ETV Bharat / state

ଯୁବକ ଯୁବତୀଙ୍କ ପାଇଁ ଆରମ୍ଭ ହେଲା ମାଗଣା କୋଚିଂ ସେଣ୍ଟର 'ସୁଦକ୍ଷ' - ସୁନ୍ଦରଗଡରେ ମାଗଣା କୋଚିଂ ସେଣ୍ଟର

ସୁନ୍ଦରଗଡର ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ସେଣ୍ଟର 'ସୁଦକ୍ଷ' ଆରମ୍ଭ ହୋଇଛି । ଏହି କୋଚିଂର ସମସ୍ତ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ । ଅଧିକ ପଢନ୍ତୁ...

ଯୁବକ ଯୁବତୀଙ୍କ ପାଇଁ ଆରମ୍ଭ ହେଲା ମାଗଣା କୋଚିଂ ସେଣ୍ଟର 'ସୁଦକ୍ଷ'

author img

By

Published : Feb 2, 2021, 3:52 PM IST

ସୁନ୍ଦରଗଡ: ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ସେଣ୍ଟର 'ସୁଦକ୍ଷ' ଆରମ୍ଭ କଲା ଜିଲ୍ଲା ପ୍ରଶାସନ । ସୁନ୍ଦରଗଡରେ ଆଜି(ମଙ୍ଗଳବାର) ଏହି ପ୍ରକଳ୍ପ ତା'ର କାର୍ଯ୍ୟ ଆରମ୍ଭ କରିଥିବାବେଳେ ଆଗାମୀ ଦିନରେ ବଣେଇ ଓ ରାଉରକେଲାରେ କାମ ଆରମ୍ଭ କରିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ବେକାର ଶିକ୍ଷତ ଯୁବକ-ଯୁବତୀଙ୍କୁ ଏହି କୋଚିଂ ମାଗଣାରେ ଦିଆଯିବା ସହ ସେମାନଙ୍କୁ ବ୍ୟାଙ୍କିଙ୍ଗ, ଷ୍ଟାଫ୍ ସିଲେକ୍ସନ, ରେଲଓ୍ବେ, ଆର୍ମି, ଏୟାରଫୋର୍ସ, ନାଭାଲ, ଅର୍ଦ୍ଧ ସାମରିକ ଏବଂ ଓଡିଶା ପୋଲିସରେ ନିଯୁକ୍ତି ପାଇବା ପାଇଁ ଯେଉଁସବୁ ପରୀକ୍ଷା ଦେବାକୁ ହୁଏ, ସେନେଇ ପ୍ରସ୍ତୁତ କରାଯିବ ବୋଲି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି ।

ଯୁବକ ଯୁବତୀଙ୍କ ପାଇଁ ଆରମ୍ଭ ହେଲା ମାଗଣା କୋଚିଂ ସେଣ୍ଟର 'ସୁଦକ୍ଷ'

ଏଥିରେ ଜିଲ୍ଲାର ଖଣି ଅଞ୍ଚଳରେ ଥିବା ଏସସି ଓ ଏସଟି ଯୁବକ ଯୁବତୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ । ଏହି କୋଚିଂ ତିନି ମାସିଆ ହୋଇଥିବାବେଳେ ଚାକିରୀ ଆଶାୟୀ ଯୁବକ ଯୁବତୀଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଏହି କୋଚିଂର ସମସ୍ତ ବ୍ୟୟ ଜିଲ୍ଲା ପ୍ରଶାସନ ବହନ କରିବ । ତେବେ ଏହି ପ୍ରକଳ୍ପର ବହୁଳ ପ୍ରଚାର ଓ ପ୍ରସାର କରିବା ପାଇଁ ଜିଲ୍ଲାପାଳ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.