ETV Bharat / state

ପୋଖରୀରେ ଫସିଥିଲା ହାତୀ, ଉଦ୍ଧାର କଲା ବନବିଭାଗ ଓ ଦମକଳ ବାହିନୀ

ସୁନ୍ଦରଗଡ ଜିଲ୍ଲାରେ ଏକ ପରିତ୍ତ୍ୟକ୍ତ ପୋଖରୀରେ ଏକ ହାତୀ ସକାଳ ଫସିଯାଇଥିଲା । ବନବିଭାଗ ,ଦମକଳ ବିଭାଗ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ହାତୀକୁ ଉଦ୍ଧାର କରାଯାଇଛି ।

author img

By

Published : Oct 24, 2019, 11:32 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ରାଉରକେଲା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ବିରତୁଲା ଗାଁ ଜଙ୍ଗଲ ନିକଟରେ ଏକ ପରିତ୍ତ୍ୟକ୍ତ ପୋଖରୀରେ ଏକ ହାତୀ ଖସି ପଡିଥିବା ସୂଚନା ମିଳିଥିଲା । ପୋଖରୀରେ ପାଣି ଭର୍ତ୍ତି ଥିବା ବେଳେ ହାତୀଟି ସମ୍ପୂର୍ଣ୍ଣ ବୁଡିଯାଇ କେବଳ ପିଠିର କିଛି ଅଂଶ ପାଣି ଉପରକୁ ଦେଖାଯାଉଥିଲା।

କୂଅରୁ ହାତୀ ଉଦ୍ଧାର କଲେ ବନବିଭାଗ, ଦମକଳ ବିଭାଗ ଓ ଗ୍ରାମବାସୀ

ଆଜି ସକାଳୁ ଗାଁ ଲୋକେ ଜଙ୍ଗଲ ଆଡ଼କୁ ଯିବା ସମୟରେ ଏହା ଦେଖିବାକୁ ପାଇ ବନ ବିଭାଗ କୁ ଖବର ଦେଇଥିଲେ । ହାତୀ ରାତିରେ ପୋଖରୀରେ ଖସି ପଡିଥିବା ଅନୁମାନ କରାଯାଉଛି । ତଥାପି ଗାଁ ଲୋକେ ହାତୀଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲେ ।ଏହାପରେ ବନବିଭାଗ କର୍ମଚାରୀ ,ଦମକଳ ବିଭାଗର କର୍ମଚାରୀ ଓ ଗ୍ରାମବାସୀମାନଙ୍କର ନିରନ୍ତର ପ୍ରୟାସ ବଳରେ ଗଜରାଜ ହାତୀକୁ କୂଅ ଭିତରୁ ଉଦ୍ଧାର କରାଯାଇଛି । ହାତୀଟି ବର୍ତ୍ତମାନ ଜଙ୍ଗଲକୁ ଚାଲିଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:କୂଅ ରେ ପଡିଲା ହାତୀ
ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ବିରତୁଲା ଗାଁ ଜଂଗଲ ନିକଟ ରେ ଏକ ପରିତ୍ୟକ୍ତ କୂଅ ରେ ଏକ ହାତୀ ଖସି ପଡିଥିବା ସୂଚନା ମିଳିଛି । କୂଅ ଟିରେ ପାଣି ଭର୍ତ୍ତି ଥିବା ବେଳେ ହାତୀଟି ସଂପୂର୍ଣ୍ଣ ବୁଡି ଯାଇଛି କେବଳ ତାର ପିଠି ର କିଛି ଅଂଶ ପାଣି ଉପରକୁ ଦେଖାଯାଉଛି ।

Body:ଆଜି ସକାଳୁ ଗାଁ ଲୋକେ ଜଂଗଲ ଆଡ଼କୁ ଯିବା ସ4ମୟରେ ଏହା ଦେଖିବାକୁ ପାଇଁ ବନ ବିଭାଗ କୁ ଖବର ଦେଇଥିଲେ । ଯାହା ସୂଚନା ରହିଛି ବର୍ତ୍ତମାନ ସୁଦ୍ଧା ବନ ବିଭାଗ କର୍ମଚାରୀ ସେଠାରେ ପହଁଚି ନାହାନ୍ତି ।

Conclusion:ତଥାପି ଗାଁ ଲୋକେ ହାତୀ ଟି ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ହାତୀ ରାତି ରେ କୂଅ ଖସି ପଡିଥିବା ଅନୁମାନ କରାଯାଉଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.