ETV Bharat / state

2024 Election: ରାଉରକେଲାରେ ମୈଦାନ ସଜାଡ଼ୁଛନ୍ତି ରାଜନୈତିକ ଦଳ, ବିଜୟ ନେଇ 3 ଦଳର ଦୃଢ଼ୋକ୍ତି - ସ୍ଥିତି ହରାଇଛି କଂଗ୍ରେସ

ରାଉରକେଲାରେ ସାଧାରଣ ନିର୍ବାଚନ ନେଇ ସରଗରମ ହେଲାଣି ରାଜନୀତି । ଏଥର ରାଉରକେଲା ଆସନ ଦଖଲ ପାଇଁ ରଣନୀତି ପ୍ରସ୍ତୁତ କଲେଣି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ଜାଣନ୍ତୁ କିଏ ରହିଛି ଆଗରେ, କିଏ ପଛରେ...

ରାଉରକେଲାରେ ମୈଦାନ ସଜାଡ଼ୁଛନ୍ତି ରାଜନୈତିକ ଦଳ

author img

By

Published : Aug 19, 2023, 8:21 PM IST

ରାଉରକେଲାରେ ମୈଦାନ ସଜାଡ଼ୁଛନ୍ତି ରାଜନୈତିକ ଦଳ

ରାଉରକେଲା: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ମୈଦାନ ପ୍ରସ୍ତୁତି ଆରମ୍ଭ କଲେଣି ତିନି ପ୍ରମୁଖ ଦଳ । ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଉରକେଲା ରାଜନୀତିରେ ସେତିକି ରାଜନୈତିକ ହଟଚମଟ ଦେଖିବାକୁ ମିଳୁଛି । ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଜର ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏଥର ନିର୍ବାଚନରେ ଭଲ ପ୍ରଦର୍ଶନ କରି ବିଜୟ ଲାଭ କରିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ତିନି ପ୍ରମୁଖ ଦଳର ନେତା । ତେବେ ଏଥର କେଉଁ ସବୁ ମୁଦ୍ଦା ନେଇ ହେବ ରାଜନୀତି, ସେନେଇ ଚା' ଖଟିରେ ଚର୍ଚ୍ଚା ଆରମ୍ଭ ହେଲାଣି ।

ବିଜେଡିର କଣ ରହିବ ଷ୍ଟ୍ରାଟେଜି: ବିଜେଡିର ଷ୍ଟ୍ରାଟେଜିକ୍ ଫୋକସ୍ ରହିବ ବୋଲି ଆଶାବ୍ୟକ୍ତ କରିଛନ୍ତି ରାଜନୀତି ସମୀକ୍ଷକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଶାସକ ବିଜେଡି ବିକାଶ ଓ ଜନକଲ୍ୟାଣକାରୀ ଯୋଜନାର ଟ୍ରାକ୍ ରେକର୍ଡ ଉପରେ ନିର୍ଭର କରୁଛି । ଉନ୍ନତ ଭିତ୍ତିଭୂମି, ଶିକ୍ଷା, ସ୍ବାସ୍ଥ୍ୟସେବା ଉପରେ ଅଧିକ ଗୁରୁତ୍ବ ଦେଉଥିବା ଏହି ଦଳ ନିର୍ବାଚନମଣ୍ଡଳୀରେ ନିଜର ଆଧିପତ୍ୟକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି । ବିଜେଡିର ରଣନୀତିରେ ଆଞ୍ଚଳିକ ବିକାଶକୁ ସାମିଲ କରାଯାଇଛି । ଚଳିତବର୍ଷ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ସହ ହକି ବିଶ୍ବକପ୍‌ ଆୟୋଜନ ଏବଂ ରାଉରକେଲା ସହର ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଯୋଗୁଁ ଏଥର ରାଉରକେଲା ନିର୍ବାଚନ ମଣ୍ଡଳୀରେ ଅଧିକ ଭୋଟରେ ଦଳ ବିଜୟ ଲାଭ କରିବ ବୋଲି କହିଛନ୍ତି ରାଉରକେଲା ଜିଲ୍ଲା ବିଜେଡି ସଭାପତି । ସେ କହିଛନ୍ତି, "କଂଗ୍ରେସର ସ୍ଥିତି ନକହିବା ଭଲ । ବିଜେପି ମଧ୍ୟ ଏଥର ସତ୍ତା ହରାଇବ ।" ସ୍ଥାନୀୟ ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବଳରେ ଆଗାମୀ ନିର୍ବାଚନରେ ବିଜେଡିର ଏକ ପାଖିଆ ବିଜୟ ହେବ ବୋଲି ସେ କହିଛନ୍ତି ।

ବିଜେପିର ରଣନୀତି ଏମିତି: ବିଜେପିର କାଉଣ୍ଟର ଷ୍ଟ୍ରାଟେଜି ପ୍ରସ୍ତୁତ । ଏହି ଆସନକୁ ଆଖି ଆଗରେ ରଖି ଏକ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରିଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ଦୃଢ଼ ନେତୃତ୍ବ ଉପରେ ଗୁରୁତ୍ବ ଦେଇ ଦଳ ଜାତୀୟସ୍ତରର ସଫଳତାକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଚାହୁଁଛି । ସ୍ଥାନୀୟ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରିବ ବିଜେପି । ଦଳର ପୂର୍ବତନ ବିଧାୟକ ପ୍ରାର୍ଥୀ ନିହାର ରାୟ କହିଛନ୍ତି, "ବିଜେପିର ସାଂସଦ ଓ ବିଧାୟକଙ୍କ ସହାୟତାରେ ଆମେ ରାଉରକେଲାକୁ ସ୍ମାର୍ଟସିଟି କରିଲୁ । ବ୍ୟାପକ ଅର୍ଥ ଆସିଲା । ହେଲେ ଯେଉଁସବୁ ଉନ୍ନତିମୂଳକ କାର୍ଯ୍ୟ ହେବାକଥା, ତାହା ହେଲାନାହିଁ । ବର୍ତ୍ତମାନର ବିଧାୟକ ଓ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ବିଫଳ । ଏସବୁ ଲୋକେ ଜାଣିଲେଣି । ଆମେ ସଂଗଠନ ବୁଥସ୍ତରରୁ ସୁଦୃଢ଼ କରିଛୁ ।" ଏଥର ବିଜେପିର ବିଜୟ ନେଇ ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...2024 Election: ଫୋକସରେ ପଶ୍ଚିମ ଓଡିଶା, ପାଗ ଭିଡିଲେଣି ଦଳ

ସ୍ଥିତି ହରାଇଛି କଂଗ୍ରେସ: କଂଗ୍ରେସ ନିଜକୁ ପୁନରୁଦ୍ଧାର କରିବା ନେଇ ରଣନୀତି ପ୍ରସ୍ତୁତ କରିବା ଜରୁରୀ ବୋଲି ମତ ରଖିଛନ୍ତି ରାଜନୀତି ସମୀକ୍ଷକ । ନିକଟ ଅତୀତରେ ରାଉରକେଲାରେ ସୀମିତ ସଫଳତା ଦେଖିଥିବା କଂଗ୍ରେସ ଏଥର ଟ୍ରାକ୍‌କୁ ଫେରିବ ବୋଲି ଆଶା କରାଯାଉଛି । ପୂର୍ବ ନିର୍ବାଚନରେ ବିଫଳତା ନେଇ କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ବୀରେନ ସେନାପତି କହିଛନ୍ତି, "୨୦୧୯ ନିର୍ବାଚନରେ ଅନେକ କର୍ମୀଙ୍କ ମଧ୍ୟରେ ଅନେକ ଦ୍ବନ୍ଦ୍ବ ରହିଥିଲା । ବିଳମ୍ବରେ ପ୍ରାର୍ଥୀ ଚୟନ ଆମକୁ ବୁମେରାଂ ହୋଇଥିଲା । ସେଥିପାଇଁ ଆମେ ବିଫଳ ହୋଇଥିଲୁ । ହେଲେ ଏଥର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ନେଇ ଆମେ ଲୋକଙ୍କ ପାଖରେ ପହଞ୍ଚିବୁ । ଲୋକେ ସବୁ ବୁଝିଲେଣି ।" ଆସନ୍ତା ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ଯିଏ ହେବ, ସେ ନିଶ୍ଚୟ ବିଜୟୀ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଏଥର ନିର୍ବାଚନ ପାଇଁ ମୁଖ୍ୟ ପ୍ରସଙ୍ଗ: ତିନି ପ୍ରମୁଖ ଦଳ ବେକାରୀ, ଶିକ୍ଷା, ସ୍ବାସ୍ଥ୍ୟସେବା ଭଳି ପ୍ରମୁଖ ମୁଦ୍ଦା ନେଇ ନିର୍ବାଚନ ମୈଦାନକୁ ଏହ୍ଲାଇବେ ବୋଲି ଆଶା କରାଯାଉଛି । ରାଉରକେଲାର ଶିଳ୍ପ ଓ ଅର୍ଥନୈତିକ ଦୃଶ୍ୟପଟ୍ଟ ମଧ୍ୟ ଚିନ୍ତାର ବିଷୟ । ପ୍ରତ୍ୟେକ ପକ୍ଷ ପରିବେଶର ସ୍ଥାୟିତ୍ବକୁ ସୁନିଶ୍ଚିତ କରିବା ସହିତ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ନିଜର ଦୃଷ୍ଟିଭଙ୍ଗୀ ବର୍ତ୍ତମାନରୁ ଉପସ୍ଥାପନ କରୁଛନ୍ତି । ତେବେ ବିଜୟର ରାସ୍ତାରେ ଅନେକ ଚ୍ୟାଲେଞ୍ଜ୍‌ ରହିଛି । ଭୋଟରଙ୍କ ଭାବନା, ସାଧାରଣ ଜନତାଙ୍କ ଧାରଣା ଏବଂ ସ୍ଥାନୀୟ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବାର କ୍ଷମତା ପ୍ରମୁଖ ଭୂମିକା ଗ୍ରହଣ କରିବ । ଅଧିକନ୍ତୁ, ନୂତନ କିମ୍ବା ସ୍ବାଧୀନ ପ୍ରାର୍ଥୀଙ୍କ ଆବିର୍ଭାବ ନିର୍ବାଚନ ଗତିଶୀଳତା ପାଇଁ ଏକ ଅପ୍ରତ୍ୟାଶିତ ଉପାଦାନକୁ ପରିଚିତ କରିପାରେ ଏବଂ ପ୍ରତ୍ୟେକ ବର୍ଷ ଭଳି ଏଥର ମଧ୍ୟ ରାଉରକେଲା ରାଜନୀତି କିଛି ନୂଆ ମୋଡ଼ ନେଇପାରେ ବୋଲି ଆଶାବ୍ୟକ୍ତ କରିଛନ୍ତି ରାଜନୀତି ସମୀକ୍ଷକ ।

ଏହା ମଧ୍ୟ ପଢ଼ନ୍ତୁ...ଆତ୍ମନିର୍ଭର ହେଉଛି ଯୁବପିଢି, ନା କେବଳ ରାଜନୈତିକ ମୋହରା ?

ଗତ ଇଲେକ୍ସନ ରେଜଲ୍ଟ: ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ୬୦,୮୭୭ ଖଣ୍ଡ ଭୋଟ ପାଇ ବିଜୟ ହାସଲ କରିଥିଲେ । ତେବେ ଜନତାଙ୍କ ବିଧାୟକ ତଥା ଶ୍ରମମନ୍ତ୍ରୀ ଭାବେ ନିଜର ବିଶ୍ବସନୀୟତାକୁ ଜାହିର କରି ସାରଦା ନାୟକ ଭୋଟରଙ୍କ ଆସ୍ଥାଭାଜନ ହୋଇଛନ୍ତି ବୋଲି କୁହାଯାଇପାରେ । ଅନ୍ୟପକ୍ଷରେ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ନିହାର ରାୟ ୫୦,୪୧୭ ଭୋଟ ପାଇ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ତେବେ ୨୦୧୯ ନିର୍ବାଚନରେ ନିହାର ରାୟଙ୍କ ନେତୃତ୍ବ ଉଲ୍ଲେଖନୀୟ ହୋଇଥିବାବେଳେ ଯୁବବର୍ଗଙ୍କ ସହ ଯୋଡ଼ି ହେବାସହ ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ପାଇଁ ତାଙ୍କର ଉଦ୍ୟମକୁ ପ୍ରଶଂସା କରାଯାଇଥିଲା । ହେଲେ ତାଙ୍କ ଉପରେ ଭାରି ପଡ଼ିଥିଲା ବିଜେଡି । ତେବେ ଅନ୍ୟପକ୍ଷରେ କଂଗ୍ରେସ ଦଳର ସ୍ଥିତି ଦୟନୀୟ ରହିଥିଲା । ରାଉରକେଲା ନିର୍ବାଚନ ମଣ୍ଡଳୀ ପାଇଁ ଲଢ଼ିଥିବା କଂଗ୍ରେସ ପ୍ରାର୍ଥୀ ବୀରେନ ସେନାପତି ମାତ୍ର ୧୩,୯୭୭ ଭୋଟ ପାଇଥିଲେ । ଏଥର କିନ୍ତୁ ଉଭୟ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ଆଉ ଏକ ସୁଯୋଗ ମିଳିଛି । ଯାହାକୁ ସଠିକ ଉପଯୋଗ କରିପାରିଲେ କଂଗ୍ରେସର ପ୍ରତ୍ୟାବର୍ତ୍ତନ ଅସମ୍ଭବ ନୁହେଁ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.