ସୁନ୍ଦରଗଡ: ସୁନ୍ଦରଗଡ ଟାଉନ ଥାନା ପୋଲିସ ଜଣେ 21 ବର୍ଷ ବୟସ୍କ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଭୀମ ସାମନ୍ତ ନାମକ ଜଣେ 22 ବର୍ଷର ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗୁରୁବାର ରାତିରେ ଏନେଇ ପୀଡିତା ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗକୁ ପାଇବା ପରେ ଟାଉନ ଥାନା ଅଧିକାରୀ ସୂର୍ଯ୍ୟକାନ୍ତି ଦାଶ, ସବ ଇନ୍ସପେକ୍ଟର ଲକ୍ଷ୍ମୀକାନ୍ତ ପ୍ରଧାନଙ୍କୁ ନେଇ ଏକ ଟିମ ଗଠନ କରି ଖୋଳତାଡ ଆରମ୍ଭ କରିଥିଲେ । ଟାଉନ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତକୁ ସୁନ୍ଦରଗଡ ଡେଙ୍ଗିଭାଡି ଅଞ୍ଚଳରୁ ଗିରଫ କରିବା ସହ ଦଫା 376 (ii)(n)/323/506 ରେ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣଙ୍କ ପେଶାରେ ଜଣେ ରାଜମିସ୍ତ୍ରୀ ହୋଇଥିବା ବେଳେ ତାଙ୍କ ଘର ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ଦଣ୍ଡ ପାଣି ବୋଲି ପୋଲିସ କହିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ