ETV Bharat / state

ବାଉରୀମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ ବିରୋଧରେ ରୋଗୀ ମୃତ୍ୟୁ ଅଭିଯୋଗ - ବାଉରିମୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ମୃତ୍ୟୁ

ବାଉରୀମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ ନାମରେ ସଦର ଥାନାରେ ସଙ୍ଗୀନ ଅଭିଯୋଗ । ଡାକ୍ତରଙ୍କ ନିର୍ଦ୍ଦେଶ ଓ ସ୍ବେଚ୍ଛାଚାରିତା ଯୋଗୁଁ ଜଣେ 25 ବର୍ଷ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ବାମୀ ଓ ବାପା । ଅଧିକ ପଢ଼ନ୍ତୁ...

ବାଉରିମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ ବିରୋଧରେ ଅଭିଯୋଗ, ଡାକ୍ତରଙ୍କ ଅବହେଳାରୁ ରୋଗୀଙ୍କ ମୃତ୍ୟୁ

author img

By

Published : Jun 27, 2021, 9:58 PM IST

ସୁନ୍ଦରଗଡ଼: ବାଉରୀମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ ନାମରେ ସଦର ଥାନାରେ ସଙ୍ଗୀନ ଅଭିଯୋଗ । ଡାକ୍ତରଙ୍କ ନିର୍ଦ୍ଦେଶ ଓ ସ୍ବେଚ୍ଛାଚାରିତା ଯୋଗୁଁ ଜଣେ 25 ବର୍ଷ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ବାମୀ ଓ ବାପା । ଏହାକୁ ନେଇ ସୁନ୍ଦରଗଡ ଜିଲ୍ଲା ସଦର ଥାନାରେ ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ବାମୀ ଓ ବାପା । ତା ସାଙ୍ଗକୁ 5- T ସରକାରକୁ ଉଭୟ ଜଣାଇଛନ୍ତି ।

ବାଉରିମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ ବିରୋଧରେ ଅଭିଯୋଗ, ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ

ବାଉରୀମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅନିତା ଓରାମ ନାମକ ଜଣେ ମହିଳାଙ୍କ ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଥିଲା । ଏହି ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡ଼ିବାରେ ଲାଗିଛି । ବାଉରୀମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ରଶ୍ମି ରଞ୍ଜନ ସେଠୀଙ୍କ ସ୍ବେଚ୍ଛାଚାରିତା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତର ଜଣକ ଡାକ୍ତରଖାନାର ନିୟମାନୁସାରେ କୌଣସି କାର୍ଯ୍ୟ କରୁନଥିବା ଅଭିଯୋଗ ହୋଇଛି ।

ଡାକ୍ତରଙ୍କ ବିନା ଅନୁମତିରେ ଡାକ୍ତରଖାନାରେ ଅନ୍ୟ ଷ୍ଟାଫମାନେ ଯେପରି କାହାରିକୁ ସ୍ବାସ୍ଥ୍ୟ କ୍ଷେତ୍ରରେ ସହାୟତା ନ କରନ୍ତି ସେନେଇ ପ୍ରତିବନ୍ଧକ ଜାରି ରହିଛି । ଡାକ୍ତରଖାନା ନର୍ସମାନେ ଏଭଳି ଅଭିଯୋଗ କରିଛନ୍ତି। ଏହି ନୀତି ଯୋଗୁଁ ଅନିତା ଓରାମଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ।

ଘଟଣାଟି ଗତ ଜୁନ 21 ବିଳମ୍ବିତ ରାତିରେ ଘଟିଥିଲା । ମୃତକଙ୍କ ପରିବାର ଲୋକେ ନ୍ୟାୟ ପାଇଁ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ, ସଦର ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଡାକ୍ତରଙ୍କ ପ୍ରତିବନ୍ଧକକୁ ନେଇ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଡାକ୍ତରଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କର ଅନ୍ୟତ୍ର ବଦଳି ହୋଇଛି । ତଦନ୍ତରେ ଡାକ୍ତରଙ୍କ ଅବହେଳା ସମ୍ପୃକ୍ତି ଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପାରିଶ କରିବେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ।

ସେପଟେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଅନିତାଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର କହିଥିଲେ । ମୃତଦେହ ବ୍ୟବଚ୍ଛେଦ ନକରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଦୋଷୀ ଡାକ୍ତରଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି କରାଯାଇଥିବା ଅଭିଯୋଗ ହୋଇଛି ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.