ସୁନ୍ଦରଗଡ଼: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ରୋଗୀଙ୍କ ସଂଖ୍ୟା l ବୀରମିତ୍ରପୁର ଝାରଖଣ୍ଡ ରାଜ୍ୟକୁ ଲାଗି ରହିଥିବାରୁ ଏଠାରେ ରୋଗୀ ସଂଖ୍ୟା ମଧ୍ୟ ବଢୁଛି । ଏହାସହ ସଂକ୍ରମଣ ଆଶଙ୍କା ନେଇ ଲୋକେ ଚିନ୍ତିତ ଅଛନ୍ତି l ଏ ନେଇ ଗତକାଲି(ଶୁକ୍ରବାର) ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱାଣେ ବୀରମିତ୍ରପୁରକୁ ଆସି ବରିଷ୍ଠ ଅଧିକାରୀଙ୍କ ସହ କୋରୋନା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି l
ବୀରମିତ୍ରପୁର ପୌରାଞ୍ଚଳ ସ୍ଥିତ ରାଏବଗା ରୋଡରେ ନୂତନ ଭାବେ ନିର୍ମିତ ହୋଇଥିବା ଟାଉନ୍ ହଲକୁ କ୍ଵାରାଣ୍ଟାଇନ ସେଣ୍ଟରେ ପରିଣତ କରାଯାଇଛି l ତେବେ ଏହି କୋଭିଡ କେୟାର ସେଣ୍ଟରରେ କୋରୋନା ରୋଗୀଙ୍କ ପାଇଁ କେମିତି ସୁବିଧା ରହିଛି ତାହା ସମୀକ୍ଷା କରିଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱାଣେ l
ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ