ETV Bharat / state

Anand Toppo Murder Case: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନ୍ୟାୟ ମିଳିବା ନେଇ ଆଶାବାଦୀ ଆନନ୍ଦଙ୍କ ବାପା - ହକି ତାରକା ବୀରେନ୍ଦ୍ର ଲାକ୍ରା

ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ବଢ଼ିଛି ଅଡ଼ୁଆ । ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଛନ୍ଦି ହୋଇଛନ୍ତି ବୀରେନ୍ଦ୍ର ଲାକ୍ରା । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ହାଇକୋର୍ଟଙ୍କ ରାୟ ଆସିବା ପରେ ବୀରେନ୍ଦ୍ରଙ୍କୁ ଦଣ୍ଡ ମିଳିବା ନେଇ ଆଶାବାଦୀ ମୃତ ଆନନ୍ଦ ଟପ୍ପୋଙ୍କ ପରିବାର । ଅଧିକ ପଢ଼ନ୍ତୁ

ନ୍ୟାୟ ମିଳିବା ନେଇ ଆଶାବାଦୀ ଆନନ୍ଦଙ୍କ ବାପା
ନ୍ୟାୟ ମିଳିବା ନେଇ ଆଶାବାଦୀ ଆନନ୍ଦଙ୍କ ବାପା
author img

By

Published : Jul 7, 2023, 10:37 PM IST

ନ୍ୟାୟ ମିଳିବା ନେଇ ଆଶାବାଦୀ ଆନନ୍ଦଙ୍କ ବାପା

ରାଉରକେଲା: ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଛନ୍ଦି ହୋଇଛନ୍ତି ବୀରେନ୍ଦ୍ର ଲାକ୍ରା । ଏଥର ନ୍ୟାୟ ମିଳିବା ନେଇ ଆଶାୟୀ ଆନନ୍ଦଙ୍କ ବାପା । ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅନ୍ତର୍ଜାତୀୟ ହକି ଷ୍ଟାର ବୀରେନ୍ଦ୍ର ଲାକ୍ରା ତାଙ୍କ ପୁଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଆନନ୍ଦଙ୍କ ବାପା । ତେବେ ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବାସହ ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋ ତାଙ୍କ ପୁଅର ଅକାଳ ବିୟୋଗ ପାଇଁ ନ୍ୟାୟ ପାଇଁ ଆବେଦନ କରିବା ପରେ କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଟପ୍ପୋ ପରିବାର ଦ୍ବାରା ହତ୍ୟା ଅଭିଯୋଗରେ ଖ୍ୟାତନାମା ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ସମ୍ପୃକ୍ତି ଯୋଗୁଁ ଏହି ମାମଲା ଆହୁରି ଚର୍ଚ୍ଚାକୁ ଆସିଛି । ତେବେ ପୂର୍ବରୁ ବୀରେନ୍ଦ୍ରଙ୍କୁ ପୋଲିସ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ କରି ହାଇକୋର୍ଟରେ ନିରପେକ୍ଷ ତଦନ୍ତ ପାଇଁ ଆବେଦନ କରିଥିଲେ ଆନନ୍ଦଙ୍କ ବାପା । ହାଇକୋର୍ଟଙ୍କ ରାୟରେ ଡିଆଇଜି ପାହ୍ୟାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ତଦନ୍ତର ନେତୃତ୍ବ ନେବେ । ଘଟଣାର ସମସ୍ତ ଦିଗର ପୁଙ୍ଖାନୁପୁଙ୍ଖ ଯାଞ୍ଚ ସୁନିଶ୍ଚିତ କରିବେ ବୋଲି ନିର୍ଦ୍ଦେଶ ରହିଛି । ବନ୍ଧନ ଟପ୍ପୋଙ୍କ ଆବେଦନକୁ ବିଚାର କରି ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ । ନିରପେକ୍ଷ ତଦନ୍ତର ଆବଶ୍ୟକତା ଉପରେ କୋର୍ଟ ଗୁରୁତ୍ବାରୋପ କରିବା ସହ ଏକ ସ୍ବାଧୀନ ତଦନ୍ତକାରୀ ସଂସ୍ଥା ଭାବେ କ୍ରାଇମବ୍ରାଞ୍ଚକୁ ଏହି ଦାୟିତ୍ବ ଦେବାପାଇଁ ନିଷ୍ପତି ନେଇଛନ୍ତି । କେବଳ ସେତିକି ନୁହେଁ, ବୀରେନ୍ଦ୍ର ଲାକ୍ରା ଜଣେ ଡିଏସ୍‌ପି ରାଙ୍କର ପଦବୀରେ ଥିବାବେଳେ ତାଙ୍କଠାରୁ ଉଚ୍ଚ ପାହ୍ୟାର ଜଣେ ଅଧିକାରୀ ତଦନ୍ତର ନେତୃତ୍ବ ନେବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଏହି ନିର୍ଦ୍ଦେଶ ପରେ ନ୍ୟାୟ ମିଳିବା ନେଇ ଏକ ଆଶା ଉଜ୍ଜୀବିତ ହୋଇଥିବା କହିଛନ୍ତି ଆନନ୍ଦଙ୍କ ବାପା । ଏହି ତଦନ୍ତରେ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ସହ ଜଡିତ ସମସ୍ତ ଦିଗକୁ ସାମିଲ କରାଯିବ । ଅଧିକାରୀ ଅତି ସତର୍କତାର ସହ ଦସ୍ତାବିଜ, ରେକର୍ଡ, କେସ୍ ଡାଏରୀ ଏବଂ ଅନ୍ୟ ସମସ୍ତ ପ୍ରାସଙ୍ଗିକ ପ୍ରମାଣକୁ ଏକାଠି କରି ନିରପେକ୍ଷ ତଦନ୍ତ କରିବେ । ଯେଉଁ ଘଟଣାବଳୀକୁ ନେଇ ଆନନ୍ଦଙ୍କର ଦୁଃଖଦ ମୃତ୍ୟୁ ଘଟିଥିଲା, ସେନେଇ ଖୁବଶୀଘ୍ର ପରଦା ହଟିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ବନ୍ଧନ ଟପ୍ପୋ । ଏହି ହାଇପ୍ରୋଫାଇଲ୍ ହତ୍ୟା ମାମଲାରେ ଅଲିମ୍ପିଆନ୍ ହକି ଖେଳାଳୀ ବୀରେନ୍ଦ୍ର ଲାକ୍ରା ଏବଂ ତାଙ୍କ ବାନ୍ଧବୀଙ୍କ ହାତ ଥିବା ଅଭିଯୋଗ କରିଆସିଛନ୍ତି ଆନନ୍ଦ ଟପ୍ପୋଙ୍କ ପରିବାର ।

ଏହା ମଧ୍ୟ ପଢ଼ନ୍ତୁ...Anand Toppo Murder Case: ବଢିଲା ବୀରେନ୍ଦ୍ର ଲାକ୍ରାଙ୍କ ଅଡୁଆ, ହାଇକୋର୍ଟଙ୍କ CB ତଦନ୍ତ ନିର୍ଦ୍ଦେଶ

୨୦୨୨ ଫେବୃଆରୀ ୨୮ ତାରିଖରେ ବୀରେନ୍ଦ୍ର ଲାକ୍ରାଙ୍କ ଘରୁ ରହସ୍ୟମୟ ଭାବେ ଆନନ୍ଦଙ୍କ ମୃତଦେହ ମିଳିଥିଲା । ଏହାପରେ ଟପ୍ପୋ ପରିବାର ବାରମ୍ବାର ଏହି ଘଟଣାରେ ବୀରେନ୍ଦ୍ର ଏବଂ ତାଙ୍କ ମହିଳା ବାନ୍ଧବୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ତେବେ ବର୍ତ୍ତମାନ ତଦନ୍ତ ଆରମ୍ଭ ହେବା ସହିତ ଅଭିଯୋଗର କଡ଼ା ଯାଞ୍ଚ ହେବ ଏବଂ ନ୍ୟାୟ ସୁନିଶ୍ଚିତ ହେବ ବୋଲି ଆଶା କରିଛନ୍ତି ବନ୍ଧନ ଟପ୍ପୋ । ତଦନ୍ତର ଅଗ୍ରଗତିକୁ ଅତି ନିକଟରୁ ଅନୁଧ୍ୟାନ କରାଯାଉ ବୋଲି ସେ ଦାବି କରିଛନ୍ତି । ଦୋଷୀ ପ୍ରମାଣିତ ନହେବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବେ ବୋଲି କହିଛନ୍ତି ଆନନ୍ଦଙ୍କ ବାପା । ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ନ୍ୟାୟ ପାଇବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ବ୍ରେକ୍‌ ବୋଲି କହିଛନ୍ତି ଆନନ୍ଦଙ୍କ ବାପା । ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିବା ପରେ ଏହି ମାମଲା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.