ETV Bharat / state

ଇନ୍ଦିରା ଆବାସ ଘରେ କବାଟ ଲଗାଇବାକୁ କହିବାରୁ ବୃଦ୍ଧ ବାପାକୁ ହତ୍ୟା, 2 ପୁଅ ଫେରାର

ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତ କ୍ରୀୟାକୁଦ ଗ୍ରାମରେ ଅଘଟଣ । ସାମାନ୍ୟ କଥାରେ ଉତକ୍ଷିପ୍ତ ହୋଇ ବୃଦ୍ଧ ବାପାକୁ ଇଟାରେ ଛେଚି ହତ୍ୟା କରିଛନ୍ତି ସଇତାନ ପୁଅ । ଘଟଣା ପରେ ଅଭିଯୁକ୍ତ 2 ପୁଅ ଫେରାର ଥିବାବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

author img

By

Published : Aug 8, 2019, 9:08 AM IST

Updated : Aug 8, 2019, 3:20 PM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, ରାଉରକେଲା

ରାଉରକେଲା: ନୃଶଂସତାର ସବୁ ସୀମା ଟପିଲା ସଇତାନ ପୁଅ । ସାମାନ୍ୟ କଥାରେ ଉତକ୍ଷିପ୍ତ ହୋଇ ବୃଦ୍ଧ ବାପାକୁ ଇଟାରେ ଛେଚି ହତ୍ୟା କରିଛି । ଘଟଣାଟି ଘଟିଛି ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତ କ୍ରୀୟାକୁଦ ଗ୍ରାମରେ । ଏନେଇ ସାରା ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି ।

son kills father
ଫଟୋ ସୌଜନ୍ୟ :ସମ୍ବାଦଦାତା, ରାଉରକେଲା

ସୂଚନାନୁସାରେ, ଗତ ସୋମବାର ଦିନ 61 ବର୍ଷୀୟ ବାଇଧର ମୁଣ୍ଡା ନିଜର ଇନ୍ଦିରା ଆବାସ ଘରେ କବାଟ ଲଗାଇବା ପାଇଁ ପୁଅଙ୍କୁ କହିଥିଲେ । ଉକ୍ତ କଥାକୁ ନେଇ ଦୁଇ ପୁଅ ଜୟରାମ ମୁଣ୍ଡା ଓ ଗୋପାଲ ମୁଣ୍ଡାର ବୃଦ୍ଧ ବାପାଙ୍କ ସହିତ କଥା କଟାକଟି ହୋଇଥିଲା । ପରେ 2 ପୁଅ ଉତକ୍ଷିପ୍ତ ହୋଇ ବାଇଧରଙ୍କୁ ଘରେ ପଡିଥିବା ଇଟାରେ ଛେଚି ଛେଚି ମାରି ଦେଇଥିଲେ । ତେବେ ସାନ ପୁଅ ଦର୍ସୁ ମୁଣ୍ଡା ଉଭୟଙ୍କୁ ଛଡାଇବାକୁ ଯିବାବେଳେ ଉତ୍ୟକ୍ତ 2 ଭାଇ ଯିଏ ପାଖକୁ ଆସିବ ତାକୁ ମଧ୍ୟ ମାରି ଦେବାକୁ ଧମକ ଦେଇଥିଲେ । ଫଳରେ ବାଇଧରଙ୍କୁ ବଞ୍ଚାଇବା ପାଇଁ କେହି ଭୟରେ ପାଖକୁ ଆସିନଥିଲେ ।

ସେପଟେ ଘଟଣା ସମ୍ପର୍କରେ ଖବର ପାଇ କୋଇଡା ଥାନା ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ନିଜ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ବାଇଧରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଲହୁଣୀପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଘଟଣା ପରେ ହତ୍ୟା କରିଥିବା ଦୁଇ ଭାଇ ଫେରାର ଥିବାବେଳେ କୋଇଡା ଥାନାରେ କେଶ ନଂ 61/19 ଆଇପିସି ଧାରା 302ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ରାଉରକୋଲରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ସାମାନ୍ୟ କଥା ରୁ ବାପାକୁ ଇଟାରେ ଛେଚି ମାରିଲେ ଦୁଇ ପୁଅ

କୋଇଡା -କୋଇଡା ଥାନା ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତର କ୍ରୀୟାକୁଦର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସାମାନ୍ୟ ବଚସା କୁ ନେଇ ଦୁଇ ପୁଅ ଇଟା ରେ ଛେଚି ବୁଢା ବାପା କୁ ମାରିଦେଇଥବା ଏ ଅଞ୍ଚଳରେ କୋକୁଆ ଭୟ ଘାରିଛି ।
Body:ସୁଚନାରୁ ପ୍ରକାଶ ଯେ ଗତ ସୋମବାର ଦିନ ସାମାନ୍ୟ ଇନ୍ଦ୍ରାବାସ ଘରର ଏକ କବାଟ ପାଇଁ କହିବାରୁ ସାମାନ୍ୟ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ଧାରଣ କରିଥିଲା ଯେ ବୁଢ଼ା ବାପାର ଜୀବନ ନେବାପାଇଁ ପଛାଇନଥିଲେ ସଇତାନ ଦୁଇ ପୁଅ ।ଗତ ସୋମବାର ତା୫/୮/୧୯ ରିଖ ବାଇଧର ମୁଣ୍ଡା ୬୧ ନିଜର ଇନ୍ଦିରାଆବାସ ଘରେ କବାଟ ଲଗାଇବା ପାଇଁ ପୁଅ ମାନଙ୍କୁ କହିଥିଲେ ସେତିକିରେ ଦୁଇ ପୁଅ ଜୟରାମ ମୁଣ୍ଡା ,ଗୋପାଲ ମୁଣ୍ଡା ବୁଢା ବାପା ସହିତ କଥା କଟା କଟି ହେବା ପରେ ଉତକ୍ଷିପ୍ତ ହୋଇ ବାପା ବାଇଧର ମୁଣ୍ଡା କୁ ଦୁଇ ପୁଅ ଘରେ ପଡିଥିବା ଇଟା ରେ ଛେଚି ଛେଚି ମାରି ଦେଇଥିଲେ ସାନ ପୁଅ ଦର୍ସୁ ମୁଣ୍ଡା ଛଡାଇବାକୁ ଯିବା ବେଳେ ଉତ୍ୟକ୍ତ ଦୁଇ ଭାଇ ଯିଏ ପାଖକୁ ଆସିବ ତାକୁ ମଧ୍ୟ ମାରିଦେବାକୁ ଧମକ ଦେଇଥିବା ରୁ ଡରରେ ପାଖକୁ କେହି ଆସି ନ ଥିଲେ । ଆଜି ଖବର ପାଇ କୋଇଡା ଥାନା ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ଦଳବଳ ସହ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଲହୁଣୀପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ବା ସହିତ ହତ୍ୟା କରିଥିବା ଦୁଇ ଭାଇ ଫେରାର ଥିବା ଜଣା ପଡିଛି। Conclusion:ଏନେଇ କୋଇଡା ଥାନାରେ କେଶ ନଂ ୬୧/ ୧୯ ଆଇପିସି ର ଧାରା ୩୦୨ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।
Last Updated : Aug 8, 2019, 3:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.