ETV Bharat / state

ଯୁବକଙ୍କ ଖଣ୍ଡବିଖଣ୍ଡିତ ଗଳିତ ମୃତଦେହ ଜବତ, ହତ୍ୟା ସନ୍ଦେହ - ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ସୁନ୍ଦରଗଡ ଜିଲ୍ଲା କରମଡିହି- ସବଡେଗା ରାସ୍ତାକଡରୁ ଉଦ୍ଧାର ହେଲା ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ । ହତ୍ୟା ସନ୍ଦେହରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ...

ଯୁବକଙ୍କ ଖଣ୍ଡବିଖଣ୍ଡିତ ଗଳିତ ମୃତଦେହ ଜବତ, ହତ୍ୟା ସନ୍ଦେହ

author img

By

Published : Jun 13, 2021, 8:19 PM IST

ସୁନ୍ଦରଗଡ: ସଦର ଥାନା ପୋଲିସ ଦ୍ୱାରା କରମଡିହି- ସବଡେଗା ରାସ୍ତା (କରମଡିହି) କଡରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କୁ ଜଣେ କିମ୍ବା ଏକାଧିକ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ହତ୍ୟା କରି ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରିଛି । ଆଜି ଅପରାହ୍ନ ପ୍ରାୟ 4 ଟା ସମୟରେ ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ପୋଲିସକୁ ସୂଚନା ମିଳିଥିଲା । ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।

ଯୁବକଙ୍କ ଖଣ୍ଡବିଖଣ୍ଡିତ ଗଳିତ ମୃତଦେହ ଜବତ, ହତ୍ୟା ସନ୍ଦେହ
ଯୁବକଙ୍କ ଖଣ୍ଡବିଖଣ୍ଡିତ ଗଳିତ ମୃତଦେହ ଜବତ, ହତ୍ୟା ସନ୍ଦେହ

କରମଡିହି ଗାଁର କେହି ଜଣେ ସ୍ଥାନୀୟ ବାସିନ୍ଦା ରାସ୍ତା କଡରେ ଦୁର୍ଗନ୍ଧ ହେବା ସହ କେତେ ଖଣ୍ଡ ହାଡ ପଡିଥିବା ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଳିତ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ସୁନ୍ଦରଗଡ ମର୍ଗ ହାଉସକୁ ପଠାଇଛି । ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ । ଘଟଣା ଅତି କମରେ 15 ଦିନ ପୂର୍ବରୁ ହୋଇଥାଇପାରେ ବୋଲି ପାରିପାର୍ଶିକ ସ୍ଥିତିରୁ ଅନୁମାନ କରିଛି ପୋଲିସ । ହତ୍ୟାକାରୀମାନେ ହତ୍ୟା କରିବା ପରେ ରାସ୍ତା କଡରେ ମାଟି ଓ ପଥର ଦେଇ ପୋତି ଦେଇଥିଲେ । ତେବେ ଗତକାଲି ଓ ଆଜି ପ୍ରବଳ ବର୍ଷା ଯୋଗୁଁ କଙ୍କାଳ ଧୋଇ ହୋଇଯିବାରୁ ଲୋକଙ୍କ ନଜରକୁ ଆସିଥିବା ଜଣାପଡିଛି । ସମ୍ପୃକ୍ତ ମାମଲାରେ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.