ETV Bharat / state

ଡୁଲିଙ୍ଗା ଏନଟିପିସି କୋଇଲା ଖଣିରେ ତାଲା ପକାଇଲେ ବିସ୍ଥାପିତ - ଡୁଲିଙ୍ଗା ଏନଟିପିସି କୋଇଲା ଖଣି

ଡୁଲିଙ୍ଗା ଏନଟିପିସି କୋଇଲା ଖଣିରେ ତାଲା ପକାଇଲେ ବିସ୍ଥାପିତ ମହିଳା। ଅଧିକ ପଢନ୍ତୁ

displaced people protest in sundargarh
displaced people protest in sundargarh
author img

By

Published : Aug 1, 2023, 1:59 PM IST

Updated : Aug 1, 2023, 3:06 PM IST

ଡୁଲିଙ୍ଗା ଏନଟିପିସି କୋଇଲା ଖଣିରେ ତାଲା ପକାଇଲେ ବିସ୍ଥାପିତ

ରାଉରକେଲା: ବିସ୍ଥାପିତଙ୍କ ଦୁଃଖ ଶୁଣିଲାନି ଡୁଲିଙ୍ଗା ଏନଟିପିସି କୋଇଲା ଖଣି । ଶେଷରେ ରାସ୍ତାକୁ ଓହ୍ଳାଇ ଆନ୍ଦୋଳନ କଲେ ହେମଗିରି ଗ୍ରାମର ବିସ୍ଥାପିତ ମହିଳା । ଏନଟିପିସିର ଡୁଲିଙ୍ଗା ଖଣିକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମହିଳାମାନେ ବନ୍ଦ କରିଛନ୍ତି । ବାରମ୍ବାର ଏହି କୋଇଲା ଖଣିକୁ ନେଇ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଶେଷରେ ସୋମବାର ଶହଶହ ମହିଳା ଖଣି ଭିତରକୁ ଜୋର ଜବରଦସ୍ତ ପ୍ରବେଶ କରି ଖଣିକୁ ବନ୍ଦ କରିଦେଇଛନ୍ତି ।

ଦୀର୍ଘ ଦିନ ହେଲା ପୁର୍ନବାସ ଓ ଥାଇଥାନ ଦାବି ନେଇ କମ୍ପାନୀ ପାଖରେ ଦାବି କରି ଆସୁଥିଲେ ବିସ୍ଥାପିତ ଅଞ୍ଚଳରେ ଲୋକେ । ଏହାଛଡା ବିସ୍ଥାପିତଙ୍କୁ ଅନୁକମ୍ପା ରାଶି ଦେବାରେ ମଧ୍ୟ କମ୍ପାନୀ ଟାଳଟୁଳ ନୀତି ଆପଣାଇଛି । ଏହାର ପ୍ରତିବାଦରେ ଶହଶହ ବିସ୍ଥାପିତ ଅଞ୍ଚଳର ମହିଳା କମ୍ପାନୀ ବିରୋଧରେ ନାରାବାଜି କରି ଡୁଲିଙ୍ଗା ଖଣିରେ ପହଞ୍ଚିଥିଲେ । ଜୋରଜବରଦସ୍ତ କୋଇଲା ଖଣିରେ ପ୍ରବେଶ କରି ଖଣିକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବନ୍ଦ କରିଦେଇଛନ୍ତି । ଏହି ଅଞ୍ଚଳର ବିସ୍ଥାପିତ ଲୋକଙ୍କ ପାଇଁ ଦୀର୍ଘ ଦିନ ଧରି ଲାଗି ରହିଛି ବିଭିନ୍ନ ସମସ୍ୟା । ବିସ୍ଥାପିତମାନେ ବହୁ ସମୟ ଧରି ସେମାନଙ୍କର ଅଧିକାର ଦାବି କରିଆସୁଛନ୍ତି ଏବଂ ଏହାକୁ ନେଇ ବିଭିନ୍ନ ସମୟରେ ମିଟିଂ ସହ ଆନ୍ଦୋଳନ ମଧ୍ୟ ହେଉଛି । କିନ୍ତୁ କୋଇଲା ଖଣି କର୍ତ୍ତୃପକ୍ଷ ସେମାନଙ୍କ ଅଭିଯୋଗର ସମାଧାନ ପାଇଁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରିନାହାନ୍ତି । ସମସ୍ୟାର ସମାଧାନ ନହେବାରୁ ଧର୍ମଘଟ କରିଛନ୍ତି ମହିଳାମାନେ ।

ଏହା ମଧ୍ୟ ପଢନ୍ତୁ-କ୍ଷତିପୂରଣ, ଥଇଥାନ ଓ ନିଯୁକ୍ତ ଦାବି : ଆନ୍ଦୋଳନକୁ ଓହ୍ଲାଇଲେ MCL ବିସ୍ଥାପିତ

ଧର୍ମଘଟ ଯୋଗୁଁ ଏନଟିପିସି ଡୁଲିଙ୍ଗା କୋଇଲା ଖଣିରୁ ଉତ୍ପାଦନ ଏବଂ ପରିବହନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ବିସ୍ଥାପିତମାନେ ବହୁତ ଦିନ ଧରି ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିବା ବେଳେ ସମାଧାନ ପାଇଁ ନିଜ ଘର ଏବଂ ଜୀବିକା ଛାଡ଼ି ଧର୍ମଘଟରେ ସାମିଲ ହେବାକୁ ବାଧ୍ୟ ହୋଇଛନ୍ତି । ସେମାନଙ୍କୁ କ୍ଷତିପୂରଣ ଏବଂ ଥଇଥାନ ପାଇଁ ଦାବି ହୋଇଛି ।

ଏନଟିପିସି ଦୁଲିଙ୍ଗା କୋଇଲା ଖଣି ବିସ୍ଥାପିତ ଅଞ୍ଚଳର ପ୍ରାୟ ୬୦ ଜଣ ମହିଳାଙ୍କୁ ଅନୁକମ୍ପାମୂଳକ ସହାୟତା ଦିଆଯାଇ ନାହିଁ । ବିସ୍ଥାପନ ସମୟରେ ଯୁବତୀଙ୍କୁ କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାର ପାଳନ ହେଉନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ସେହିପରି ଜଙ୍ଗଲ ଜମି ଅଧିକାରର ରାଜସ୍ୱପଟ୍ଟା ପାଇଥିବା ଜମି ମାଲିକମାନଙ୍କୁ ତାଙ୍କର ବିସ୍ଥାପିତ ପଲିସି ହିସାବରେ ପ୍ରାପ୍ୟ ଦିଆଯାଉ ନାହିଁ । କ୍ଷତିପୂରଣ, ପୁର୍ନବାସ ଓ ଥଇଥାନ ଦାବିରେ ୩ ବର୍ଷ ହେଲା ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ଦାବି ପୂରଣ ହୋଇ ପାରିନାହିଁ । ଏହାର ପ୍ରତିବାଦରେ ବିସ୍ଥାପିତ ଅଞ୍ଚଳର ମହିଳାମାନେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଏନ୍‌ଟିପିସି ଖଣିକୁ ବନ୍ଦ କରିଦେଇଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated : Aug 1, 2023, 3:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.