ETV Bharat / state

ପାଚେରୀରେ ପିଟି ହେଲା ବାଇକ, ଚାଳକଙ୍କ ମୃତ୍ୟୁ

author img

By

Published : Jan 22, 2021, 4:16 PM IST

Updated : Jan 22, 2021, 4:30 PM IST

ରାଜଗାଙ୍ଗପୁର ମାଲିଡିହି ଛକରେ ବାଇକ ଦୁର୍ଘଟଣା । ଉକ୍ତ ଘଟଣାରେ ବାଇକ ଚାଳକ ରୋନିତ କୁଲୁଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ବାଇକ ଚାଳକ ମାଲିଡିହି ଛକରେ ଥିବା ମାଲିଡିହି ପ୍ରାଥମିକ ବିଦ୍ୟାଳୟର ପାଚେରୀରେ ପିଟି ହେବାରୁ ଏହି ଅଘଟଣ ଘଟିଛି । ଅଧିକ ପଢନ୍ତୁ...

ସୁନ୍ଦରଗଡ ପାଚେରୀରେ ପିଟି ହେଲା ବାଇକ, ଚାଳକଙ୍କ ମୃତ୍ୟୁ

ସୁନ୍ଦରଗଡ: ଜିଲ୍ଲାର ରାଜଗାଙ୍ଗପୁର ମାଲିଡିହି ଛକରେ ବାଇକ ଦୁର୍ଘଟଣା । ଉକ୍ତ ଘଟଣାରେ ବାଇକ ଚାଳକ ରୋନିତ କୁଲୁଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ବାଇକ ଚାଳକ ମାଲିଡିହି ଛକରେ ଥିବା ମାଲିଡିହି ପ୍ରାଥମିକ ବିଦ୍ୟାଳୟର ପାଚେରୀରେ ପିଟି ହେବାରୁ ଏହି ଅଘଟଣ ଘଟିଛି ।

କୌଣସି କାମରେ ସେ ରାଜଗାଙ୍ଗପୁର ଆସୁଥିବାବେଳେ ନିୟନ୍ତ୍ରଣ ହରାଇ ବାଇକଟି ପାଚେରୀରେ ପିଟି ହୋଇଥିଲା । ମୁର୍ମୂଷ ଅବସ୍ଥାରେ ସ୍ଥାନୀୟ ଲୋକେ ରୋନିତଙ୍କୁ ରାଜଗାଙ୍ଗପୁର ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ମାତ୍ର ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ରାଜଗାଙ୍ଗପୁର ପୋଲିସ ଦୁର୍ଘଟଣା ସ୍ଥାନରୁ ବାଇକ ଜବତ କରିବା ସହ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଛି । ତେବେ ଆହାତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ମୃତକଙ୍କ ଘର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଗିର୍ଜାପଡା ବୋଲି ପୋଲିସ ତା’ର ପ୍ରାଥମିକ ତଦନ୍ତରେ କହିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Jan 22, 2021, 4:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.