ETV Bharat / state

ପୁଅ ସହିପାରିଲାନି ବାପାଙ୍କ ଗାଳି, ନେଲା ଚରମ ନିଷ୍ପତ୍ତି

ବାପାଙ୍କ ତାଗିତ ସହିନପାରି ଜୀବନ ହାରିଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ବୀରମହାରାଜପୁର ଥାନା ଅନ୍ତର୍ଗତ ମରିଚପୁର ଗାଁରେ । ଅଧିକ ପଢନ୍ତୁ

author img

By

Published : Feb 5, 2022, 11:48 AM IST

ବାପାଙ୍କ ଗାଳି ସହିପାରିଲାନି ବଢିଲା ପୁଅ, ଶେଷରେ କଲେ ଆତ୍ମହତ୍ୟା

ସୁବର୍ଣ୍ଣପୁର: ବଚସାରୁ ଆତ୍ମହତ୍ୟା । ବାପାଙ୍କ ତାଗିତ ସହିନପାରି ଜୀବନ ହାରିଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ବୀରମହାରାଜପୁର ଥାନା ଅନ୍ତର୍ଗତ ମରିଚପୁର ଗାଁରେ । ମୃତକ ଜଣଙ୍କ ହେଉଛନ୍ତି 22 ବର୍ଷିୟ ହରିଶଙ୍କର ମହାରଣା ।

ମିଳିଥିବା ସୂଚନା ଅନୁଯାୟୀ, ହରିଶଙ୍କର ମହାରଣା ଓ ତାଙ୍କ ବାପା ଭିକାରୀଙ୍କ ମଧ୍ୟରେ ଘରୋଇ ସମସ୍ୟାକୁ ନେଇ ଯୁକ୍ତିତର୍କ ଲାଗିଥିଲା । ବାପା ଭିକାରୀ ପୁଅକୁ ଗାଳି ଦେବା ସହିତ ପୁଅକୁ ଠିକ ରାସ୍ତାରେ ଯିବା ପାଇଁ ତାଗିତ କରିଥିଲେ । ତେବେ ହରିଶଙ୍କର ବାପାଙ୍କ ଗାଳିକୁ ସହଜରେ ଗ୍ରହଣ ନକରିପାରି ଶେଷରେ ଆତ୍ମହତ୍ୟାର ବାଟ ଆପଣାଇଥିଲେ । ଶେଷରେ ନିଜ ବଗିଚାର ଏକ ଆମ୍ବଗଛରେ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଆଜି ଭୋର ସମୟରେ ହରିଶଙ୍କର ଆମ୍ବତୋଟାର ଏକ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.