ETV Bharat / state

ହାରିଛି ଅକ୍ଷମତା, ସୁନ୍ଦର ରାକ୍ଷୀ ତିଆରି କରି ଚର୍ଚ୍ଚାରେ ଦିବ୍ୟାଙ୍ଗ ଶ୍ରଦ୍ଧା ସଂଗଠନର ଛାତ୍ରଛାତ୍ରୀ

ମନୋବଳ ଆଉ ଦୃଢ ଇଚ୍ଛାଶକ୍ତି ବଳରେ ଅସମ୍ବବ ସମ୍ଭବ ହୋଇଥାଏ । କିଛି ସେମିତି କରି ଦେଖାଇଛନ୍ତି ରାଉରକେଲା ଶ୍ରଦ୍ଧା ସଂଗଠନର କିଛି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Aug 24, 2023, 4:44 PM IST

ରାକ୍ଷୀ ତିଆରି କରୁଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ
divyanga students became self dependent making rakhi

ରାଉରକେଲା: ଶାରିରୀକ ଅକ୍ଷମତା ସେମାନଙ୍କୁ ହରାଇ ପାରିନାହିଁ । ଭିନ୍ନକ୍ଷମ ହୋଇ ମଧ୍ୟ ସେ ସବୁକିଛି କରିବାକୁ ସକ୍ଷମ କାହା ପ୍ରମାଣ କରିଛନ୍ତି । ହାତରେ ସୁନ୍ଦର ସୁନ୍ଦର ରାକ୍ଷୀ ତିଆରି କରି ସ୍ବାବଲମ୍ବୀ ହୋଇଛନ୍ତି 15 ଦିବ୍ୟାଙ୍ଗ ପିଲା । ଆଉ କିଛି ଦିନ ପରେ ସ୍ନେହ, ପ୍ରେମ ଓ ସୁରକ୍ଷା ପ୍ରତିଶ୍ରୁତିର ପର୍ବ ରାକ୍ଷୀ ପୂର୍ଣ୍ଣିମା । ଏ ନେଇ ରାଉରକେଲା ଶ୍ରଦ୍ଧା ସଂଗଠନର ସହୟତାରେ ରାକ୍ଷୀ ତିଆରି କରିବା ଶିଖିବା ସହ ସେଗୁଡିକୁ ବଜାର ବିକ୍ରି କରିଛନ୍ତି । ଦିବ୍ୟାଙ୍ଗ ସତ୍ତ୍ବେ ସୁନ୍ଦର ସୁନ୍ଦର ରାକ୍ଷୀ ତିଆରି କରି ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ଏହା ବି ପଢନ୍ତୁ...ଡିଜିଟାଲ ରାକ୍ଷୀ ବିକି ଚର୍ଚ୍ଚାରେ କଟକ ଝିଅ, MBA ପାଠର ଉଠାଉଛନ୍ତି ଖର୍ଚ୍ଚ

ପାଖେଇ ଆସୁଛି ରାକ୍ଷୀ ପୂର୍ଣ୍ଣିମା। ରାକ୍ଷୀ ପୂର୍ଣ୍ଣିମାକୁ ନେଇ ସାରା ଦେଶରେ ଉତ୍ସବର ମହୋଲ । ଭାଇ ହାତରେ ନିଜର ସୁରକ୍ଷା ସହ ଦୁଃଖ ସୁଖର ସହଭାଗୀ କରିବାକୁ ନେଇ ରାକ୍ଷୀ ବାନ୍ଧିବ ଭଉଣୀ। ଏ ନେଇ ରାକ୍ଷୀ ପସରା ମଧ୍ୟ ଖୋଲିଛି । ତେବେ କିଛି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ହାତ ତିଆରି ରାକ୍ଷୀ ଏବେ ଚର୍ଚ୍ଚାକୁ ଆସିଛି । ରାଉକେଲାର ଶ୍ରଦ୍ଧା ଅନୁଷ୍ଠାନର ସମସ୍ତ ଭିନ୍ନକ୍ଷମ ପିଲାମାନେ ସୁନ୍ଦର ସୁନ୍ଦର ରାକ୍ଷୀ ତିଆରି କରିଛନ୍ତି । ଅନୁଷ୍ଠାନରେ ପ୍ରାୟ 45 ପିଲା ରୁହନ୍ତି । ସେମାନଙ୍କ ମଧ୍ୟରୁ 15ଜଣ ଛାତ୍ରଛାତ୍ରୀ ବିଭିନ୍ନ ପର୍ବ ଯେପରି ରାକ୍ଷୀ ଦିପାବଳୀରେ ଜିନିଷ ତିଆରି କରିଥାଆନ୍ତି । ଆଗକୁ ରାକ୍ଷୀ ଆସୁଥିବାରୁ ସେମାନେ ରାକ୍ଷୀ ତିଆରିରେ ଲାଗି ପଡ଼ିଛନ୍ତି ।

ଭଗବାନ ସିନା ଭିନ୍ନକ୍ଷମ କରିଛନ୍ତି କିନ୍ତୁ ଏମାନେ ହେଉଛନ୍ତି ସକ୍ଷମ । ତାଙ୍କ ପ୍ରତିଭା ସାମ୍ନାରେ ହାର ମାନିଛି ତାଙ୍କ ଶାରିରୀକ ଅକ୍ଷମତା । ତାଙ୍କ ପ୍ରତିଭା ଏବଂ କାରିଗରୀ ଏତେ ସୁନ୍ଦର ଯେ ଲୋକଙ୍କ ମଧ୍ୟରେ ଏହାକୁ କିଣିବାକୁ ଇଚ୍ଛା ବଢି ଯାଉଛି । ଛାତ୍ରଛାତ୍ରୀମାନେ ବିଭିନ୍ନ ସାମଗ୍ରୀ ବ୍ୟବହାର କରି ନିଜର ପ୍ରତିଭା ଦେଖାଇ ପ୍ରସ୍ତୁତ କରୁଛନ୍ତି ରାକ୍ଷୀ । ଷ୍ଟୋନ୍‌, ଫୋମ, ଗ୍ରୀଟିଂ କାର୍ଡ ଏବଂ ସାଧାରଣ ରାଖୀ ସହ ଗୋଲାପ ଏବଂ ଜଗନ୍ନାଥଙ୍କ ରାକ୍ଷୀ ତିଆରି କରିଛନ୍ତି ଏମାନେ । ରଙ୍ଗ ବେରଙ୍ଗର ଷ୍ଟୋନ ଏଵଂ କାରିଗରୀ ଯାହା ଏହି ହସ୍ତନିର୍ମିତ ରାକ୍ଷୀଗୁଡିକ ଆହୁରି ସୁନ୍ଦର ହୋଇଛି ।

ଏହା ବି ପଢନ୍ତୁ...AI RAKHI: କଥା କହୁଛି ରାକ୍ଷୀ, କ୍ୟୁଆର୍ କୋର୍ଡ ସ୍କାନ କଲେ ଭାଇ ଶୁଣିବ ଭଉଣୀ ମେସେଜ୍; ଦାମ ବହୁତ ଶସ୍ତା

ନିଜର ସୃଜନଶୀଳତା ଓ କଠିନ ପରିଶ୍ରମ ବଳରେ ଏହି ଛାତ୍ରଛାତ୍ରୀମାନେ କେବଳ ରାକ୍ଷୀ ତିଆରି କରୁନାହାନ୍ତି ବରଂ ସମାଜରେ ନିଜର ସ୍ଥାୟୀତ୍ୱ ଗଠନ ପାଇଁ ବାଟ ଫିଟାଉଛନ୍ତି । ଛାତ୍ରଛାତ୍ରୀମାନେ ସେମାନଙ୍କ ସାମର୍ଥ୍ୟ ଓ ପ୍ରତିଭାକୁ ଏକାଠି କରି ବ୍ୟକ୍ତିଗତ ଭାବେ ଯାହା ହାସଲ କରିପାରୁଛନ୍ତି ତା'ଠାରୁ ଅଧିକ ସୁନ୍ଦର କିଛି ସୃଷ୍ଟି କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ସେମାନଙ୍କର ସହଭାଗୀ ଅଭିଜ୍ଞତା ଏବଂ ସାଧାରଣ ଲକ୍ଷ୍ୟ ସେମାନଙ୍କ ଅକ୍ଷମତାକୁ ଅତିକ୍ରମ କରି ବନ୍ଧୁତ୍ୱର ଭାବନାକୁ ପ୍ରୋତ୍ସାହିତ କରିଛି । ଏମାନେ ଯେଉଁ ରାକ୍ଷୀ ତିଆରି କରୁଛନ୍ତି ତାହା କେବଳ ସ୍ନେହର ପ୍ରତୀକ ନୁହେଁ ସେମାନେ ନମନୀୟତା, ଦୃଢ଼ ସଙ୍କଳ୍ପ ଏବଂ ଆମେ ସମସ୍ତଙ୍କୁ ଏକ ବନ୍ଧନରେ ବାନ୍ଧି ରଖିଥିବା ଅବିଭାଜିତ ବନ୍ଧନର ପ୍ରତୀକ । ରାଉରକେଲା ଶ୍ରଦ୍ଧା ଅନୁଷ୍ଠାନ ପକ୍ଷରୁ ନିଆ ଯାଇଥିବା ଏହି ପଦକ୍ଷେପ ବେଶ ପ୍ରଶଂସନୀୟ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.