ETV Bharat / state

ମହିଳା ପୋଷ୍ଟମାଷ୍ଟରଙ୍କୁ ହତ୍ୟା: ପୁରୁଷ ବନ୍ଧୁ ଅଟକ

author img

By

Published : Jul 19, 2023, 7:28 AM IST

Updated : Jul 19, 2023, 2:03 PM IST

ସୁନ୍ଦରଗଡରେ ମହିଳା ପୋଷ୍ଟମାଷ୍ଟରଙ୍କୁ ହତ୍ୟା ଘଟଣା । ପୁରୁଷ ବନ୍ଧୁକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଧିକ ପଢନ୍ତୁ

ମହିଳା ପୋଷ୍ଟମାଷ୍ଟରଙ୍କୁ ହତ୍ୟା
ମହିଳା ପୋଷ୍ଟମାଷ୍ଟରଙ୍କୁ ହତ୍ୟା
ମହିଳା ପୋଷ୍ଟମାଷ୍ଟରଙ୍କୁ ହତ୍ୟା

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଜଣେ ମହିଳା ପୋଷ୍ଟମାଷ୍ଟରଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଗତକାଲି(ମଙ୍ଗଳବାର) ଲେଫ୍ରିପଡା ଥାନା ଅନ୍ତର୍ଗତ ବେଲସରିଆପଡ଼ା ଅଞ୍ଚଳର ଏକ ବୁଦା ନିକଟରୁ ତାଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଲେଫ୍ରିପଡା ଥାନାକୁ ଖବର ଦେଇଥିଲେ । ମୃତକ ହେମଗିରି ବ୍ଲକ ଟିକିଲିପଡ଼ାର ଭଗବାନ ପ୍ରଧାନଙ୍କ ଝିଅ ସ୍ନିଗ୍ଧା ପ୍ରଧାନ । ସେ ଲେଫ୍ରିପଡ଼ା ବ୍ଲକ ତେଲେନଡିହି ଉପଡାକଘରରେ ବ୍ରାଞ୍ଚ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ କରି ଆସୁଥିଲେ ।

ସ୍ନିଗ୍ଧା ୬ ବର୍ଷ ପୂର୍ବେ ଡାକ ବିଭାଗରେ ଚାକିରିରେ ଯୋଗ ଦେଇଥିଲେ । ସୋମବାର ଦିନ ସେ ନିଖୋଜ ଥିବା ନେଇ ତାଙ୍କ ବାପା ଲେଫ୍ରିପଡ଼ା ଥାନାରେ ଏତଲା ଦେଇଥିଲେ । ଏତଲା ଦେବାର ୨୪ ଘଣ୍ଟା ନ ପୁରୁଣୁ ଝିଅର ମୃତଦେହ ଉଦ୍ଧାର ହୋଇଛି । ହତ୍ୟାକାରୀ ପ୍ରଥମେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ଓ ପିଠିରେ ଛୁରୀ ଭୁସି ହତ୍ୟା କରିଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ପୋଲିସ ମୃତ ଯୁବତୀଙ୍କ ପୁରୁଷ ବନ୍ଧୁ ନୟନକୁ ଅଟକ ରଖି ପଚରାଉଚରା କରୁଛି ।

ମିଳିଥିବା ସୂଚନା ଅନୁଯାୟୀ, ମୃତଦେହ ମିଳିବା ପୂର୍ବରୁ ହତ୍ୟାକାରୀ ଜଣକ ସ୍ନିଗ୍ଧାଙ୍କ ମାଆଙ୍କ ହ୍ବାର୍ଟ୍ସଆପକୁ ଏକ ମେସେଜ ପଠାଇଥିଲା । ମେସେଜରେ ସ୍ନିଗ୍ଧା ଓ ତାଙ୍କର ପୁରୁଷ ବନ୍ଧୁଙ୍କୁ ହତ୍ୟା କରିଛୁ ଏବଂ ବେଲସରିଆପଡ଼ା ଅଞ୍ଚଳରେ ଝିଅର ମୃତଦେହ ଥିବା କହି ଲୋକେସନ ପଠାଯାଇଥିଲା । ଏହାପରେ ଗତକାଲି(ମଙ୍ଗଳବାର) କେବଳ ସ୍ନିଗ୍ଧାଙ୍କ ମୃତଦେହ ମିଳିଥିଲା ।

ଏହାମଧ୍ୟ ପଢନ୍ତୁ: ବାଲେଶ୍ବରରେ ସ୍ତ୍ରୀକୁ ହାଣି ହତ୍ୟା, ସ୍ବାମୀ ଅଟକ

ହେମଗିରି ଥାନା ଟିକିରିପଡା ଅଞ୍ଚଳରେ ରହୁଥିବା ସ୍ନିଗ୍ଧାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ସ୍ନିଗ୍ଧା ରବିବାର ଦିନ ଘରକୁ ଆସିଥିଲେ । ସୋମବାର ଦିନ ନିଜ ସମ୍ପର୍କୀୟ ଭାଇ ସହ ବାଇକରେ ତେଲେନଡିହିକୁ ବାହାରିଥିଲେ । ହେଲେ ଲେଫ୍ରିପଡା ବସଷ୍ଟାଣ୍ଡରେ କାମ ଥିବା କହି ରହିଯାଇଥିଲେ । ସ୍ନିଗ୍ଧା ରହୁଥିବା ଭଡାଘରକୁ ରାତିରେ ନଫେରିବାରୁ ଘର ମାଲିକ ତାଙ୍କ ବାପାମାଆଙ୍କୁ ସୂଚନା ଦେଇଥିଲେ । ଏନେଇ ପରିବାର ଲୋକେ ସଙ୍ଗେ ସଙ୍ଗେ ଥାନାରେ ନିଖୋଜ ଏତଲା ଦେଇଥିଲେ । ଏହାପରେ ହିଁ ସ୍ନିଗ୍ଧାଙ୍କ ପରିବାର ଲୋକଙ୍କୁ ମୃତଦେହ ଥିବା ସ୍ଥାନର ଲୋକେସନ ଆସିଥିଲା ।

ତେବେ ଲୋକେସନ ଆସିଥିବା ସ୍ଥାନରୁ କେବଳ ସ୍ନିଗ୍ଧାଙ୍କ ମୃତଦେହ ମିଳିଥିଲା । ଏପଟେ ତାଙ୍କର ପୁରୁଷ ବନ୍ଧୁ ଜୀବିତ ଥିବା ଦେଖାଯାଇଥିଲା । ତେଣୁ ପୋଲିସ ସନ୍ଦେହରେ ପୁରୁଷ ବନ୍ଧୁ ନୟନଙ୍କୁ ଅଟକ ରଖି ପଚରାଉଚରା କରୁଛି । କିଏ ଓ କାହିଁକି ସ୍ନିଗ୍ଧାଙ୍କୁ ହତ୍ୟା କଲା ତାହା ଏ ଯାଏଁ ସ୍ପଷ୍ଟ ହୋଇନି । ଯିଏ ହତ୍ୟା କରିଛି ସେ କାହିଁକି ସ୍ନିଗ୍ଧା ଓ ତାଙ୍କ ପୁରୁଷ ବନ୍ଧୁକୁ ହତ୍ୟା କରିଛି ବୋଲି ମିଛରେ କହିଥିଲା ସେନେଇ ତନାଘନା ଚାଲିଛି । ତେଣୁ ଏହା ପଛରେ ତାଙ୍କର ପୁରୁଷ ବନ୍ଧୁଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି ।

ଇଟିଭି ଭାରତ, ସୁନ୍ଦରଗଡ

Last Updated : Jul 19, 2023, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.