ETV Bharat / state

ଦୁର୍ନୀତି ବିରୋଧରେ ପ୍ରତିବାଦ, କାଲି ସୁନ୍ଦରଗଡ଼ର ସମସ୍ତ ବ୍ଲକ ଘେରାଉ କରିବ ବିଜେପି

ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ବିଜେପିର ପ୍ରତିବାଦ । ଆସନ୍ତାକାଲିଠାରୁ ବିଜେପି ପକ୍ଷରୁ ସୁନ୍ଦରଗଡ଼ର ସମସ୍ତ ବ୍ଲକ୍ ଓ ପୌରପାଳିକା କାର୍ଯ୍ୟାଳୟକୁ ଘେରିବାକୁ ଯୋଜନା । ଅଧିକ ପଢ଼ନ୍ତୁ

BJP will Protest against corruption
BJP will Protest against corruption
author img

By ETV Bharat Odisha Team

Published : Nov 14, 2023, 7:25 PM IST

BJP will Protest against corruption

ରାଉରକେଲା: ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ବିଜେପିର ପ୍ରତିବାଦ । ବ୍ଲକ୍‌ ଏବଂ ମ୍ୟୁନିସିପାଲିଟି ସ୍ତରରେ ବିରୋଧ ଓ ପ୍ରତିବାଦ କରୁଛନ୍ତି ବିଜେପି କର୍ମୀ । ରାଜ୍ୟରେ ଘଟୁଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ଆଜିଠାରୁ ୧୮ ତାରିଖ ଯାଏଁ ମ୍ୟୁନିସିପାଳିଟି, ପୌରପରିଷଦ ଓ ବ୍ଲକ୍ ଘେରାଉ କରିବ ଦଳ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସହ ବିଜୁ ପକ୍କା ଘର ଯୋଜନା, ସହ ସ୍ୱାସ୍ଥ୍ୟ, ଶିକ୍ଷା, ଉନ୍ନତି ପାଇଁ ହେଉଥିବା ଯୋଜନାରେ ରାଜ୍ୟରେ ବିଜେଡି ସରକାର ବ୍ୟାପକ ଦୁର୍ନୀତି କରୁଛି ବୋଲି ଅଭିଯୋଗ କରିଛି ବିଜେପି । ଏନେଇ ରାଉରକେଲାରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛି ବିଜେପି ।

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତିକୁ ନେଇ ଆସନ୍ତାକାଲିଠାରୁ ବିଜେପି ପକ୍ଷରୁ ସୁନ୍ଦରଗଡ଼ର ସମସ୍ତ ବ୍ଲକ୍ ଓ ପୌରପାଳିକା କାର୍ଯ୍ୟାଳୟକୁ ଘେରିବାକୁ ଯୋଜନା କରିଛି । ରାଉରକେଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା ଭଳି ପ୍ରମୁଖ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି କରିଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟସେବାରେ ଉନ୍ନତି, ଶିକ୍ଷା କ୍ଷେତ୍ରରେ ଉନ୍ନତି, କ୍ରୀଡ଼ା କ୍ଷେତ୍ରର ଉନ୍ନତି ଏବଂ ରୋଡ ରାସ୍ତାର ଉନ୍ନତି, ସହରର ବିକାଶ ଏବଂ ସୁଦୃଢ଼ ଗ୍ରାମାଞ୍ଚଳ ଭିତ୍ତିଭୂମି ସୁନିଶ୍ଚିତ କରିବା ଲକ୍ଷ୍ୟରେ କରାଯାଇଥିବା ଏହି ଯୋଜନାଗୁଡ଼ିକ ନେଇ ରାଜ୍ୟ ସରକାରଙ୍କ ନେତାମାନଙ୍କ ଦ୍ଵାରା ବ୍ୟାପକ ଦୁର୍ନୀତି କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଆସନ୍ତା ୧୪ ରୁ ୧୮ ସାରା ରାଜ୍ୟରେ ଜନ ଆକ୍ରୋଶ ବ୍ଲକ ଘେରାଉ କରିବ ବିଜେପି

ଏହାସହ ଦୁର୍ନୀତି ଦ୍ୱାରା ଯେଉଁ ଯୋଜନାଗୁଡିକ ସାଧାରଣ ଲୋକ ଏବଂ ରାଜ୍ୟର ବିକାଶ ପାଇଁ କରାଯାଇଛି ତାହା ସମ୍ପୂର୍ଣ୍ଣ ଧ୍ୱଂସପ୍ରାପ୍ତ ହୋଇଥିବା ଦଳ ଅଭିଯୋଗ କରିଛି । ବିଜେପି ପକ୍ଷରୁ ଏହି ଯୋଜନାଗୁଡ଼ିକ ପାଇଁ ଆବଣ୍ଟିତ ଅର୍ଥର ଅପବ୍ୟବହାର ନେଇ ଉଦବେଗ ପ୍ରକାଶ କରି ସୂଚାଇ ଦିଆଯାଇଛି ଯେ, ନାଗରିକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ବିଜେଡି ସରକାର ଭିତରେ ଥିବା ଅସାଧୁମାନେ ଆତ୍ମସାତ୍ କରିଛନ୍ତି । ବ୍ଲକ ଏବଂ ପୌରପାଳିକା କାର୍ଯ୍ୟାଳୟକୁ ଘେରିବା ଏକ ପ୍ରତୀକାତ୍ମକ ପଦକ୍ଷେପ, ଅଧିକ ସ୍ୱଚ୍ଛତା ଏବଂ ଉତ୍ତର ଦାୟିତ୍ୱ ଉପରେ ଧ୍ୟାନ ଆକର୍ଷଣ କରିବା ଉଦ୍ଦେଶ୍ୟରେ ବିଜେପି ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବ୍ଲକ ଏବଂ ମ୍ୟୁନିସିପାଲିଟି ଅଫିସ ଆସନ୍ତାକାଲିଠାରୁ ଘେରିବା ଆରମ୍ଭ କରିବ । ତେବେ ଦୁର୍ନୀତିକୁ ପର୍ଦ୍ଦାଫାଶ କରିବା ସହ ଏହି ଅନିୟମିତତାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବିକୁ ନେଇ ବିଜେପି ଅଡ଼ି ବସିଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.