ETV Bharat / state

ଜମିଜମା ବିବାଦରୁ ସାନ ଭାଇକୁ ହତ୍ୟା ଘଟଣା, ୨ ଅଭିଯୁକ୍ତ ଗିରଫ

author img

By ETV Bharat Odisha Team

Published : Jan 4, 2024, 11:44 AM IST

Updated : Jan 4, 2024, 4:51 PM IST

Accused arrested for firing case: ସାନ ଭାଇକୁ ହତ୍ୟା କରିବା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ ।ଜମିଜମା ବିବାଦରୁ ବଡ଼ଭାଇ ନିଜ ସାନ ଭାଇ ଉପରକୁ ଚଳାଇଥିଲା ଗୁଳି । ଅଧିକ ପଢନ୍ତୁ

ସାନ ଭାଇକୁ ହତ୍ୟା କରିବା ଘଟଣା
ସାନ ଭାଇକୁ ହତ୍ୟା କରିବା ଘଟଣା
ଜମିଜମା ବିବାଦରୁ ସାନ ଭାଇକୁ ହତ୍ୟା ଘଟଣା

ରାଉରକେଲା: ହତ୍ୟାକାଣ୍ଡର ହେଲା ପର୍ଦ୍ଦାଫାସ । ସାନ ଭାଇକୁ ହତ୍ୟା କରିବା ମାମଲାରେ ଦୁଇ ଅଭିଯୁକ୍ତ ଗିରଫ କଲା ପୋଲିସ । ଜମିଜମା ବିବାଦରୁ ବଡ଼ଭାଇ ନିଜ ସାନ ଭାଇ ଉପରକୁ ଚଳାଇଥିଲା ଗୁଳି । ପ୍ଲାନିଂ କରି ଅଜାଣତରେ ଗୁଳି ବାଜିବା ଭଳି ଆକ୍ଟିଂ କରି ଜାଣିଶୁଣି ଗୁଳି ମାରିଥିବା ସୂଚନା । ଏନେଇ ଘଟଣାର ତଦନ୍ତ କରି ମୃତକଙ୍କ ବଡ଼ ଭାଇ ଉମେଶ ସିଂ ଏବଂ ତାଙ୍କର ଅନ୍ୟ ଜଣେ ସାଥି ଗୌରାଙ୍ଗ ଗୋପକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଜାନୁଆରୀ ୧ ତାରିଖ ରାତିରେ ରାଉରକେଲା ଉପକଣ୍ଠ ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲା ଘାଟରେ ହୋଇଥିବା ଗୁଳିକାଣ୍ଡରେ କ୍ଷୀରଧର ସିଂ ନାମକ ଜଣେ ଯୁବକ ଜଣକ ମୃତ୍ୟୁ ହୋଇଥିଲା । ବଡ଼ ଭାଇର ରାଗରେ ବଳି ପଡିଥିଲା ସାନ ଭାଇ । ଗୁଳିମାଡ଼ ହେବା ପରେ ସ୍ଥାନୀୟ ଲୋକେ ଆଣି ଯୁବକଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ଯୁବକ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ବିଶ୍ରା ପୋଲିସ ଆଜି କ୍ଷୀରଧରଙ୍କ ବଡ ଭାଇ ଉମେଶ ସିଂ ଏବଂ ତାଙ୍କର ଅନ୍ୟ ଜଣେ ସାଥି ଗୌରାଙ୍ଗ ଗୋପକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସେମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ପିସ୍ତଲ ଜବତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ନୂଆବର୍ଷ ଭୋଜି ବେଳେ ଫୁଟିଲା ଗୁଳି, ଯୁବକ ମୃତ

ସାମାନ୍ୟ ବଚସାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ନୂଆ ବର୍ଷ ହୋଇଥିବାରୁ ଉକ୍ତ ଦିନ୬ ରୁ ୭ ଜଣ ଯୁବକ ତେତେରକେଲା ଘାଟ ନିକଟ ଏକ ଘରେ ଭୋଜି କରୁଥଲେ । ଯୁବକମାନେ ଖାଇ ପିଇ ନିଶାଶକ୍ତ ଅବସ୍ଥାରେ ଥିଲେ । ତେବେ ଏହି ସମୟରେ ବଡ଼ ଭାଇ ଏବଂ ସାନ ଭାଇ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ସମ୍ପର୍କୀୟ ଭାଇ ଜଣଙ୍କ କ୍ଷୀରଧରଙ୍କ ଉପରକୁ ଏକ ବେଆଇନ ବନ୍ଧୁକରୁ ଗୁଳି ଚଳାଇଥିଲା । ଏହି ଫାୟରିଂରେ ମୋଟ ଚାରି ରାଉଣ୍ଡ ଗୁଳି ଚାଳନା କରିଥିଲେ । କ୍ଷୀରଧରଙ୍କ ଦେହରେ ଗୁଳି ବାଜିଥିଲା । ଏହାପରେ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରୁ ୪ଟି ଗୁଳି ସହ ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରି କ୍ଷୀରଧରଙ୍କ ବଡ଼ ଭାଇ ଏବଂ ଅନ୍ୟ ଜଣଙ୍କୁ ଗିରଫ କରିଯାଇଛି । ସେପଟେ ପୋଲିସ ସମ୍ମୁଖରେ ମୃତ କ୍ଷୀରଧରଙ୍କ ବଡ଼ ଭାଇ ଉମେଶ ସିଂ ଜମିଜମା ବିବାଦ ଥିବା ଯୋଗୁଁ ରାଗରେ ଗୁଳିମାଡ଼ କରିଥିବା ନେଇ କହିଛି ।

ଇଟିଭି ଭାରତ, ରାଉରକେଲା

Last Updated : Jan 4, 2024, 4:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.