ETV Bharat / state

ସୁନ୍ଦରଗଡରେ ଜଘନ୍ୟ ହତ୍ୟାକାଣ୍ତ: ପୋଖରୀ କୂଳରେ ମୁଣ୍ତ ବିହୀନ ଶରୀର

ସୁନ୍ଦରଗଡରେ ଜଘନ୍ୟ ହତ୍ୟାକାଣ୍ତ । ରମେଶ ସିଂଙ୍କୁ ହତ୍ୟା । ଶରୀରକୁ ଖଣ୍ଡ ଖଣ୍ଡ କରି ଏଣେ ତେଣେ ଫିଙ୍ଗି ଦେଇଛି ହତ୍ୟାକାରୀ । ଓଡ୍ରାଫ୍, ଫାୟାର ଟିମ୍, ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମର ସର୍ଚ୍ଚ ଅପରେସନ ଜାରି । ଅଧିକ ପଢନ୍ତୁ...

Heinous murder at Sundargarh, police investigation going on
ସୁନ୍ଦରଗଡରେ ଜଘନ୍ୟ ହତ୍ୟାକାଣ୍ତ :ପୋଖରୀ କୂଳରୁ ମିଳିଲା ମୁଣ୍ତ ବିହୀନ ଶରୀର
author img

By

Published : Jan 15, 2021, 12:25 PM IST

Updated : Jan 15, 2021, 8:22 PM IST

ସୁନ୍ଦରଗଡ: ବିଭତ୍ସ, ଭୟଙ୍କର ଓ ବର୍ବର । ସୁନ୍ଦରଗଡ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି ରମେଶ ସିଂଙ୍କ ଜଘନ୍ୟ ହତ୍ୟାକାଣ୍ଡ। ଶରୀରକୁ ଖଣ୍ଡଖଣ୍ଡ କରି ଏଣେତେଣେ ଫିଙ୍ଗି ଦେଇଛି ହତ୍ୟାକାରୀ । ପୋଲିସକୁ ମୃତ ଦେହର ବିଭିନ୍ନ ଅଙ୍ଗ ଅନେକ ସ୍ଥାନରୁ ମିଳିଛି । (ଗୁରୁବାର) ରାତିରେ ପ୍ରଥମେ ଆମ୍ବିଆନସ୍ ହୋଟେଲ ପଛପଟ ଧାନ ବିଲରୁ ଗୋଟିଏ କଟା ହାତ ପୋଲିସ ଉଦ୍ଧାର କରିଥିଲା । ପରେ ମଧ୍ୟରାତ୍ରୀରେ ଏକ ପୋଖରୀ କୂଳରୁ ହାତ,ଗୋଡ ଓ ମୁଣ୍ତ ବିହୀନ ଶରୀରକୁ ଉଦ୍ଧାର କରିଥିଲା ପୋଲିସ । ଆଜି (ଶୁକ୍ରବାର) ଶରୀରର ଗୋଟିଏ ହାତ ,ଗୋଟିଏ ଗୋଡ ଓ ଅଧ ପୋଡା ମୁଣ୍ଡକୁ ପୋଖରୀରୁ ପାଇଛି ତଦନ୍ତକାରୀ ଟିମ । ତେବେ ଏବେ ବି ଶରୀର ଗୋଟିଏ ଗୋଡକୁ ଖୋଜୁଛି ପୋଲିସ । ଯେଉଁ ଯେଉଁ ସ୍ଥାନରେ ମୃତଦେହର ଅଂଶ ବିଶେଷ ପୋଲିସକୁ ମିଳିଛି ସେହି ସବୁ ସ୍ଥାନରେ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି । ଓଡ୍ରାଫ୍, ଫାୟାର ଟିମ୍, ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମର ସର୍ଚ୍ଚ ଅପରେସନ ଜାରି ରଖିଛି ।

ସୁନ୍ଦରଗଡରେ ଜଘନ୍ୟ ହତ୍ୟାକାଣ୍ତ : ପୋଖରୀ କୂଳରେ ମୁଣ୍ତ ବିହୀନ ଶରୀର

ସେପଟେ, ପୋଲିସ ଏହି ଘଟଣାରେ ସନ୍ଦେହରେ ଦୁଇ ଅଭିଯୁକ୍ତ ମାଧବୀ ଏବଂ ମଞ୍ଜ ଓରାମ ଙ୍କୁ ଉଠାଇ ନେଇଛି । ଉଭୟଙ୍କୁ ଥାନାରେ ଅଟକ ରଖି ଛାନଭିନ ଚଳାଇଛି । ମାଧବୀଙ୍କ ଘରେ ହତ୍ୟାକାଣ୍ତ ହୋଇଥିବା ସମସ୍ତ ପ୍ରମାଣ ପୋଲିସର ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମକୁ ମିଳିଛି। ତେବେ ମହିଳାଙ୍କ ନିକଟକୁ ମୃତକ ପୂର୍ବରୁ ଆସୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏପରିକି କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା । ପରକୀୟ ପ୍ରୀତି ଯୋଗୁଁ ହତ୍ୟାକାଣ୍ତ ଘଟିଛି ବୋଲି ଅଭିଯୋଗ ହୋଇଛି । ସେପଟେ,ବୁଧବାର ଦିନ ରମେଶ ନିଖୋଜ ହୋଇଥିଲେ । ପରିବାର ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲା । କୌଣସି ସୁରାକ ପାଇ ନଥିଲେ । ଏନେଇ ପରିବାର ପକ୍ଷରୁ ଗୁରୁବାର ଦିନ ଥାନାରେ ଏତଲା ଦିଆଯାଇଥିଲା । ପ୍ରମାଣ ନଷ୍ଟ କରିବାକୁ ଯାଇ ହତ୍ୟାକାରୀ କରିଛି ହୀନ ଉଦ୍ୟମ । ଗୋଟିଏ ସ୍ଥାନରେ ହତ୍ୟା କରିବା ପରେ ସୁଯୋଗ ଦେଖି ଶରୀରର ସମସ୍ତ ଅଙ୍ଗକୁ ଏଣେ ତେଣେ ଫିଙ୍ଗି ଦେଇଛି । ଆଉ ଅଧିକ ତଦନ୍ତ ପରେ ପୂରା ସତ ସାମ୍ନାକୁ ଆସିବ ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର , ଇଟିଭି ଭାରତ

Last Updated : Jan 15, 2021, 8:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.