମସ୍ତ ମ୍ୟାଚ୍‌ ଖେଳାଯାଉଛି । ଏଥିରେ ମୋଟ 16ଟି ଦଳ ଅଂଶଗ୍ରହଣ କରିଛନ୍ତି । ଭାରତ ପୁଲ ଡି'ରେ ରହିଛି । ତା ସହିତ ସ୍ପେନ୍‌, ୱେଲ୍ସ ଓ ଇଂଲଣ୍ଡ ପୁଲ ଡି'ରେ ରହିଛନ୍ତି । ଭାରତ ତାର ପ୍ରଥମ ମୁକାବିଲାରେ ସ୍ପେନକୁ 2-0 ଗୋଲରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ଗତକାଲି(ରବିବାର) ଅନୁଷ୍ଠିତ ଇଂଲଣ୍ଡ ବିରକ୍ଷ ମ୍ୟାଚ ଡ୍ର' ହୋଇଛି । 19 ତାରିଖରେ ଭାରତ ୱେଲ ବିପକ୍ଷରେ ଖେଳିବ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.