ETV Bharat / state

Lady Postmaster Murder: ପୋଷ୍ଟମାଷ୍ଟର ସ୍ନିଗ୍ଧାଙ୍କୁ ହତ୍ୟା କରିଥିଲା ପ୍ରେମିକ - ସ୍ନିଗ୍ଧାଙ୍କୁ ହତ୍ୟା କରିଥିଲା ପ୍ରେମିକ

ପ୍ରେମିକ ସାଜିଲା ପ୍ରେମିକାର ହତ୍ୟାକାରୀ । ଅନ୍ୟ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା ସନ୍ଦେହରେ ସ୍ନିଗ୍ଧାଙ୍କୁ ହତ୍ୟା କରିଥିଲା ପ୍ରେମିକ ନୟନ । ଅଧିକ ପଢନ୍ତୁ

Lady Postmaster Murder
Lady Postmaster Murder
author img

By

Published : Jul 20, 2023, 10:15 AM IST

Updated : Jul 20, 2023, 2:32 PM IST

ରାଉରକେଲା: ସୁନ୍ଦରଗଡ ମହିଳା ପୋଷ୍ଟମାଷ୍ଟର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ । ଅନ୍ୟ କେହି ନୁହେଁ, ହତ୍ୟା ଷଡଯନ୍ତ୍ର ରଚିଥିଲା ନିଜେ ପୁରୁଷ ବନ୍ଧୁ । ଅନ୍ୟ ପୁରୁଷଙ୍କ ସହ ପ୍ରେମ ସମ୍ପର୍କ ଥିବା ସନ୍ଦେହରେ ପ୍ରେମିକ ନୟନ ସେଠ ସ୍ନିଗ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା । ଅଭିଯୁକ୍ତ ପ୍ରେମିକକୁ ପଚରାଉଚରା ସମୟରେ ସବୁ ସତ ଓଗାଳିଛି । ଅନ୍ୟ ଯୁବକଙ୍କ ସହ ସ୍ନିଗ୍ଧାଙ୍କ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ସେ ଏହି ଜଘନ୍ୟ କାଣ୍ଡ ଘଟାଇଥିବା ପୋଲିସ ଆଗରେ କହିଛି । ପୋଲିସ ନୟନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ମିଳିଥିବା ସୂଚନା ଅନୁସାରେ, ସ୍ନିଗ୍ଧା ଚାକିରି କରିବା ପରେ ପରିବାର ଲୋକେ ତାଙ୍କର ଅନ୍ୟତ୍ର ବିବାହ ପାଇଁ ପ୍ରସ୍ତୁତ ହେଉଥିଲେ । ଏଥିରେ ସ୍ନିଗ୍ଧା ମଧ୍ୟ ରାଜି ହୋଇଥିବା ଜାଣି ନୟନ ବିଚଳିତ ହୋଇପଡିଥିଲା । ଘଟଣା ଦିନ ସ୍ନିଗ୍ଧା ଲେଫ୍ରିପଡାରେ ପହଞ୍ଚିବା ପରେ ପ୍ରେମିକ ନୟନ ସହ ଏକ ମନ୍ଦିରକୁ ଯାଇଥିଲେ । ସେଠାରୁ ପାଖ ଜଙ୍ଗଲକୁ ଦୁହେଁ ଏକାଠି ଯାଇଥିଲେ । ସେଇଠି ନୟନ ଅନ୍ୟ ଯୁବକ ସହ ପ୍ରେମ ସମ୍ପର୍କ ଥିବା ନେଇ ସ୍ନିଗ୍ଧାଙ୍କୁ ପଚାରିଥିଲା । ଏହି କଥାକୁ ନେଇ ୨ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ନୟନ ନିଜ ପାଖରେ ପୂର୍ବରୁ ଲୁଚାଇ ରଖିଥିବା ଏକ ଛୁରୀରେ ସ୍ନିଗ୍ଧାଙ୍କ ବେକ, ପେଟ ଓ ପିଠିକୁ ଭୁସି ହତ୍ୟା କରିଥିଲା ।

ତେଲେନଡିହିରେ ପୋଷ୍ଟମାଷ୍ଟର ଥିବା ହେମଗିର ଟିକିଲିପଡାର ସ୍ନିଗ୍ଧା ଗତ ରବିବାର ଛୁଟି ଥିବାରୁ ନିଜ ଘରକୁ ଯାଇଥିଲେ । ସୋମବାର ସକାଳୁ ସମ୍ପର୍କୀୟ ଭାଇ ସହ ତେଲେନଡିହି କାର୍ଯ୍ୟକ୍ଷେତ୍ରକୁ ଆସୁଥିଲେ । ତେବେ ବାଟରେ ଲେଫ୍ରିପଡ଼ା ଠାରେ କିଛି କାମ ଅଛି କହି ସମ୍ପର୍କୀୟ ଭାଇକୁ ଫେରିଯିବାକୁ କହିଥିଲେ ସ୍ନିଗ୍ଧା । କିନ୍ତୁ ପରବର୍ତ୍ତୀ ସମୟରେ ତେଲେନଡିହିର ଭଡ଼ା ଘରକୁ କି ଅଫିସକୁ ସେ ଯାଇନଥିବା ଜଣାପଡ଼ିଥିଲା । ଘର ମାଲିକ ତାଙ୍କ ମାଆଙ୍କୁ ଫୋନ୍‌ କରି ସ୍ନିଗ୍ଧା ଆସି ନଥିବା ଜଣାଇବା ପରେ ପରିବାର ଲୋକେ ଲେଫ୍ରିପଡ଼ା, ତେଲେନଡିହି ଆସି ଖୋଜାଖୋଜି କରିଥିଲେ । ହେଲେ କୌଣସି ସନ୍ଧାନ ନମିଳିବାରୁ ସନ୍ଧ୍ୟାରେ ଲେଫ୍ରିପଡ଼ା ଥାନାରେ ନିଖୋଜ ଅଭିଯୋଗ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ମହିଳା ପୋଷ୍ଟମାଷ୍ଟରଙ୍କୁ ହତ୍ୟା: ପୁରୁଷ ବନ୍ଧୁ ଅଟକ

ମଙ୍ଗଳବାର ସକାଳେ ଲେଫ୍ରିପଡା ଥାନା କୁରୁମକେଲ ବେଲସରିଆପଡ଼ା ଗାଁ ନିକଟ ବୁଦୁବୁଦୁକିଆ ଜଙ୍ଗଲରେ ତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କୁ ଛୁରୀରେ ଭୁସି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ସ୍ନିଗ୍ଧାଙ୍କୁ କିଏ କାହିଁକି ହତ୍ୟା କରିଥିଲା, ତାହା ସେତେବେଳେ ସ୍ପଷ୍ଟ ହୋଇ ନଥିଲା । ହେଲେ ସୋମବାର ସନ୍ଧ୍ୟାରେ ମୃତାଙ୍କ ମୋବାଇଲରୁ ତାଙ୍କ ମାଆ ଶାନ୍ତି କାଲୋଙ୍କ ହ୍ବାଟ୍ସଆପକୁ ଆସିଥିବା ହତ୍ୟା ସମ୍ପର୍କିତ ମେସେଜ ହତ୍ୟାକାରୀଙ୍କ ସମ୍ପର୍କରେ ସୂଚନା ଦେଇଥିଲା । ମେସେଜ ଆସିଥିଲା, ‘ସ୍ନିଗ୍ଧାକୁ ମାରି ବେଲସରିଆପଡ଼ା କୁଲାବିରା ଜଙ୍ଗଲରେ ଫିଙ୍ଗିଦେଇଛୁ ଓ ତାର ପ୍ରେମିକ ନୟନକୁ ହତ୍ୟା କରି ସରଫଗଡ଼ ଡ୍ୟାମରେ ପକାଇ ଦେଇଛୁ, ଖୋଜ' । ଏହି ମେସେଜ ସହ ହତ୍ୟାସ୍ଥଳର ଚିତ୍ର ମଧ୍ୟ ସେୟାର କରିଥିଲା ହତ୍ୟାକାରୀ ।

ମଙ୍ଗଳବାର ସକାଳୁ ସ୍ନିଗ୍ଧାଙ୍କ ରକ୍ତାକ୍ତ ମୃତଦେହ ମିଳିବା ପରେ ନୟନଙ୍କୁ ମଧ୍ୟ କିଏ ହତ୍ୟା କରିଥିବା ଚର୍ଚ୍ଚା ହୋଇଥିଲା । କିନ୍ତୁ ସକାଳେ ନୟନ ଲେଫ୍ରିପଡ଼ାରେ ବୁଲୁଥିବା ଦେଖାଯାଇଥିଲା । ତେଣୁ ନୟନ ହିଁ ତାର ଅନ୍ୟ ସହଯୋଗୀଙ୍କ ସହ ମିଶି ହତ୍ୟା କରି ଭୁଆଁ ବୁଲାଇବାକୁ ସ୍ନିଗ୍ଧାଙ୍କ ମୋବାଇଲରୁ ମେସେଜ ପଠାଇ ଥିବା ପରିବାର ଲୋକେ ସନ୍ଦେହ କରିଥିଲେ । ତେବେ ପୋଲିସ ତଦନ୍ତ କରି ନୟନକୁ ଗିରଫ କରିଛି । ପୋଲିସ ପ୍ରଥମେ ନୟନକୁ ସନ୍ଦେହରେ ଉଠାଇ ନେଇ ପଚରାଉଚରା କରିଥିଲା । ଅଭିଯୁକ୍ତ ନିଜ ଅପରାଧ ସ୍ବୀକାର କରିବା ପରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, ରାଉରକେଲା

Last Updated : Jul 20, 2023, 2:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.