ETV Bharat / state

ଲଖିମପୁର ଖେରି ଘଟଣା: କେନ୍ଦ୍ର ସରକରାଙ୍କ ଉପରେ ବର୍ଷିଲା କୃଷକ ମୋର୍ଚ୍ଚା, ପାଳିଲା କଳା ଦିବସ

author img

By ETV Bharat Odisha Team

Published : Oct 3, 2023, 9:31 PM IST

Updated : Oct 3, 2023, 9:40 PM IST

ୟୁପିର ଲଖିମପୁର ଖେରି ଘଟଣାକୁ ପୁରିଲା ଦୁଇ ବର୍ଷ । ରାଉରକେଲାରେ କୃଷକ ମୋର୍ଚ୍ଚା ପକ୍ଷରୁ ଖେରି ଚାଷୀ ହତ୍ୟାକାଣ୍ଡକୁ ନେଇ କଳା ଦିବସ ପାଳିତ । ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବହିଷ୍କାର ଦାବି

ରାଉରକେଲା: ୟୁପିର ଲଖିମପୁର ଖେରି ଘଟଣାକୁ ନେଇ କଳା ଦିବସ ପାଳନ କରି କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କଲା ସଂଯୁକ୍ତ କିଷାନ ମୋର୍ଚ୍ଚା ସହ ଶ୍ରମିକ ସଂଗଠନ । ଦିବା ଲୋକରେ ସମସ୍ତଙ୍କ ସମ୍ମୁଖରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଦ୍ୱାରା ହତ୍ୟା ଘଟଣାକୁ ଦୁଇ ବର୍ଷ ପୂରିଛି । ହେଲେ କେନ୍ଦ୍ର ସରକରାଙ୍କ ପକ୍ଷରୁ କିଛି କଠୋର ପଦକ୍ଷପ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛି ସଂଘ । ତେଣୁ ଏହି ଘଟଣାର ଅଭିଯୁକ୍ତ ଅଶିଷ ମିଶ୍ରାଙ୍କ ପିତା ଅଜୟ ମଶ୍ରାଙ୍କୁ ମନ୍ତ୍ରୀ ପଦରୁ ହଟେଇବାକୁ ଦାବି କରିଛି ସଂଘ ।

ଏହା ମଧ୍ୟ ପଢନ୍ତୁ...Maharashtra: ନନ୍ଦେଡ ପରେ ସାମ୍ଭାଜୀନଗର, 48 ଘଣ୍ଟାରେ 2 ସରକାରୀ ହସ୍ପିଟାଲରେ ୪୯ ମୃତ

ସର୍ବ ଭାରତୀୟ କୃଷକ ସଭା ରାଜ୍ୟ ଯୁଗ୍ମ ସମ୍ପାଦକ ସୁରେନ୍ଦ୍ର ଦାସ କହିଛନ୍ତି,"ଏହି ମର୍ମଭେଦି ଘଟଣା କୃଷକଙ୍କ ମନରେ ଆଜିବି ତାଜା ଅଛି । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବହିଷ୍କାର ଓ ତାଙ୍କ ବିରୋଧରେ କେନ୍ଦ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ଏଥିପ୍ରତି କିଛି ଠୋସ ପଦକ୍ଷପ ଗ୍ରହଣ କଲା ନାହିଁ । ଗତ 2021 ଅକ୍ଟୋବର 3 ତାରିଖରେ ଲଖିମପୁର ଖେରି କୃଷକମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲେ । ହେଲେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଗାଡ଼ି ଚଢ଼ାଇ ଦେଇ 8 ଜଣ କୃଷକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । କିନ୍ତୁ ଏହା ସତ୍ତ୍ବେ ମଧ୍ୟ କେନ୍ଦ୍ର ମୋଦି ସରକରା ତାଙ୍କ ବିରୋଧରେ କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହିଁ । ଯାହାକୁ ନେଇ ଆଜି କଳା ଦିବସ ପାଳନ କରୁଛି କୃଷକ ମୋର୍ଚ୍ଚା । କେନ୍ଦ୍ର ସରକାର ନିଜ ଆଖିରୁ ପଟି କାଢି ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରନ୍ତୁ ।"

ଏହା ମଧ୍ୟ ପଢନ୍ତୁ...ଆଜି ତେଲେଙ୍ଗାନା ଓ ଛତିଶଗଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

ରାଉରକେଲା ସେକ୍ଟର୍‌ ଦୁଇ ଛକ ଠାରେ ଏହି କଳା ଦିବସ ପାଳନ କରାଯାଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା ସହ ଶ୍ରମିକ ସଂଗଠନ । ସମସ୍ତ ଶ୍ରମିକ ଏବଂ କିଷାନ ମୋର୍ଚ୍ଚା ସଂଘ ଉପସ୍ଥିତ ରହି କେନ୍ଦ୍ର ସରକାର ଉପରେ ଗର୍ଜିବା ସହ ଦାବି ତୁରନ୍ତ ପୂରଣ କରିବା ପାଇଁ କହିଛନ୍ତି । ତେବେ ବହୁ ମାତ୍ରାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର କର୍ମୀ ଏବଂ ବିଭିନ୍ନ ଶ୍ରମିକ ସଂଗଠନମାନେ ଯୋଗଦେଇ ଏହି କଳା ଦିବସ ପାଳନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଇଟିଭି ଭାରତ, ରାଉରକେଲା

Last Updated : Oct 3, 2023, 9:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.