ରାଉରକେଲା: ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଡିଏମଙ୍କୁ ଦାବିପତ୍ର ପ୍ରଦାନ କରିଛି ରାଉରକେଲା ଓକିଲ ସଙ୍ଘ। ରାଉରକେଲା କୋର୍ଟରୁ ଏକ ଶୋଭାଯାତ୍ରାରେ ବାହାରି ଓକିଲ ଏଡିଏମଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି।
ଦାବି ଗୁଡିକ ମଧ୍ୟରେ ପେଶାରେ ନୂଆ କରି ଯୋଗଦାନ କରୁଥିବା ଓକିଲଙ୍କୁ 10 ହଜାର ଟଙ୍କା ପ୍ରତିମାସକୁ 5 ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରିବା, ଦୁର୍ଘଟଣାର ଶିକାର ହେଉକି ରୋଗାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିବା ପେଷାଦାର ଓକିଲଙ୍କୁ ଇନ୍ସୁରାନ୍ସ ସୁରକ୍ଷା ପ୍ରଦାନ କରିବା, ଓକିଲଙ୍କ ପାଇଁ ଚ୍ୟାମ୍ବରର ବ୍ୟବସ୍ଥା, ଇ-ଲାଇବ୍ରେରୀର ବ୍ୟବସ୍ଥା, କୋର୍ଟରେ ଫ୍ରି ଓ୍ୱାଇ ଫାଇ ବ୍ୟବସ୍ଥା, ଇଣ୍ଟରନେଟର ବ୍ୟବସ୍ଥା, ମହକିଲଙ୍କ ପାଇଁ ବସିବା ବ୍ୟବସ୍ଥା ଆଦି ଦାବି ରହିଛି।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ