ETV Bharat / state

କୋଇଲା ଖଣି ଆଗରେ ବିସ୍ଥାପିତଙ୍କ ଧାରଣା; ଖଣିରେ ରାତି ଅଧିଆ ବିସ୍ଫୋରଣରେ ୫ ଆହତ, ସୁରକ୍ଷାକର୍ମୀ ଓ ବିସ୍ଥାପିତ ମଧ୍ୟରେ ଧସ୍ତାଧସ୍ତି

author img

By

Published : Dec 24, 2022, 5:16 PM IST

ହେମଗିର ବ୍ଲକ୍ ଜାମଖାନି କୋଇଲା ଖଣିରେ କମ୍ପାନୀ କର୍ତ୍ତୃପକ୍ଷ ଓ ବିସ୍ଥାପିତଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ଆନ୍ଦୋଳନକାରୀଙ୍କୁ ହଟାଇବାକୁ ଧାରଣାସ୍ଥଳ ନିକଟରେ ରାତିଅଧିଆ ବିସ୍ଫୋରଣ କରାଯାଉଥିବା ଅଭିଯୋଗ । ବିସ୍ଥାପିତ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଅଧିକ ପଢ଼ନ୍ତୁ

କୋଇଲା ଖଣି ଅଞ୍ଚଳରେ ଉତ୍ତେଜନା
କୋଇଲା ଖଣି ଅଞ୍ଚଳରେ ଉତ୍ତେଜନା

ରାଉରକେଲା: ହେମଗିର ବ୍ଲକ୍ ଜାମଖାନି କୋଇଲା ଖଣିରେ କମ୍ପାନୀ ଅତି ବେପରୁଆ ଭାବେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ କରିଚାଲିଥିବା ଅଭିଯୋଗ । ଧାରଣାରତ ବିସ୍ଥାପିତଙ୍କ ବିରୋଧ ସତ୍ତ୍ବେ ଏହାକୁ କର୍ଣ୍ଣପାତ କରିନାହାନ୍ତି କମ୍ପାନୀ କର୍ତ୍ତୃପକ୍ଷ । ଏଭଳିକି ଆନ୍ଦୋଳନକାରୀଙ୍କୁ ହଟାଇବାକୁ ଧାରଣାସ୍ଥଳରୁ ମାତ୍ର ଶହେ ମିଟର ଦୂରରେ ରାତିଅଧିଆ ବିସ୍ଫୋରଣ କରାଯାଉଥିବା ଅଭିଯୋଗ ହୋଇଛି ।

ଏନେଇ ଡିସେମ୍ବର ୨୧ ତାରିଖରେ ହେମଗିର ଥାନାରେ ବିସ୍ଥାପିତଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା । ଏହା ସତ୍ତ୍ବେ ଶୁକ୍ରବାର ସକାଳେ ପୁଣି ବିସ୍ଫୋରଣ କରାଯାଇଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଖଣି ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଲୋକେ ଏହାକୁ ବିରୋଧ କରି ଖଣି ଖନନ ବନ୍ଦ କରି ଦେଇଛନ୍ତି । ଏନେଇ ବିସ୍ଥାପିତ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଓ ଗାଡ଼ି ଭଙ୍ଗାରୁଜା ମଧ୍ୟ ହୋଇଛି । ଠେଙ୍ଗା ଓ ରଡ୍‌ରେ ଆକ୍ରମଣ ଯୋଗୁଁ ଧାରଣାରତ ବିସ୍ଥାପିତ ବେଣୁଧର ବାରିକ, ରୁକ୍ମିଣୀ କାୱର, ଖଗେଶ୍ବର ପ୍ରଧାନ, ମହେଶ ବଢ଼େଇ, ପ୍ରଫୁଲ୍ଲ ପ୍ରଧାନ ଆହତ ହୋଇଥିବା ଜଣାପଡ଼ିଛି । ଏପରିକି ବେଣୁଧରଙ୍କ ଛାତିରେ ବନ୍ଧୁକ ଲଗାଇ ଜୀବନରେ ମାରିଦେବାର ଧମକ ମିଳିଥିଲା । ତେବେ ବେଣୁଧରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ଗୁରୁତର ଥିବାରୁ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନେ ହେମଗିର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସେହିପରି ସୁରକ୍ଷାକର୍ମୀ ଅଜୟ କୁମାର ଓ ଅନ୍ୟ ଜଣେ ମଧ୍ୟ ଆହତ ହୋଇଛନ୍ତି । ବାରମ୍ବାର ବିସ୍ଫୋରଣ କରାଯାଉଥିବାରୁ ଅଘଟଣ ଆଶଙ୍କା କରି ଲୋକେ ଏହାର ବନ୍ଦ ଦାବି କରି ଆସୁଥିଲେ । ଗତ ୨୧ ତାରିଖରେ ହେମଗିର ଥାନାରେ ଅଭିଯୋଗ ପରେ ପୋଲିସ ବିସ୍ଫୋରଣ ହେବ ନାହିଁ ବୋଲି ବିସ୍ଥାପିତଙ୍କୁ ଭରସା ଦେଇଥିଲା ବୋଲି କୁହାଯାଉଛି । କିନ୍ତୁ ଶୁକ୍ରବାର ସକାଳେ ହଠାତ କୌଣସି ପ୍ରାକ୍ ସତର୍କ ସୂଚନା ବିନା ବିସ୍ଫୋରଣ କରିଥିଲା କମ୍ପାନୀ । ଏହା ପରେ ଧାରଣାସ୍ଥଳରୁ କିଛି ବିସ୍ଥାପିତ ବିସ୍ଫୋରଣସ୍ଥଳକୁ ଯାଇ ମନା କରିଥିଲେ । ସେଠାରୁ ଫେରୁଥିବା ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ପଛ ଆଡ଼ୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଏହାପରେ ବିସ୍ଥାପିତଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସେମାନେ ମଧ୍ୟ ପ୍ରତିଆକ୍ରମଣ କରିଥିଲେ । ଆକ୍ରମଣ ପରେ ଆହତମାନଙ୍କ ପକ୍ଷରୁ ହେମଗିର ଥାନାରେ ଖଣି ଅପରେସନ ଦାୟିତ୍ବରେ ଥିବା କମ୍ପାନୀର ଜଣେ କର୍ମଚାରୀ ପ୍ରଦୀପ ପଣ୍ଡା ଓ ଅନ୍ୟ ସୁରକ୍ଷାକର୍ମୀଙ୍କ ନାମରେ ଏତଲା ଦିଆଯାଇଛି ।

ଅନ୍ୟପଟେ ଘଟଣା ପରେ କମ୍ପାନୀ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରି ଠୋସ୍ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି । ୨୦୧୩ ନୀତି ଲାଗୁ, ନହେଲେ ଏକର ପ୍ରତି ୫୦ ଲକ୍ଷ କ୍ଷତିପୂରଣ ସହ ଥଇଥାନ, ପୁନର୍ବାସ ଓ ନିଯୁକ୍ତି ଦାବିରେ ଜାମକାନି, ଗିରିସୀମା, ମେଣ୍ଡ୍ରା, ଝାରପଲମର ବିସ୍ଥାପିତ ଶୀତକାକରରେ ଖଣି ଆଗରେ ଧାରଣା ଜାରି ରଖିଛନ୍ତି । ପୁନର୍ବାସ ଓ ଥଇଥାନ ବ୍ୟବସ୍ଥା ନକରି ଖଣି ଖନନ ବେଆଇନ କହି ଲୋକେ ଏହାକୁ ବିରୋଧ କରି ଆସୁଥିବାବେଳେ ପ୍ରଶାସନ ଓ କମ୍ପାନୀ ବିସ୍ଥାପିତଙ୍କ ଦାବିକୁ ଅଣଦେଖା କରି ପୋଲିସ ଘେରାବନ୍ଦୀରେ ଖଣି ଖନନ ଚଳାଇଛି । ଏହା ମଧ୍ୟରେ ଧାରଣାକୁ ୪୭ ଦିନ ବିତିଯାଇଥିବା ବେଳେ ବିସ୍ଥାପିତ ଆନ୍ଦୋଳନରୁ ହଟୁ ନଥିବାରୁ ବିସ୍ଫୋରଣ ସହ ମାଡ଼ପିଟ କରି ସେଠାରୁ ହଟାଇବାକୁ ଉଦ୍ୟମ କରୁଥିବା ବିସ୍ଥାପିତ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ କମ୍ପାନୀ ଅଧିକାରୀଙ୍କ କହିବା କଥା ହେଲା, ଖଣି ଅଞ୍ଚଳରେ ବିସ୍ଫୋରଣ ଏକ ନିୟମିତ ପ୍ରକ୍ରିୟା । ବିସ୍ଥାପିତଙ୍କୁ ହଟାଇବାକୁ ଏହା କରାଯାଉ ନାହିଁ । ତେବେ ବିସ୍ଥାପିତ ସେଠାରୁ ହଟି ଅନ୍ୟତ୍ର ଧାରଣା ଦେବା କଥା, ନହେଲେ ଖଣି ଖନନ କିପରି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.