ETV Bharat / state

ଜମିବାଡି ବିବାଦରୁ ଘରୁ ଡାକି ନେଇ ରାଜମିସ୍ତ୍ରୀଙ୍କୁ ହତ୍ୟା !

ଘରୁ ଡାକି ନେଇ ବ୍ୟକ୍ତିଙ୍କୁ ହତ୍ୟା । ଜମିବାଡି ବିବାଦରୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ପୂର୍ବରୁ ଦେଇଥିଲେ ହତ୍ୟା ଧମକ । ସୁନ୍ଦରଗଡରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ...

ଘରୁ ଡାକି ନେଇ ରାଜମିସ୍ତ୍ରୀଙ୍କୁ ହତ୍ୟା
ଘରୁ ଡାକି ନେଇ ରାଜମିସ୍ତ୍ରୀଙ୍କୁ ହତ୍ୟା
author img

By

Published : Mar 17, 2021, 11:18 AM IST

Updated : Mar 17, 2021, 11:31 AM IST

ସୁନ୍ଦରଗଡ: ଜମିବାଡି ବିବାଦକୁ ନେଇ ବିଭତ୍ସ ହତ୍ୟା । ଘରୁ ଡାକି ନେଇ ବ୍ୟକ୍ତିଙ୍କୁ କରାଯାଇଛି ହତ୍ୟା । ନିଜ ପରିବାର ଲୋକ ସାଜିଲେ ବଇରି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ବୁଢ଼ାମ୍ବ ପଞ୍ଚାୟତର ଢ଼ାଉଟୋଲିରେ । ମୃତକ ହେଲେ ଭଦୁଆ ଲାକ୍ରା । ସିଏ ରାଜମିସ୍ତ୍ରୀ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।

ଜମିବାଡି ବିବାଦରୁ ଘରୁ ଡାକି ନେଇ ରାଜମିସ୍ତ୍ରୀଙ୍କୁ ହତ୍ୟା
ତେବେ ମଙ୍ଗଳବାର ରାତିରେ ଘଟିଛି ଏହି ହତ୍ୟାକାଣ୍ଡ । ସୂଚନା ଅନୁସାରେ, ମଙ୍ଗଳବାର ରାତି ୧୦ ଘଟିକା ସମୟରେ ବାଇକ ଯୋଗେ ଦୁଇ ଜଣ ଯୁବକ ଭଦୁଆଙ୍କୁ ଘରୁ ଡାକି ନେଇଥିଲେ । ହେଲମେଟ ଓ ମାସ୍କ ପିନ୍ଧିଥିବାରୁ ତାଙ୍କୁ ଚିହ୍ନିବା ସମ୍ଭବ ହୋଇନଥିଲା ବୋଲି ଭଦୁଆର ସ୍ତ୍ରୀ କହିଛନ୍ତି । ସେ ଯିବାର କିଛି ସମୟ ପରେ ଘରକୁ ନ ଫେରିବାରୁ ତାଙ୍କ ସ୍ତ୍ରୀ ଓ ପରିବାରର ଅନ୍ୟ ସଦସ୍ୟ ମାନେ ମିଶି ଖୋଜା ଖୋଜି କରିଥିଲେ । ଘର ପାଖରୁ କିଛି ଦୂରରେ ଗୁରୁତର ଅବସ୍ଥାରେ ତଳେ ପଡିଥିବାର ଦେଖିବାକୁ ପାଇଥିଲେ । ତାଙ୍କୁ ଡାକ୍ତରଖାନାକୁ ଆଣିବାପାଇଁ ବନ୍ଦୋବସ୍ତ କରୁଥିବା ସମୟରେ ତାଙ୍କର ପ୍ରାଣ ବାୟୁ ଉଡିଯାଇ ଥିଲା ବୋଲି ପରିବାର ଲୋକେ କହିଛନ୍ତି ।ତେବେ ଏନେଇ ସେମାନେ ରାଜଗାଙ୍ଗପୁର ଥାନାକୁ ଲିଖିତ ଅଭିଯୋଗ କରିବା ପରେ ରାଜଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ରାଜଗାଙ୍ଗପୁର ଡାକ୍ତରଖାନାକୁ ପଠାଇଛି ।ସୂଚନା ଅନୁସାରେ କିଛିଦିନ ପୂର୍ବରୁ ଜମି ବାଡ଼ିକୁ କେନ୍ଦ୍ର କରି ଭାଇ-ଭାଇ ମଧ୍ୟରେ କଳହ ଲାଗି ରହିଥିଲା । ଏହି ସମୟରେ ସେମାନେ ଭଦୁଆକୁ ମାରି ଦେବାର ଧମକ ମଧ୍ୟ ଦେଇଥିଲେ ବୋଲି ଭଦୁଆଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି । ଅପରପକ୍ଷେ ଏହି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରି ହତ୍ୟାକାରୀକୁ ଉଚିତ ଦଣ୍ଡ ବିଧାନ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିିଭି ଭାରତ

Last Updated : Mar 17, 2021, 11:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.