ସୁନ୍ଦରଗଡ: କ୍ୟାବିନେଟ ବୈଠକ(Cabinet Meeting) ପୂର୍ବରୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କଲା ବିରୋଧୀ BJP । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଇଥିବା ଟିପ୍ପଣୀକୁ କେନ୍ଦ୍ର କରି ବିଜେପି ରାଜ୍ୟ ସରକାରଙ୍କୁ ୧୦ ଟି ପ୍ରଶ୍ନ କରିଛି । ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ଆଜି(ଶୁକ୍ରବାର) ସାମ୍ବାଦିକ ସମ୍ମିଳନୀ(BJP Odisha Spokes Person Press Meet) ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ 10 ଗୋଟି ପ୍ରଶ୍ନ କରିଛନ୍ତି ।
ଧୀରେନ ସେନାପତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚଞ୍ଚକତା କରି ଦଳୀୟ ଆଭିମୁଖ୍ୟ ହାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ କରିଛନ୍ତି । ଯେଉଁଥିରେ ପଶ୍ଚିମ ଓଡିଶାର 9 ଟି ଜିଲ୍ଲା ଆଦୌ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇନଥିବା କଥା ସେ କହିଛନ୍ତି । ଏହି ଯୋଜନାରେ ବାଦ ପଡିଥିବା ଜିଲ୍ଲାଗୁଡିକ ହେଲା ବରଗଡ, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ । ସେହିପରି ମୁଖ୍ୟମନ୍ତ୍ରୀ ବିଜୁ ପକ୍କା ଘର ଯୋଜନାରେ ଗୃହ ଯୋଗାଇ ଦେବାକୁ ପ୍ରତୁଶ୍ରୁତି ଦେଇ ଏହାକୁ ପୂରଣ କରିନଥିବା ବିଜେପି ଅଭିଯୋଗ କରିଛି ।
ସରକାର କେତେ ଗୃହ ଯେଗାଇଛନ୍ତି ତା'ର ଟିପ୍ପଣୀ ରଖନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ଧୀରେନ ସେନାପତି ଦାବି କରିଛନ୍ତି । ରାଜ୍ୟ ମୁଖପାତ୍ରଙ୍କ ଏହି ପ୍ରେସମିଟରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ତଳସରା ବିଧାୟକ ତଥା ଭାଜପା ଜିଲ୍ଲା ସଭାପତି ଭବାନୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ