ରାଉରକେଲା: ମାନବ ଚାଲାଣ ସନ୍ଦେହରେ 2 ଅଟକ । ବିହାର କଟିହାର ଜିଲ୍ଲାର ଜଗନ୍ନାଥପୁର ସହିତ ବିଭିନ୍ନ ଗାଁରୁ 7 ଜଣ ନାବାଳିକା ଓ 3 ନାବାଳକ ମାନଙ୍କୁ ନେଇ ଯାଉଥିବା 2 ଜଣଙ୍କୁ ରେଳବାଇ ପୋଲିସ ଅଟକ ରଖିଛି ।
ରେଳ ଏସପି ଏପି ସ୍ୱାଇଁଙ୍କ ସହିତ ଅନ୍ୟ ଅଫିସର ମାନେ ହାଓ୍ବଡା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ ଉପରେ ଚଢାଉ କରିଥିବା ବେଳେ ଏସ 13 ବଗିରେ ଟିକଟ କାଟି ଯାତ୍ରା କରୁଥିବା ଏହି ଦୁଇ ଜଣ ଓ ପିଲାଙ୍କୁ ପୋଲିସ ଧରିଥିଲା । ମଦ୍ରସା ପାଇଁ ପିଲାମାନଙ୍କୁ ନେଉଥିବା ପଚରା ଉଚୁରା ସମୟରେ ସେମାନେ କହିଛନ୍ତି ।
ପୁରା ଘଟଣା ସନ୍ଦେହରେ ଥିବା ଯୋଗୁ 7 ନାବାଳିକା ଓ 3 ନାବାଳକଙ୍କୁ ଚାଇଲ୍ଡ ଲାଇନକୁ ଦିଆ ଯାଇଛି । କଟିହାରର ଚାଇଲ୍ଡ ଲାଇନ ମଧ୍ୟ ମାମଲାର ତଦନ୍ତ ଜାରି ରଖିଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ