ETV Bharat / state

ରମେଶ ସିଂ ହତ୍ୟାକାଣ୍ଡ ପର୍ଦ୍ଦାଫାଶ, ପରକୀୟା ପ୍ରୀତିରୁ ଶାଶୂ-ଜ୍ବାଇଁ ରଚିଥିଲେ ଜଘନ୍ୟକାଣ୍ଡ

ରମେଶ ସିଂ ନାମକ ଜଣେ ଯୁବକଙ୍କୁ ପରକୀୟା ପ୍ରୀତି ଯୋଗୁଁ ଜୀବନ ହାରିବାକୁ ପଡିଛି । ମୃତକଙ୍କ ସଂପର୍କକୁ ଅନ୍ୟ କେତେ ଜଣ ସହ୍ୟ କରି ନପାରି ଏହି ନୃଶଂସ ହତ୍ୟା କାଣ୍ଡ ଘଟାଇଥିଲେ । ଅଧିକ ପଢନ୍ତୁ...

ରମେଶ ସିଂ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ପରକୀୟା ପ୍ରୀତିରୁ ହୋଇଥିଲା ହତ୍ୟାକାଣ୍ଡ

author img

By

Published : Jan 18, 2021, 10:33 PM IST

ସୁନ୍ଦରଗଡ: ଶାରୀରିକ ସଂପର୍କକୁ ନେଇ ପ୍ରଥମେ ଗଣ୍ଡଗୋଳ ପରେ ଏହା ହତ୍ୟା ପରିଣତି ହେଲା । ରମେଶ ସିଂ ନାମକ ଜଣେ ଯୁବକଙ୍କୁ ପରକୀୟା ପ୍ରୀତି ଯୋଗୁଁ ଜୀବନ ହାରିବାକୁ ପଡିଛି । ମୃତକଙ୍କ ସଂପର୍କକୁ ଅନ୍ୟ କେତେ ଜଣ ସହ୍ୟ କରି ନପାରି ଏହି ନୃଶଂସ ହତ୍ୟା କାଣ୍ଡ ଘଟାଇଥିଲେ । ଦୁଇ ହାତ, ଦୁଇ ଗୋଡ ଓ ମୁଣ୍ଡକୁ ଶରୀରରୁ ଅଲଗା କରି ଅତି ନୃଶଂସ ଭାବେ ହତ୍ୟା କରିଥିଲେ ହତ୍ୟାକାରୀ । ବିଭିନ୍ନ ସ୍ଥାନରେ ଶରୀର ଭିନ୍ନ ଭିନ୍ନ ଅଙ୍ଗକୁ ଫିଙ୍ଗି ଫେରାର ହୋଇଯାଇଥିଲେ । ସୁନ୍ଦରଗଡ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏହାର ତଦନ୍ତ ଆରମ୍ଭ ହୋଇଥିଲା । ଲଗାତାର ତିନିଦିନ ଧରି ଖୋଜାଖୋଜି ପରେ ଏହି ଟିମ ବିଭିନ୍ନ ଅଞ୍ଚଳରୁ ମୃତକଙ୍କ ଶରୀରର ଭିନ୍ନ ଭିନ୍ନ ଅଂଶକୁ ବାହାର କରିଥିଲା ।

ରମେଶ ସିଂ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ପରକୀୟା ପ୍ରୀତିରୁ ହୋଇଥିଲା ହତ୍ୟାକାଣ୍ଡ

ଗ୍ରାମବାସୀ ତଥା ମୃତକଙ୍କ ପରିବାର ସଦସ୍ୟଙ୍କ ସୂଚନା ଅନୁସାରେ ପୋଲିସ ତା’ର ତଦନ୍ତକୁ ଆଗେଇ ନେବା ସହ ମାଧବୀ ସିଂ ଦେଓ ନାମକ ଜଣେ ମହିଳା ଓ ଭଜ ଓରାମ ନାମକ ଜଣେ ପୁରୁଷଙ୍କୁ ନେଇ ଥାନାରେ ଅଟକ ରଖିଥିଲା । ଅଭିଯୁକ୍ତ ଦୁଇଜଣଙ୍କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ପଚରା ଉଚରା କରିବାପରେ ଅଭିଯୁକ୍ତ ଦୁଇଜଣ ତାଙ୍କର ଦୋଷ ସ୍ୱୀକାର କରିବାସହ ହତ୍ୟାରେ ବ୍ୟବହାର କରିଥିବା କଟୁରି (ମାରଣାସ୍ତ୍ର) ଓ ଅନ୍ୟ ସମସ୍ତ ପ୍ରମାଣ ସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଫୋଲିସ ଆଜି ସଂଧ୍ୟାରେ ଅଭିଯୁକ୍ତ ମହିଳା ମାଧବୀ ସିଂ ଦେଓ ଓ ଭଜ ଓରାମଙ୍କୁ ନରହତ୍ୟା ଅଭିଯୋଗରେ କୋର୍ଟ ଚାଲାଣ କରିଛି । ତେବେ ଏବେ ବି ଅନ୍ୟ କେତେକଙ୍କର ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଥିବା କଥା ପୋଲିସ ସନ୍ଦେହ କରୁଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.