ETV Bharat / state

ସୈତାନ ସାଜିଲା ବାପା, ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

author img

By

Published : May 13, 2023, 5:52 PM IST

ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ ଛିଟା । ନିଜ ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ଜନ୍ମକଲା ବାପା । ନ୍ୟାୟ ପାଇଁ ପଶ୍ଚିମାଞ୍ଚଳ DIGଙ୍କ ଦ୍ବାରସ୍ଥ ହେଲେ ପୀଡ଼ିତା । ଅଧିକ ପଢ଼ନ୍ତୁ

father molest his daughter in keonjhar
କେନ୍ଦୁଝରରେ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ

ରାଉରକେଲା: ରକ୍ତ ସମ୍ପର୍କରେ ଲାଗିଲା ଦାଗ । ବାପା ସାଜିଲା ସଇତାନ, ନିଜ ଝିଅକୁ କଲା ଦୁଷ୍କର୍ମ ଉଦ୍ୟମ । ବାପା ବିରୋଧରେ ଅଭିଯୋଗ କରି ନାବାଳିକା ଝିଅ ଥାନାର ଦ୍ବାରସ୍ଥ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରୁ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ନେଇ ରାଉରକେଲାରେ ପଶ୍ଚିମାଞ୍ଚଳ DIGଙ୍କୁ ଭେଟି ପୀଡ଼ିତା ଏବଂ ତାଙ୍କ ମାଆ ନ୍ୟାୟ ପାଇଁ ନିବେଦନ କରିଛନ୍ତି ।

ସୂଚନା ଅନୁଯାୟୀ, ନାବାଳିକା ପୀଡ଼ିତାଙ୍କ ମାଆ ଏବଂ ବାପାଙ୍କ ମଧ୍ୟରେ ଛାଡପତ୍ର ହୋଇସାରିଛି । ତେଣୁ ନାବାଳିକା ନିଜ ମାଆଙ୍କ ସହ ରହୁଥିବାବେଳେ ବାପା ଅନ୍ୟତ୍ର ରହୁଛନ୍ତି । ଗତ ୩ ତାରିଖ ଦିନ ପୀଡ଼ିତା ନାବାଳିକା ଜଣକ ଯୋଡ଼ା ଅଞ୍ଚଳ ସ୍ଥିତ ଘରେ ଏକୁଟିଆ ଥିଲେ । ଅନ୍ୟପଟେ ତାଙ୍କ ମାଆ ରାଉରକେଲା ସହରକୁ ଚିକିତ୍ସା ପାଇଁ ଆସିଥିଲେ । ଝିଅ ଘରେ ଏକୁଟିଆ ଥିବା ଖବର ଶୁଣି ବାପା ସାଗର ସାହୁ ହଠାତ୍‌ ସେଠାରେ ପହଞ୍ଚି ପାଟିତୁଣ୍ଡ କରିବାରେ ଲାଗିଲେ । ଏହାପରେ ନିଜ ଝିଅ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଏତିକି ବେଳେ ନାବାଳିକା ଜଣକ କଳେବଳେ କୌଶଳେ ନିଜର ଜୀବନ ବଞ୍ଚାଇ ସେଠାରୁ ଖସି ଆସିଥିଲେ । ଏନେଇ ଯୋଡ଼ା ଥାନାରେ ବାପା ବିରୋଧରେ ଅଭିଯୋଗ କଲେ । କିନ୍ତୁ ଅଭିଯୋଗ ପରେ ମଧ୍ୟ ଯୋଡ଼ା ଥାନା ଅଧିକାରୀ କୌଣସି ତ୍ୱରିତ ପଦକ୍ଷେପ ଗ୍ରହଣ ନକରିବା ନାବାଳିକା ପୀଡିତା ଅଭିଯୋଗ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଉରକେଲାରେ ପଶ୍ଚିମାଞ୍ଚଳ DIGଙ୍କୁ ଭେଟି ନ୍ୟାୟ ପାଇଁ ନିବେଦନ କରିଛନ୍ତି । ଏହି ଘଟଣା ନେଇ ପଶ୍ଚିମାଞ୍ଚଳ DIG ଯୋଡ଼ା ପୋଲିସକୁ ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ପିଡ଼ିତାଙ୍କ କହିବା ଅନୁଯାୟୀ, "ନାବାଳିକାଙ୍କ ବାପା ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । କୌଣସି ମତେ ସେଠାରୁ ଖସି ପଳାଇବାରେ ସେ ସଫଳ ହୋଇଥିଲେ । ଏହାପରେ ଅନ୍ୟ ଏକ କୋଠରୀରେ ନିଜକୁ ବନ୍ଦ କରି ନିଜ ମାଆଙ୍କୁ ଫୋନ୍‌ କରିଥିଲେ । ମାଆ ରାଉରକେଲାରେ ଥାଇ ଥାନାକୁ ଫୋନ୍‌ କରି ସୂଚନା ଦେବାପରେ ମଧ୍ୟ ଯୋଡ଼ା ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲା । ପରେ ୬ ଘଣ୍ଟା ପରେ ପୀଡ଼ିତାଙ୍କ ମାଆ ଯୋଡ଼ାରେ ପହଞ୍ଚିବା ପରେ ପୋଲିସକୁ ନେଇ ନାବାଳିକା ଝିଅକୁ ମୁର୍ମୁଷ ଅବସ୍ଥାରେ କୋଠରୀ ଭିତରୁ ଉଦ୍ଧାର କରିଥିଲେ । ତେବେ ସଙ୍ଗେସଙ୍ଗେ ନାବାଳିକା ପିଡ଼ିତା ଯୋଡ଼ା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ମାମଲା ରୁଜୁ ହେବାର ୧୦ଦିନ ବିତିଗଲା ପରେ ମଧ୍ୟ ଯୋଡ଼ା ଥାନା ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ କି ବର୍ତ୍ତମାନ ଯାଏଁ ପୀଡ଼ିତାଙ୍କ ମେଡ଼ିକାଲ ଯାଞ୍ଚ୍‌ କରାଯାଇନାହିଁ ।" ତେବେ ବାରମ୍ବାର ଥାନା ଦୌଡ଼ିବା ପରେ ବାଧ୍ୟ ହୋଇ ପଶ୍ଚିମାଞ୍ଚଳ DIGଙ୍କୁ ଭେଟି ନିଜର ଅଭିଯୋଗ କରିଥିଲେ । DIGଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଯୋଡ଼ା ଥାନା ଅଧିକାରୀ କୌଣସି ପ୍ରକାର ସହାୟତା ବା ଘଟଣାର ତର୍ଜମା କରୁନଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ଏବଂ ମାଆ । ତେଣୁ ତୁରନ୍ତ ନାବାଳିକାଙ୍କୁ ନ୍ୟାୟ ଦେଇ ଅଭିଯୁକ୍ତ ବାପା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମାଜସେବୀ ଦାବି କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.