ETV Bharat / state

ଦୁଇ ନିର୍ବସ୍ତ୍ର ମହିଳା ଉଦ୍ଧାର ଘଟଣା: ଛାତିଥରା କାହାଣୀ ବଖାଣିଲେ ପୀଡିତା, ମା’-ଝିଅ ସହ ହୋଇଛି ଦୁଷ୍କର୍ମ

author img

By ETV Bharat Odisha Team

Published : Oct 8, 2023, 1:13 PM IST

Updated : Oct 8, 2023, 3:42 PM IST

ସୁନ୍ଦରଗଡ ରାଜାରାସ୍ତାରେ 2 ନିବସ୍ତ୍ର ମହିଳା ଚାଲିବା ଘଟଣା । ଉଦ୍ଧାର ପରେ ନିଜର ଲୋମହର୍ଷଣକାରୀ କାହାଣୀ ବଖାଣିଲେ ପୀଡିତା । ଝାଡ଼ଖଣ୍ଡରେ ଶାରୀରିକ ନିର୍ଯାତନା ଶିକାର ହେବାପରେ ଓଡିଶା ଚାଲିଆସିଥିଲେ । ଆଗକୁ ପଢନ୍ତୁ

ରାଜରାସ୍ତାରୁ ଦୁଇ ନିର୍ବସ୍ତ୍ର ମହିଳା ଉଦ୍ଧାର ଘଟଣା: ନିଜ ଛାତିଥରା ଦୁଃଖଦ କାହାଣୀ ବଖାଣିଲେ ପୀଡିତା

ରାଜରାସ୍ତାରୁ ଦୁଇ ନିର୍ବସ୍ତ୍ର ମହିଳା ଉଦ୍ଧାର ଘଟଣା:

ରାଉରକେଲା: ସୁନ୍ଦରଗଡ ରାଜାରାସ୍ତାରେ 2 ନିର୍ବସ୍ତ୍ର ମହିଳା ଚାଲିବା ଘଟଣା । ଉଦ୍ଧାର ପରେ ନିଜର ଲୋମହର୍ଷଣକାରୀ କାହାଣୀ ବଖାଣିଲେ ପୀଡିତା । ଉଭୟ ସମ୍ପର୍କରେ ମାଆ ଓ ଝିଅ ବୋଲି ଜଣା ପଡ଼ିଛି । ଝାଡ଼ଖଣ୍ଡରେ ନିଜ ଗ୍ରାମରେ ବାରମ୍ବାର ଶାରୀରିକ ନିର୍ଯାତନା ଶିକାର ହେବାପରେ ଓଡ଼ିଶା ଚାଲିଆସିଥିଲେ । ଏବେବି ମାନସିକ ଚାପରେ ରହିଛନ୍ତି ମା ଓ ଝିଅ ।

ସୁନ୍ଦରଗଡ଼ ଜିଲ୍ଲା ସରକାରୀ କଲେଜ୍ ସାମ୍ନା ରାସ୍ତାରେ ନିବସ୍ତ୍ର ଅବସ୍ଥାରେ 2 ମହିଳା ଚାଲିଚାଲି ଯିବା ଘଟଣା । ଉଦ୍ଧାର ପରେ ନିଜ ଦୁଃଖଦ କାହାଣୀ ବଖାଣିଛନ୍ତି ମହିଳା । ମହିଳାଙ୍କ କହିବାନୁୟାୟୀ, ସେମାନେ ସମ୍ପର୍କରେ ମା-ଝିଅ ହୋଇଥିବା ବେଳେ ସେମାନେ ଝାଡ଼ଖଣ୍ଡ ବାସିନ୍ଦା । ତାଙ୍କର 3ଟି ଝିଅ ଅଛନ୍ତି । ତେବେ ସେହି ଗାଁର ଜଣେ ଯୁବକ ତାଙ୍କର ୩ ଝିଅକୁ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତା । ବିରୋଧ ପରେ ମଧ୍ୟ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ତାଙ୍କ ତିନି ଝିଅ ସହ ନିର୍ଦ୍ଦୟୀ ଭଳି ଶାରୀରିକ ନିର୍ଯାତନା ଦେଉଥିବା ସେ କହିଛନ୍ତି । ଶେଷରେ ନ୍ୟାୟ ନମିଳିବା ପରେ ଆଉ କୌଣସି ବାଟ ନପାଇ ଶେଷରେ ଝାଡ଼ଖଣ୍ଡରୁ ଓଡ଼ିଶା ଚାଲି ଆସିଥିଲେ ।

ଏହାମଧ୍ୟ ପଢନ୍ତୁ..କଳାହାଣ୍ଡିରେ ଲଜ୍ଜା, ପାଞ୍ଚ ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ

ତେବେ ଶୁକ୍ରବାର ଉଦ୍ଧାର ପରେ ଦୁଇ ମହିଳାଙ୍କୁ ସୁନ୍ଦରଗଡ଼ର ଆସ୍ଥା ଗୃହରେ ରଖାଯାଇ ବର୍ତ୍ତମାନ ଚିକିତ୍ସା କରାଯାଉଛି । ଜଣକର ବୟସ ପ୍ରାୟ ୨୭ ବର୍ଷ ହୋଇଥିବାବେଳେ ଆଉ ଜଣକର ବୟସ ୪୫ ପାଖାପାଖି ହେବା ଅନୁମାନ କରାଯାଉଛି । ଅନ୍ୟପଟେ ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଆସ୍ଥା ଗୃହକୁ ଯାଇ ଦୁଇ ପୀଡ଼ିତା ମହିଳାଙ୍କ ବୟାନ ରେକର୍ଡ କରିବା ସହ ତଦନ୍ତକୁ ଜାରି ରଖିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମଧ୍ୟ ନଜର ରଖାଯାଇଛି । ଅନ୍ୟପଟେ ସୁନ୍ଦରଗଡ଼ ଏସ୍‌ପିଙ୍କ ନେତୃତ୍ବରେ ଗଠିତ ଏକ ଟିମ୍‌ ଝାଡ଼ଖଣ୍ଡ ଯାଇ ଘଟଣାର ତଦନ୍ତ କରୁଛି । ମହିଳା ଦୁଇ ଜଣ ସୀମାନ୍ତ ଝାଡ଼ଖଣ୍ଡ ଅଞ୍ଚଳର ହୋଇଥିବା ବେଳେ କାହା ଦ୍ୱାରା ଶାରୀରକ ନିର୍ଯାତନାର ଶିକାର ହେଉଥିଲେ ତାହାକୁ ନେଇ ଖୋଳତାଡ଼ ଚାଲିଛି । ମହିଳାଙ୍କୁ ନିଶ୍ଚିତ ନ୍ୟାୟ ଦିଆଯିବ ବୋଲି କହିଛନ୍ତି ସୁନ୍ଦରଗଡ଼ ଏସ୍‌ପି ।

ଏହାମଧ୍ୟ ପଢନ୍ତୁ... ରାଜସ୍ଥାନରେ ନିର୍ଭୟାକାଣ୍ଡର ପୁନରାବୃତ୍ତି, ନିର୍ବସ୍ତ୍ର ଅବସ୍ଥାରେ ରାସ୍ତାକଡ଼ରୁ ପୀଡ଼ିତା ଉଦ୍ଧାର

ଅନ୍ୟପଟେ ୨ ମହିଳା ରାସ୍ତାରେ ନିବସ୍ତ୍ର ହୋଇ ଚାଲିବା ଖବର ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ମହିଳାଙ୍କୁ ଏଭଳି ଅବସ୍ଥାରେ ଦେଖି ସାହାଯ୍ୟ କରିଥିଲେ । ହେଲେ ତାହା ପୂର୍ବରୁ ନିବସ୍ତ୍ର ଅବସ୍ଥାରେ 2 ମହିଳା ଚାଲିଚାଲି ଯାଉଥିବା ଭଳି ଦୁଃଖଦ ଘଟଣା ସମସ୍ତେ ଦେଖିଥିଲେ ମଧ୍ୟ କେହି ତାଙ୍କୁ ସାହାଯ୍ୟ କରିବା ବଦଳରେ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ମଣିଷ ପଣିଆ ଉପରେ ଏକ ବିରାଟ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ସହର ମଝିରେ, ସ୍ପଷ୍ଟ ଦିବାଲୋକରେ ଏବଂ ସମସ୍ତଙ୍କ ସାମ୍ନାରେ ଦୁଇ ମହିଳା ଏଭଳି ଅବସ୍ଥାରେ ଚାଲିଚାଲି ଯିବାର ଦୃଶ୍ୟ କେମିତି କାହାକୁ ବିବ୍ରତ କଲାନି ତାହାକୁ ନେଇ ଉଠିଛି ପ୍ରଶ୍ନ ।

ଇଟିଭି ଭାରତ, ରାଉରକେଲା

Last Updated : Oct 8, 2023, 3:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.