ETV Bharat / state

ଆଶାକର୍ମୀ ଓ ଅଙ୍ଗନୱାଡି ପାଚିକାଙ୍କ ଦରମା ବୃଦ୍ଧି ଦାବିରେ ବିକ୍ଷୋଭ ପ୍ରଦର୍ଶନ - All India Trade Union Congress Protest

ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସର ଜିଲ୍ଲାପାଳଙ୍କ କାର୍ଯ୍ୟାଳଯ ସମ୍ମୁଖରେ ପ୍ରତିବାଦ ବିକ୍ଷୋଭ । ଅଧିକ ପଢନ୍ତୁ...

ଆଶାକର୍ମୀ ଓ ଅଙ୍ଗନୱାଡି ପାଚିକାଙ୍କ ବିକ୍ଷୋଭ ପ୍ରଦର୍ଶନ

author img

By

Published : Mar 26, 2021, 9:07 AM IST

ସୁନ୍ଦରଗଡ: ଆଶାକର୍ମୀ ଓ ଅଙ୍ଗନୱାଡି ପାଚିକାଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ବିକ୍ଷୋଭ ।

ଆଶାକର୍ମୀ ଓ ଅଙ୍ଗନୱାଡି ପାଚିକାଙ୍କ ବିକ୍ଷୋଭ ପ୍ରଦର୍ଶନ

ସୁନ୍ଦରଗଡ ଶାଖା ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସ ସୁନ୍ଦରଗଡ ଜିଲ୍ଲାରେ କାର୍ଯ୍ୟରତ ଥିବା ଅଙ୍ଗନୱାଡି ପାଚିକା ଓ ଆଶାକର୍ମୀଙ୍କ ଦରମା ବୃଦ୍ଧି ଦାବି କରିବା ଦାବିରେ ଗୁରୁବାର ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପାଚିକା ଓ ଆଶାକର୍ମୀଙ୍କୁ ମାସିକ ଦରମା 21 ହଜାର ଟଙ୍କା ଦାବି କରିବା ସହ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମ ନିୟନ୍ତ୍ରଣ କରିବା ପାଇଁ ଅନୁରୋଧ କରିଛି ସଙ୍ଗଠନ । ଏନେଇ ଏଆଇଟିୟୁସି (AITUC) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଯାହାକୁ ନେଇ ଗୁରୁବାର ଏଆଇଟିୟୁସି ନିଜର ଦାବି ଜଣାଇ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.