ETV Bharat / state

ବିପଦରେ ଗଜରାଜ: ପୁଣି ଗୋଟିଏ ହାତୀ ଛୁଆର ମୃତ୍ୟୁ - RAURKELA

ଗଜରାଜଙ୍କୁ ସୁରକ୍ଷା ଦେବାରେ ସରକାର ଓ ବନ ବିଭାଗର ପ୍ରୟାସ ଯଥେଷ୍ଟ ନୁହେଁ, ରାଜ୍ୟରେ ବାରମ୍ବାର ଗଜରାଜର ମୃତ୍ୟୁ ହେବାପରେ ଚିନ୍ତାରେ ପଶୁପ୍ରେମୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରରକେଲା
author img

By

Published : Jul 16, 2019, 10:20 AM IST

ରାଉରକେଲା: ବିପଦରେ ଗଜରାଜ । ଗତ କିଛି ବର୍ଷ ହେଲା ଗଜରାଜଙ୍କୁ ଯେମିତି ରାହୁଦଶା ପଡିଛି । କେତେବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି କେତେବେଳେ ଟ୍ରେନରେ କଟି ମୃତ୍ୟୁବରଣ କରୁଛନ୍ତି । ପୁଣି କେବେ ମଣିଷ ହାତୀ ଲଢେଇରେ ବି ଯାଉଛି ଗଜରାଜଙ୍କ ଜୀବନ ।

ଗଜରାଜଙ୍କୁ ସୁରକ୍ଷା ଦେବାରେ ସରକାର ଓ ବନ ବିଭାଗର ପ୍ରୟାସ ଯଥେଷ୍ଟ ନୁହେଁ, ଏହା ଯେ ସ୍ପଷ୍ଟ ହୋଇଛି । ଆଉ ଏହାରି ଭିତରେ ରାଉରକେଲାରେ ପୁଣି ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଛି, କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ହେଲା ଜଣା ପଡିନଥିଲେ ମଧ୍ୟ ହାତୀ ହାତୀଙ୍କ ମଧ୍ୟରେ ସଂଘର୍ଷ ଦଳା ଚକଟା କାରଣରୁ ହାତୀଟିର ମୃତ୍ୟୁ ହୋଇଥାଇପାରେ ବୋଲି ବନ ବିଭାଗ ଅନୁମାନ କରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ମିଳିଥିବା ସୂଚନା ଅନୁସାରେ ରାଉରକେଲା ପାନପୋଷ ରେଞ୍ଜର ହାତିବନ୍ଧା ପଞ୍ଚାୟତର କନରସୁଆ ଜଙ୍ଗଲ ନିକଟରେ 4 ମାସର ହାତୀ ଛୁଆର ମୃତ୍ୟୁ ହୋଇଛି । ଖବର ପାଇ ବନ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ କରୁଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:

bbb

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.