ରାଉରକେଲା: ବିରମିତ୍ରପୁର ପୌରାଞ୍ଚଳକୁ 72 ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି । ଶୁକ୍ରବାର ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ପୌରାଞ୍ଚଳର କେତେକ ସ୍ଥାନରୁ ବହୁ କୋରୋନା ମାମଲା ଚିହ୍ନଟ ହେବାପରେ ପୌରାଞ୍ଚଳକୁ 72 ଘଣ୍ଟିଆ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।
ତେବେ ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଏହି ସଟଡାଉନ ଘୋଷଣା କରିଛନ୍ତି । ଶୁକ୍ରବାର ସନ୍ଧ୍ୟା 6ଟାରୁ ଏହି ସଟଡାଉନ କଟକଣା ଲାଗୁ ହେବାକୁ ଥିବାବେଳେ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡି ବାକି ସମସ୍ତ କାର୍ଯ୍ୟ ବନ୍ଦ ରହିବ ।
ଜରୁରୀ ସାମଗ୍ରୀରେ ଗ୍ରୋସରୀ ଦୋକାନ ଏବଂ ଦୁଗ୍ଧ ଯୋଗାଣ କେନ୍ଦ୍ର ସକାଳ 6 ରୁ ଦିନ 12 ଟା ପର୍ଯ୍ୟନ୍ତ ଖୋଲା ରହିବ । ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକର ହାତୀବାରି ପଞ୍ଚାୟତକୁ ମଧ୍ୟ ଗ୍ରାମବାସୀମାନେ ସରପଞ୍ଚଙ୍କ ସହ ବିଚାର ବିମର୍ଶ କରି ସଟଡାଉନ କରିଛନ୍ତି । ହାତୀବାରି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ସମସ୍ତ ଦୋକାନ ବଜ଼ାରକୁ ସକାଳ 6 ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରଖାଯିବ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ