ETV Bharat / state

ଗଞ୍ଜେଇ ଚୋରା ଚାଲାଣ, 4 ବିହାରୀ ମହିଳା ଗିରଫ

ଗଞ୍ଜେଇ ଚୋରା ଚାଲାଣ ବେଳେ 4 ଜଣ ବିହାରୀ ମହିଳାଙ୍କୁ ଗିରଫ କରିଛି ପୋଲିସ। ଏହାସହ ସେମାନଙ୍କ ନିକଟରୁ ପ୍ରାୟ 54 କିଲୋଗ୍ରାମ ଓଜନର ଗଞ୍ଜେଇ ସହ ନଗଦ 20 ହଜାର 120 ଟଙ୍କା ଓ 6 ଟି ମୋବାଇଲ ଫୋନ ଜବତ ହୋଇଛି ।

author img

By

Published : Mar 7, 2021, 8:08 PM IST

ଗଞ୍ଜେଇ ଚୋରା ଚାଲାଣ
ଗଞ୍ଜେଇ ଚୋରା ଚାଲାଣ

ସୁନ୍ଦରଗଡ: ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସକୁ ବଡ ସଫଳତା । ଗଞ୍ଜେଇ ଚୋରା ଚାଲାଣ କରୁଥିବା 4 ଜଣ ବିହାରୀ ମହିଳାଙ୍କୁ ଗିରଫ କରିଛି ପୋଲିସ। ଏହାସହ ସେମାନଙ୍କ ନିକଟରୁ ପ୍ରାୟ 54 କିଲୋଗ୍ରାମ ଓଜନର ଗଞ୍ଜେଇ ସହ ନଗଦ 20 ହଜାର 120 ଟଙ୍କା ଓ 6 ଟି ମୋବାଇଲ ଫୋନ ଜବତ ହୋଇଛି ।

ଗଞ୍ଜେଇ ଚୋରା ଚାଲାଣ

ରାଉରକେଲା ଅଞ୍ଚଳରେ ମହିଳା ଅପରାଧୀ ସକ୍ରିୟ । ଗତକାଲି(ଶନିବାର) ପ୍ଲାଣ୍ଟ ସାଇଟ୍ ପୋଲିସ 4 ଜଣ ମହିଳା ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି । ଏହି ସମସ୍ତ ମହିଳା ବିହାର ରାଜ୍ୟର ହୋଇଥିବାବେଳେ ଏମାନେ ରାଉରକେଲା , ସମ୍ବଲପୁର, ଝାରସୁଗୁଡା , ଝାଡଖଣ୍ଡ , ବିହାର ଓ ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳକୁ ଯାଇ ଗଞ୍ଜେଇ ଚୋରା ବେପାର କରୁଥିବା କଥା ପୋଲିସ ନିକଟରେ ସ୍ବୀକାର କରିଛନ୍ତି ।

ଗତକାଲି(ଶନିବାର) ଏମାନେ ବ୍ରହ୍ମପୁର ଅଞ୍ଚଳରୁ ନିଜ ନିଜ ଏଆର ବ୍ୟାଗରେ ଗଞ୍ଜେଇ ଭର୍ତ୍ତି କରି ରାଉରକେଲାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବୁଲାବୁଲି କରୁଥିବାବେଳେ ପ୍ଲାଣ୍ଟ ସାଇଟ ପୋଲିସକୁ ସୂଚନା ମିଳିଥିଲା । ପ୍ଲାଣ୍ଟ ସାଇଟ୍ ଥାନା ଅଧିକାରୀ ମହିଳା ଥାନାକୁ ସୂଚନା ଦେବା ସହ ମହିଳା ପୋଲିସ ଜରିଆରେ ସେମାନଙ୍କୁ ଗିରଫ କରିଛି ।

ତେବେ ସମସ୍ତ ପଚରାଉଚରା ଓ ପ୍ରମାଣ ସଂଗ୍ରହ କରିବାପରେ ସେମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଜାସୋ ଦେବୀ , ପୁରନ ଦେବୀ ଓରଫ ପୁନମ ଦେବୀ , ଚନ୍ଦା ଦେବୀ ଓ ରେଖା କୁମାରୀ । ଏହି ସମସ୍ତ ଅଭିଯୁକ୍ତଙ୍କ ଘର ବିହାର ରାଜ୍ୟର ବୋଲି ପୋଲିସ କହିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ 20 ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ପ୍ଲାଣ୍ଟ ସାଇଟ୍ ପୋଲିସ କହିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.