ETV Bharat / state

ଛାତ୍ରଙ୍କ ନାଁରେ 38 କୋଟିର ଜିଏସଷ୍ଟି ଠକେଇ

author img

By

Published : Mar 4, 2021, 10:29 PM IST

ରାଉରକେଲାର ଜଣେ ଛାତ୍ରଙ୍କ ନାଁରେ 38 କୋଟି ଟଙ୍କାର ଜିଏସଟି ଠକେଇ ନୋଟିସ । ଅଧିକ ପଢନ୍ତୁ...

ଛାତ୍ରଙ୍କ ନାଁରେ 38 କୋଟିର ଜିଏଷ୍ଟି ଠକେଇ
ଛାତ୍ରଙ୍କ ନାଁରେ 38 କୋଟିର ଜିଏଷ୍ଟି ଠକେଇ

ସୁନ୍ଦରଗଡ: ରାଉରକେଲାରେ ପୁଣି ସାମ୍ନାକୁ ଆସିଲା ଏକ ଜିଏସଟି ଠକେଇ ମାମଲା । ସହରର ଜଣେ ଛାତ୍ରଙ୍କ ନାଁରେ 38 କୋଟି ଟଙ୍କାର ଜିଏସଟି ଠକେଇ ନୋଟିସ ମିଳିଛି । ଷ୍ଟାର ବିଲେଟ ନାମକ ଏକ ଫେକ୍ କମ୍ପାନୀ ଖୋଲି ଏହି ଠକେଇ କରାଯାଇଛି । ସମ୍ପୃକ୍ତ ଛାତ୍ରଙ୍କ ନାମ ଘଟେଶ୍ବର ବାଗ ଏବଂ ସେ ଜଗଦା ଅଞ୍ଚଳରେ ରହୁଥିବା ବୋଲି ଜଣାପଡିଛି ।

ଛାତ୍ରଙ୍କ ନାଁରେ 38 କୋଟିର ଜିଏଷ୍ଟି ଠକେଇ
ଘଟେଶ୍ବରଙ୍କ ନାମରେ ବଲାଙ୍ଗୀର ନୂଆପଡା ଅଞ୍ଚଳର ଷ୍ଟାର ବିଲେଟ ନାଁରେ ଏକ ଫେକ କମ୍ପାନୀ ଖୋଲି ପ୍ରାୟ 38 କୋଟି ଟଙ୍କାର ଜିଏସଟି ଚୋରି କରାଯାଇଛି । ତାଙ୍କ ଘର ବଲାଙ୍ଗୀର ଅଞ୍ଚଳରେ ହୋଇଥିବାବେଳେ ସେ ରାଉରକେଲା ଜଗଦା ଅଞ୍ଚଳର ରହି ପାଠ ପଢିବା ସହ ଟ୍ୟୁସନ କରନ୍ତି । ତେବେ ବଲାଙ୍ଗୀରରେ ତାଙ୍କର କାଗଜପତ୍ର ନେଇ କେହି ଫେକ କମ୍ପାନୀ ଖୋଲିଥିବା ଜଣାପଡିଛି । ରାଜ୍ୟ ଜିଏସଟି ବିଭାଗ ତରଫରୁ ରାଉରକେଲା ଏବଂ ବଲାଙ୍ଗୀରରେ ଘଟଣାର ତଦନ୍ତ ଜାରି ରହିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.