ରାଉରକେଲା: ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ବନ୍ଧୁ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣା (Anand Toppo Death case) । ତଦନ୍ତରେ ଅନିୟମିତତା ନେଇ ଭୁବନେଶ୍ବର ଇନଫୋସିଟି ଥାନା ଅଧିକାରୀଙ୍କୁ ହାଇକୋର୍ଟ ଫିଲ୍ଡ ପୋଷ୍ଟିଂ ଲାଗି ବାରଣ କରିଛନ୍ତି ହାଇକୋର୍ଟ (Odisha High Court) । ହାଇକୋର୍ଟଙ୍କ ଏହି ରାୟ ପରେ ମୃତକଙ୍କ ପରିବାରକୁ ମିଳିଛି ଆଶ୍ବସ୍ତି । ତଦନ୍ତ ଠିକ ଭାବେ ହେଉନଥିବା ଅଭିଯୋଗ କରିଆସୁଥିବା ପରିବାର ଏହି ରାୟ ପରେ ହାଇକୋର୍ଟଙ୍କ ଉପରେ ବିଶ୍ବାସ ରଖିଥିବା କହିଛନ୍ତି । ହାଇକୋର୍ଟ ତାଙ୍କୁ ନିଶ୍ଚିତ ନ୍ୟାୟ ପ୍ରଦାନ କରିବେ ବୋଲି କହିଛନ୍ତି ମୃତକଙ୍କ ପରିବାର ।
ମୃତ ଆନନ୍ଦ ଟପ୍ପୋଙ୍କ ବାପାଙ୍କ କହିବାନୁଯାୟୀ, ଚଳିତ ବର୍ଷ ଆନନ୍ଦ ଟପ୍ପୋ ବିବାହ କରିଥିଲେ । କିଛି ଦିନ ପରେ ଫେବ୍ରୁଆରୀ ୨୭ରେ ସେ ତାଙ୍କ ଦୁଇ ବନ୍ଧୁ ଚୁନା ସିଂ ଓ ସୁନନ୍ଦ ଟିକରେଙ୍କ ସହ ଭୁବନେଶ୍ବର ଯାଇଥିଲେ । ସେଠାରେ ପହଞ୍ଚିବା ପରେ ସେ ତାଙ୍କ ଅନ୍ୟ ସାଙ୍ଗଙ୍କୁ ଭେଟିବାକୁ କହିଥିଲେ । ପରଦିନ ଭୁବନେଶ୍ବର ଇନଫୋସିଟି ଏକ ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ଆନନ୍ଦଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏ ନେଇ ଆନନ୍ଦଙ୍କ ପରିବାରକୁ ବୀରେନ୍ଦ୍ର ଜଣାଇଥିଲେ । ବୀରେନ୍ଦ୍ର ଓ ଅନ୍ୟ ବନ୍ଧୁ ମଞ୍ଜିତ ତାଙ୍କୁ ଡାକ୍ତରଖାନା ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅଘଟଣ ପୂର୍ବରୁ ସକାଳ ପାଖାପାଖି ୯ଟା ୪୦ ଓ ୯ଟା ୫୦ରେ ଆନନ୍ଦ ତାଙ୍କ ପତ୍ନୀ ଓ ମାଆଙ୍କ ସହିତ କଥା ହୋଇଥିଲେ । ମଞ୍ଜିତ କହିଛନ୍ତି ସେ, ବାର୍ଥରୁମରୁ ଆସିଲା ବେଳକୁ ଆନନ୍ଦଙ୍କୁ ଫ୍ୟାନରେ ଝୁଲି ପଡିଥିବା ଦେଖିବାକୁ ପାଇଥିଲେ । ମୃତଦେହକୁ ପରିବାର ଦେଖିବା ସମୟରେ ଆନନ୍ଦଙ୍କ ବେକରେ ଏକ ଦାଗ ଦେଖିବାକୁ ମିଳିଥିଲା । ଏହି ଦାଗ ଦେଖି ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି ଅଭିଯୋଗ ଆଣିଥିଲା ପରିବାର । ଏହାସହିତ ତାଙ୍କ ପୁଅ ଆନନ୍ଦଙ୍କ ହତ୍ୟା ଘଟଣାରେ ବୀରେନ୍ଦ୍ର ଲାକ୍ରା ଓ ତାଙ୍କ ବାନ୍ଧବୀ ମନଜିତ ଟେଟେ ସମ୍ପୃକ୍ତି ନେଇ ସେ ଅଭିଯୋଗ ଆଣିଥିଲେ ।
ଏହା ବି ପଢନ୍ତୁ- ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ କାହିଁକି ହତ୍ୟା ମାମଲା ରୁଜୁ ନହେବ: ହାଇକୋର୍ଟ
ଏ ନେଇ ପରିବାର ବାରମ୍ବାର ଅଭିଯୋଗ ପରେ ମଧ୍ୟ ପୋଲିସ ସେମାନଙ୍କ ଅଭିଯୋଗ ଗ୍ରହଣ କରୁନଥିଲା । ଏଥିଲାଗି ସେମାନେ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ବୋଲି ପରିବାର ଲୋକେ କହିଛନ୍ତି । ଏହି ମାମଲାରୁ ଶୁଣାଣି କରିବା ସମୟରେ ହାଇକୋର୍ଟ ତଦନ୍ତର ଅନିୟମିତତା ହୋଇଥିବା ନେଇ ଇନଫୋସିଟି ଥାନା ଅଧିକାରିଣୀ ସମିତା ମିଶ୍ରଙ୍କୁ କଡା ଭର୍ତ୍ସନା କରିଥିଲେ । ଏହାପରେ ତାଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ପୋଲିସ ଏକାଡେମୀରେ ଟ୍ରେନିଂ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ଫର୍ଦ୍ଦରେ ଥାନାଧିକାରିଣୀ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ବାଦ ଦେଇଥିଲେ ।
ଏହା ବି ପଢନ୍ତୁ- ଆନନ୍ଦ ଟପୋଙ୍କୁ ଗ୍ରୁପ କରି କରାଯାଇଛି ହତ୍ୟା ! କମିଶନର ଡିଲ କରିଛନ୍ତି, IIC ଶୁଣୁନାହାନ୍ତି
ଏବେ ହାଇକୋର୍ଟଙ୍କ ଏହି ରାୟ ଆସିବା ପରେ ପରିବାରକୁ ମିଳିଛି ଆଶ୍ବସ୍ତି । ଉଚ୍ଚ ନ୍ୟାୟାଳୟଙ୍କ ଉପରେ ସେମାନଙ୍କର ଦୃଢ ବିଶ୍ବାସ ରହିଛି ଏବଂ ନିଶ୍ଚିତ ସେମାନଙ୍କୁ ନ୍ୟାୟ ମିଳିବ ବୋଲି ପରିବାର କହିଛି ।
ଇଟିଭି ଭାରତ, ରାଉରକେଲା