ରାଉରକେଲା: ସୁନ୍ଦରଗଡ ଜିଲ୍ଲା ହାତୀବାରି ଗ୍ରାମ ପଞ୍ଚାୟତରେ 2 ଜଣ କaରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଗ୍ରାମ ପଞ୍ଚାୟତକୁ 72 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି । ଘୋଷଣା କରିଛନ୍ତି ହାତୀବାରି ଗ୍ରାମ ପଞ୍ଚାୟତର ସରପଞ୍ଚ ।
19 ଅଗଷ୍ଟ ରୁ 22 ଅଗଷ୍ଟ ସକାଳ 5 ଟା ପର୍ଯ୍ୟନ୍ତ ହାତୀବାରି ପଞ୍ଚାୟତ ଅଧୀନରେ ଥିବା ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ କଯ୍ୟାଳୟ ବନ୍ଦ ରହିବ । କେତେକ ଅତ୍ୟାବଶ୍ୟକୀୟ ଗମନାଗମନକୁ ଛାଡିଦେଲେ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ ବୋଲି ସରପଞ୍ଚ କହିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ