ସୁନ୍ଦରଗଡ: ପୂର୍ବତନ ପ୍ରାଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ 30 ତମ ଶ୍ରାଦ୍ଧ ଦିବସରେ ନିଃଶ୍ଲୁକ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି । ଜିଲ୍ଲା କଂଗ୍ରେସ କମିଟି ଏନେଇ ପଦକ୍ଷେପ ନେଇଛି । କୋଭିଡ ମହାମାରୀ ସମୟରେ ପ୍ରଶାସନ ଠାରୁ ଆରମ୍ଭ କରି ସ୍ବେଚ୍ଛାସେବୀ ସଂଗଠନ ମାନେ କୋଭିଡକୁ ନିୟନ୍ତ୍ରଣ କରିବାପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଜିଲ୍ଲା କଂଗ୍ରେସ କମିଟି ମଧ୍ୟ ଅନୁରୂପ ପଦକ୍ଷେପ ନେଇଛି ।
ତେବେ ଏହି ଆମ୍ବଲାନ୍ସ ଦେୟମୁକ୍ତ ହୋଇଥିବା ବେଳେ ଏହା ଲୋକଙ୍କ ସେବାରେ ସକାଳ 8 ଟାରୁ ସଂନ୍ଧ୍ୟା 8 ପର୍ଯ୍ୟନ୍ତ 12 ଘଣ୍ଟା ଧରି ଦୈନିକ ସେବା ଦେବ । ମାତ୍ର ଏହି ଆମ୍ବୁଲାନ୍ସ ଜିଲ୍ଲା ବାହାରକୁ ଯିବ ନାହିଁ ବୋଲି ଜିଲ୍ଲା କଂଗ୍ରେସ କମିଟିର ସଭାପତି ବେଣୁମାଧବ ତ୍ରିପାଠୀ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ