ସୁନ୍ଦରଗଡ଼: ନବୋଦୟ ବିଦ୍ୟାଳୟର 36 ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ । ସର୍ଗିପାଲି ଜିଙ୍କ ନଗରସ୍ଥିତ ନବୋଦୟ ବିଦ୍ୟାଳୟରେ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।
ଆକ୍ରାନ୍ତ ହୋଇଥିବା ଛାତ୍ରଛାତ୍ରୀଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଥିବା ନେଇ ସିଡ଼ିଏମ୍ଓ ସୂଚନା ଦେଇଛନ୍ତି ।
ବିଦ୍ୟାଳୟରୁ ପଜିଟିଭ ବାହାରିବା ପରେ ଆଜି ବିଦ୍ୟାଳୟକୁ ବନ୍ଦ କରାଯାଇଛି । ଏଥିସହ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସାନି ଟାଇଜେସନ କରାଯିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସରୋଜ କୁମାର ମିଶ୍ର କହିଛନ୍ତି।
ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ