ETV Bharat / state

ସେଲଫି ନେଇ ବ୍ରିଜରୁ ମହାନଦୀକୁ ଖସିପଡିଲେ ଯୁବକ - ବ୍ରିଜରୁ ଖସିପଡି ଯୁବକ ଗୁରୁତର

ସେଲଫି ନେବା ସମୟରେ ଅସାବଧାନତା ହେତୁ ବ୍ରିଜରୁ ପଡି ଜଣେ ଯୁବକ ଗୁରୁତର । ଚିକିତ୍ସା ପାିଇଁ ମେଡିକାଲରେ ଭର୍ତ୍ତି ।

Youth severe injured
ସେଲଫି ହେଲା କାଳ
author img

By

Published : Dec 26, 2019, 4:17 PM IST

ସୁବର୍ଣ୍ଣପୁର: ମହଙ୍ଗା ପଡିଲା ନଦୀ ବ୍ରିଜରେ ଚଢି ସେଲଫି ନେବା । ସହରର ବିଜୁ ପଟ୍ଟନାୟକ ସେତୁରେ ଜଣେ ଯୁବକ ସେଲଫି ନେଉଥିବା ବେଳେ ମହାନଦୀରେ ପଡିଯାଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେଲଫି ହେଲା କାଳ

ତେବେ ଗୁରୁତର ଯୁବକ ହେଲେ 24 ବର୍ଷୀୟ ଜିତୁ ନାୟକ । ଆଜି(ଗୁରୁବାର) ଜିତୁ ତାଙ୍କ 2ଜଣ ସାଙ୍ଗଙ୍କ ସହ ସହରରୁ ହିକୁଡି ଆଡକୁ ଯାଉଥିବା ବେଳେ ମହାନଦୀ ପୋଲ ଉପରେ ଅଟକିଥିଲେ । ସେଠାରେ କିଛି ସମୟ କଥା ହେବା ପରେ ନିଜ ମୋବାଇଲରେ ସେଲଫି ନେଲେ । ଏହାପରେ ଜିତୁ ସେଲଫି ନେବା ପାଇଁ ବ୍ରିଜର ବାଡକୁ ଚଢିଥିଲେ । ହେଲେ ନିୟନ୍ତ୍ରଣ ହରାଇ ପୋଲ ତଳକୁ ପଡିଯାଇଥିଲେ ।

ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଜିତୁକୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ଏବେ ଜିତୁର ସ୍ବାସ୍ଥ୍ୟ ଅବସ୍ଥା ଗମ୍ଭୀର ଥିବା ଜଣାପଡ଼ିଛି ।
ପ୍ରାୟ 40 ଫୁଟ ତଳକୁ କଚାଡି ହୋଇ ପଡିବାରୁ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ପାଇଥିବା ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରର ବିଜୁ ପଟ୍ଟନାୟକ ସେତୁରେ ଜଣେ ଯୁବକ ସେଲଫି ନେଉଥିବା ବେଳେ ମହାନଦୀରେ ପଡିଯାଇଛନ୍ତି।ଆଜି ତିନି ଜଣ ଯୁବକ ସହରରୁ ହିକୁଡି ଆଡକୁ ଯାଉଥିବା ବେଳେ ମହାନଦୀ ପୋଲ ଉପରେ ଅଟକି ଥିଲେ।ସେଠାରେ କିଛି ସମୟ କଥା ବାର୍ତା ହେବା ପରେ ନିଜ ନିଜ ମୋବାଇଲରେ ସେଲଫି ନେଲେ।ସହରର ପାତଭାଡ଼ିର 24 ବର୍ଷୀୟ ଜିତୁ ନାୟକ ସେଲଫି ନେବା ପାଇଁ ବ୍ରିଜର ବାଡ କୁ ଚଢିଥିଲେ ।ସେଠାରୁ ସେଲଫି ରେ ମହାନଦୀ ଦୃଶ୍ୟ ଉତ୍ତୋଳନ କରୁଥିବା ସମୟରେ ପୋଲ ଉପରୁ ତଳକୁ ପଡିଯାଇଥିଲେ।Body:ସହରର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଜିତୁକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ।ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ବୁର୍ଲା ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରିଛନ୍ତି।ଏବେ ଜିତୁର ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ଥିବା ଜଣା ପଡ଼ିଛି।ପ୍ରାୟ 40 ଫୁଟ ତଳକୁ କଚାଡି ହୋଇ ପଡିବାରୁ ଦେହର ବିଭିନ୍ନ ଜାଗାରେ କ୍ଷତ ହୋଇଥିବା ଜଣାପଡିଛି।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ। Ready to air
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.