ETV Bharat / state

NIT ଛାତ୍ରଙ୍କ ନିଆରା ଉଦ୍ଭାବନ ‘କୃଷି’: ଚାଷୀଙ୍କ ଦୁଃଖ ବୁଝିବ, ଚାଷକାର୍ଯ୍ୟରେ ସହାୟକ ହେବ

author img

By

Published : Jul 23, 2023, 9:51 AM IST

ଚାଷ ଜମିକୁ ଜଗିବା ସହ ଚାଷୀଙ୍କୁ ସାର ସିଞ୍ଚନ କରିବ ପାଇଁ ସହାୟତା କରିବ ଡ୍ରୋନ । ଏହି ଅତ୍ୟାଧୁନିକ ଜ୍ଞାନକୌଶଳର ଉଦ୍ଭାବନ କରିଛନ୍ତି ରାଉରକେଲା ଏନଆଇଟିର ଦୁଇ ଜଣ ଛାତ୍ର । ଅଧିକ ପଢନ୍ତୁ

ଚାଷ ଜମି ଜଗିବ ଡ୍ରୋନ
ଚାଷ ଜମି ଜଗିବ ଡ୍ରୋନ
ଚାଷ ଜମି ଜଗିବ ଡ୍ରୋନ

ରାଉରକେଲା: କୃଷି କ୍ଷେତ୍ରର ବିକାଶ ପାଇଁ ରାଉରକେଲା ଏନଆଇଟିର ଦୁଇ ଜଣ ଛାତ୍ର ନିଆରା ପ୍ରୟାସ କରିଛନ୍ତି । ଚାଷ ଜମିକୁ ଜଗିବା ସହ ଚାଷୀଙ୍କୁ ସାର ସିଞ୍ଚନ କରିବ ପାଇଁ ସହାୟତା କରିବ ଡ୍ରୋନ । ରାଉରକେଲା ଏନଆଇଟି ଛାତ୍ର ଡ୍ରୋବୋଟିକ୍ସ ଡାଇନାମିକ୍ସ ଟିମ ଏହି ନୂଆ ଉଦ୍ଭାବନ କରିଛି । ଧାନ, ପନିପରିବା ଚାଷକୁ ବିଭିନ୍ନ କୀଟପତଙ୍ଗ ସଂକ୍ରମଣରୁ ଏହି ଡ୍ରୋନ ରକ୍ଷା କରିବ । କେତେବେଳେ ପାଣିର ଆବଶ୍ୟକତା ବିଷୟରେ ଠିକ୍ ଅନୁଧ୍ୟାନ କରାଯାଇ ପାରିନଥାଏ, ତ କେତେବେଳେ କୀଟ ପତଙ୍ଗ ସଂକ୍ରମଣ ବିଷୟରେ ଆଗୁଆ ସୂଚନା ମିଳିପାରିନଥାଏ । ଏପରିକି ବେଳେବେଳେ ପାଣିର ଆବଶ୍ୟକତା ବିଷୟରେ ମଧ୍ୟ ଜାଣି ପାରିନଥାଏ ଚାଷୀ । ତେଣୁ ଏ ତମାମ ସମସ୍ୟାର ସମାଧାନକୁ ସୁନିଶ୍ଚିତ କରିବ ଏହି ଡ୍ରୋନ ।

ଏହି ଡ୍ରୋନ୍‌କୁ ବିକଶିତ କରିଛନ୍ତି ରାଉରକେଲା ଏନଆଇଟିର ସଞ୍ଜୀବ ପାତ୍ର ଓ ଅଞ୍ଜନ୍ ମିର୍ଧା । ଚାଷ ଓ ଚାଷୀକୂଳର ବୃହତ୍ତର ସ୍ବାର୍ଥ ପାଇଁ ଦୁଇ ଛାତ୍ର ଡ୍ରୋବୋଟିକ୍ସ ଡାଇନାମିକ୍ସ ପ୍ରାଇଭେଟ ଲିମିଟେଡ୍' ତିଆରି କରିଛନ୍ତି । ଏମାନଙ୍କୁ ରାଉରକେଲା ଇସ୍ପାତ କାରଖାନା( RSP) ସିଏସଆର ଯୋଜନାରେ ପ୍ରୋତ୍ସାହିତ କରାଯାଇଥିବାବେଳେ ଏନଆଇଟି ଏଫଟିବିଆଇରେ ବୈଷୟିକ ସହାୟତା ପ୍ରଦାନ କରାଯାଇଛି । ଏହି ଡ୍ରୋନ ପ୍ରୋଟୋଟାଇପ୍ କୃଷି କ୍ଷେତ୍ରରେ ସମ୍ଭାବ୍ୟ ବିପଦ ହ୍ରାସ, କୃଷକମାନଙ୍କୁ ସୁରକ୍ଷା ଓ ସହାୟତା ତଥା ଡ୍ରୋନ୍ ଟେକ୍ନୋଲୋଜିକୁ କୃଷକମାନଙ୍କ ପାଇଁ ସୁଲଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏହି ଡ୍ରୋନର ନାମ ଦିଆଯାଇଛି 'କୃଷି' ରଖାଯାଇଛି । ଚାଷ ଜମିରେ ମୁଖ୍ୟତଃ ନିୟମିତ ନିରୀକ୍ଷଣର ଅଭାବରୁ ଜମିର କ୍ଵାଲିଟି, ପୋକ ଲାଗିବା ଏବଂ କେଉଁ ଚାଷରେ କେତେ ସାର ବ୍ୟବହାର ହେବ ଏହି ସମସ୍ୟା ଦେଖାଦେଇଥାଏ । ଏସବୁ ସମସ୍ୟାର ସମାଧାନ କରିବ 'କୃଷି' । ଡ୍ରୋନ କ୍ୟାମେରା ଚାଷ ଜମି ଉପରେ ଉଡିବା ପରେ ଏହାର ଫଟୋ ଉଠାଇବା ସହ ସହାୟତା ଦେବ । AI ପରିଚାଳିତ ଏହି ଡ୍ରୋନ୍ ବହୁମାତ୍ରାରେ ଚାଷୀମାନଙ୍କ ବ୍ୟବହାର ସାପେକ୍ଷ ହୋଇପାରିବ ବୋଲି ଆଶା କରିଛନ୍ତି ଛାତ୍ର । ଚଳିତ ବର୍ଷ ଜାନୁଆରୀ ମାସରୁ ଛାତ୍ରମାନେ ଏହି ଡ୍ରୋନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ପ୍ରାୟ ୨୫ ରୁ ୩୦ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ଉଠିପାରିବ ।

ଏହା ମଧ୍ୟ ପଢନ୍ତୁ...ବିନା ଗୁଳିରେ ଖସିବ ଶତ୍ରୁ ଡ୍ରୋନ ! ଦେଖନ୍ତୁ ସେନାର କାଉଣ୍ଟର ଡ୍ରୋନ୍ ଟେକ୍ନୋଲୋଜି

ଏହି ଡ୍ରୋନ କୃଷି କ୍ଷେତ୍ରର ସର୍ବେକ୍ଷଣ, ସମସ୍ୟା ଥିବା ସ୍ଥାନର ଚିତ୍ର ଉତ୍ତୋଳନ ଓ ଚିହ୍ନଟ ପାଇଁ ବ୍ୟବହାର କରିହେବ । ବିଶେଷକରି କୀଟପତଙ୍ଗ ସଂକ୍ରମିତ ଜମି ଅଂଶ, ମୃତ୍ତିକା ପ୍ରଦୂଷଣ ଓ ଅନୁର୍ବର ମାଟି ଅଂଶକୁ ସହଜରେ ଚିହ୍ନଟ କରାଯାଇପାରିବ । ଏତଦ୍‌ବ୍ୟତୀତ କୀଟନାଶକ ଏବଂ ତରଳ ସାର ପ୍ରୟୋଗରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏମିତିକି ଜଳ ବିସ୍ତାରିତ ସ୍ଥାନଗୁଡିକର ସର୍ବେକ୍ଷଣ, ଜଳ ନମୁନା ସଂଗ୍ରହ ପାଇଁ ମଧ୍ୟ ବ୍ୟବହାରଯୋଗ୍ୟ । ଏନେଇ FTBI NITର ସିଇଓ କହିଛନ୍ତି, "ଆଖପାଖ ଗାଁର ସର୍ଭେଲାନ୍ସ କରାଯିବ। ଏହାପରେ ସେମାନେ ଏକ ରିପୋର୍ଟ ଦେବେ । ଯାହାକି ଭବିଷ୍ୟତରେ ଚାଷୀମାନଙ୍କ ପାଇଁ ବେଶ ସହାୟକ ହେବ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.