ETV Bharat / state

ରାଉରକେଲା ବାସନ୍ତୀ କଲୋନୀରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ - ବାସନ୍ତୀ କଲୋନୀରେ ଅଗ୍ନିକାଣ୍ଡ

ରାଉରକେଲା ବାସନ୍ତୀ କଲୋନୀରେ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ପୋଡି ପାଉଁଶ । ଅଧିକ ପଢନ୍ତୁ...

ରାଉରକେଲା ବାସନ୍ତୀ କଲୋନୀରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଦନସମ୍ପତ୍ତି ନଷ୍ଟ

author img

By

Published : Dec 30, 2020, 7:04 PM IST

Updated : Dec 30, 2020, 7:19 PM IST

ସୁନ୍ଦରଗଡ: ସହରସ୍ଥିତ ବାସନ୍ତୀ କଲୋନୀରେ ଅଗ୍ନିକାଣ୍ଡ । ଜଳିପୋଡି ନଷ୍ଟ ହୋଇଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଘରେ ଥିବା ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଜଣଙ୍କୁ ଶ୍ବାସରୁଦ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ରାଉରକେଲା ବାସନ୍ତୀ କଲୋନୀରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ

ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲ୍ଲା ରାଉରକେଲା ବାସନ୍ତୀ କଲୋନୀର ଏଲ୍-57 କ୍ୱାର୍ଟରରେ ଅଗ୍ନିକାଣ୍ଡ ଘଟିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଏହି ଅଗ୍ନିକାଣ୍ଡ । ଏଥିରେ ନଷ୍ଟ ହୋଇଯାଇଛି ଗୋଟିଏ କାର, ତିନୋଟି ମୋଟର ସାଇକେଲ, 4ଟି ସାଇକେଲ ଓ ଘରର ଆସବାବପତ୍ର ।

ଅନ୍ୟପଟେ ଘରର ପ୍ରଥମ ମହଲାରେ ଶୋଇଥିବା ଘର ମାଲିକ ଦେବବ୍ରତ ମହାପାତ୍ରଙ୍କୁ ଶ୍ୱାସରୁଦ୍ଧ ଅବସ୍ଥାରେ ଫାୟାର ବ୍ରିଗେଡ ଟିମ ଉଦ୍ଧାର କରିଛି । ନିଆଁ କିପରି ଭାବେ ଲାଗିଲା ସେନେଇ ତଦନ୍ତ କରୁଛି ଅଗ୍ନିଶମ ବିଭାଗ ଓ ଉଦିତ ନଗର ପୋଲିସ । ପୂର୍ବ ଶତ୍ରୁତା ଏହାର ଅନ୍ୟତମ କାରଣ ହୋଇଥାଇପାରେ ବୋଲି ସ୍ଥାନୀୟ ପୋଲିସ ସନ୍ଦେହ କରୁଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Dec 30, 2020, 7:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.