ETV Bharat / state

ସୁପର ସ୍ପେଶାଲିଟି ହସ୍ପିଟାଲରେ ଉତ୍ତେଜନା

ସୁପର ସ୍ପେଶାଲିଟି ହସ୍ପିଟାଲ ପରିସରରେ ହୋହାଲ୍ଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ କିଛି ରୋଗୀ ଚିକିତ୍ସା ପାଇଁ ଆସିଥିବା ବେଳେ ମୁଖ୍ୟ ଫାଟକ ଖୋଲା ନଯିବାରୁ ସେଠାରେ ଦେଖା ଦେଇଥିଲା ଉତ୍ତେଜନା । ଅଧିକ ପଢନ୍ତୁ...

author img

By

Published : Mar 22, 2021, 12:59 PM IST

ସୁପର ସ୍ପେଶାଲିଟି ହସ୍ପିଟାଲରେ ଉତ୍ତେଜନା
ସୁପର ସ୍ପେଶାଲିଟି ହସ୍ପିଟାଲରେ ଉତ୍ତେଜନା

ସୁନ୍ଦରଗଡ଼: ଗତକାଲି ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତେବେ ୨ଶହ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଲୋକାର୍ପିତ ହୋବା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ କିଛି ରୋଗୀ ଓ ରାଉରକେଲା ନାଗରିକ ସୁରକ୍ଷା କମିଟିର ସଦସ୍ୟ ବୃନ୍ଦ ଆଜି ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଆସିଥିଲେ । କିନ୍ତୁ ମୁଖ୍ୟ ଫାଟକ ଖୋଲା ନଯିବାରୁ ସେଠାରେ ସମସ୍ତେ ହୋହାଲ୍ଲା କରିବା ଆରମ୍ଭ କରି ଦେଇଥିଲେ ।

ଏପଟେ ଉପସ୍ଥିତ ଡାକ୍ତର ବର୍ତ୍ତମାନ ସମସ୍ତ ବ୍ୟବସ୍ଥା ହୋଇ ନଥିବାରୁ ଚିକିତ୍ସା ସମ୍ଭବ ନୁହେଁ ବୋଲି ବୁଝାଇଥିଲେ ଓ ସମସ୍ତଙ୍କୁ ଆଇଜିଏଚ୍ ଯିବା ପାଇଁ ପ୍ରବର୍ତ୍ତାଇଥିଲେ। ଫଳରେ ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଏନେଇ ବର୍ତମାନ ଡାକ୍ତର ଓ ସଦସ୍ୟଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.