ETV Bharat / state

ସରକାରୀ ଦସ୍ତାବିଜ୍‌ରେ ମହାଖୁଲାସା, ସୁନ୍ଦରଗଡରେ ଥଇଥାନ ହୋଇଛନ୍ତି 681 ପାକିସ୍ତାନୀ - sundargarh

ଦେଶ ବିଭାଜନ ହେବା ପରେ ଅନେକ ପାକିସ୍ତାନୀ ଭାରତକୁ ପଳାଇ ଆସିଥିଲେ । ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ଥଇଥାନ ମଧ୍ୟ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ସୁନ୍ଦରଗଡରେ 681 ଜଣଙ୍କୁ ଥଇଥାନ କରାଯାଇଥିବା ସରକାରୀ ଦସ୍ତାବିଜ୍‌ରେ ଉଲ୍ଲେଖ ରହିଛି ।

ଡିଜାଇନ ଫଟୋ
author img

By

Published : Jun 18, 2019, 5:30 PM IST

ରାଉରକେଲା: 1947 ମସିହାରେ ଭାରତ ବିଭାଜନ ହେଲା । ଭାରତ ଓ ପାକିସ୍ତାନ ଦୁଇଟି ସ୍ବାଧୀନ ରାଷ୍ଟ୍ରରେ ପରିଣତ ହେଲେ । ତେବେ ବିଭାଜନ ପରେ ପାକିସ୍ତାନରେ ରହୁଥିବା ବିଭିନ୍ନ ଧର୍ମର ଲୋକ(ମୁସଲମାନ ସମ୍ପ୍ରଦାୟ ବ୍ୟତୀତ) ଭାରତକୁ ପଳାଇ ଆସିଥିଲେ । ଯାହାଙ୍କୁ ଭାରତର ବିଭିନ୍ନ ଅଞ୍ଚଳରେ ଥଇଥାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସେମାନଙ୍କ ମଧ୍ୟରୁ 681 ଜଣଙ୍କୁ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥଇଥାନ କରାଯାଇଛି । ଯାହା ସରକାରୀ ଦସ୍ତାବିଜ୍‌ରେ ପ୍ରକାଶ ପାଇଛି । ତେବେ ଏମାନଙ୍କ ମଧ୍ୟରୁ 367 ଜଣ ପୁରୁଷ ଥିବାବେଳେ 314 ଜଣ ମହିଳା ଥିଲେ ।

681 ଜଣଙ୍କ ମଧ୍ୟରୁ ପଶ୍ଚିମ ପାକିସ୍ତାନର 86 ଜଣ ଓ ପୂର୍ବ ପାକିସ୍ତାନ(ଏବେର ବାଙ୍ଗଲାଦେଶ)ର 595 ଜଣ ରହିଛନ୍ତି । ତେବେ ପଶ୍ଚିମ ପାକିସ୍ତାନରୁ ଆସିଥିବା ଲୋକଙ୍କ ମଧ୍ୟରୁ 55 ପୁରୁଷ ଥିବାବେଳେ 31 ଜଣ ମହିଳା ଓ ପୂର୍ବ ପାକିସ୍ତାନରୁ ଆସିଥିବା ଲୋକଙ୍କ ମଧ୍ୟରୁ 312 ଜଣ ପୁରୁଷ ଓ 283 ଜଣ ମହିଳା ରହିଥିବା ଦସ୍ତାବିଜରୁ ଜଣାପଡିଛି ।

ଏଠାରେ ଏମାନଙ୍କୁ ଥଇଥାନ କରାଯିବା ସହ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରାଯାଇଥିବା ଦସ୍ତାବିଜରେ ଉଲ୍ଲେଖ ରହିଛି । ସୂଚନାଥାଉକି, ଏମାନେ 1946 ରୁ 1951 ମସିହା ମଧ୍ୟରେ ଭାରତକୁ ଆସିଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ସୁଦରଗଡ ଜିଲ୍ଲା ର ବିଭିନ୍ନ ଭାଗରେ 681 ଲୋକଙ୍କ ବିସ୍ଥାପନ 1946 ରୁ 1951 ମଧ୍ୟ ରେ ହୋଇଥିଲା। ଏମାନେ ପଶ୍ଚିମ ତଥା ପୂର୍ବ ପାକିସ୍ତାନ ର ଲୋକ ଥିଲେ। ଏହା ଆମେ କହୁନୁ ଗଜେଟିଆର ରେ ଏହା ଉଲ୍ଲେଖ କର ଯାଇଛି।
Body:681 ପାକିସତାନୀ ମାନଙ୍କ ମଧ୍ୟ ରେ 367 ପୁରୁଷ ତଥା 314 ମହିଳା ଥିଲେ। ପଶ୍ଚିମ ପାକିସ୍ତାନ ର 85 ଲୋକଙ୍କ ମଧ୍ୟ ରେ 55 ପୁରୁଷ ତଥା 31 ମହିଳା ଥିଲେ। ସେହିଭଳି ପଶ୍ଚିମ ପାକିସ୍ତାନ (ଏବେ ବଙ୍ଗଳା ଦେଶ) ର 595 (312 ପୁରୁଷ ତଥା 283 ) ଲୋକ ବିସ୍ଥାପିତ ହୋଇଥିଲେ।Conclusion:ଏମାନଙ୍କୁ ଜିଲ୍ଲା ର ବିଭିନ୍ନ ଅଂଚଳ ରେ ରଖା ଯାଇ ଥିଲା।ଗଜେଟିଏର ରେ ସ୍ପଷ୍ଟ ଉଲ୍ଲେଖ କର ଯାଇ ଥିଲେ କି ଏମାନଙ୍କୁ ପୁନର୍ବାସ ର ସୁବିଧା ତଥା ଅନ୍ୟ ସୁବିଧା ପ୍ରଦାନ କର ଯାଇ ଥିଲା। ଏମାନଙ୍କୁ ଲୋନ ର ସୁବିଧା ଦିଆ ଯାଇ ଥିଲା। ସରକାରୀ ଭାବରେ ଏହା ଉଲ୍ଲେଖ କର ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.